ପପୁଆ ନିଉଗିନିଆରେ ଅନ୍ତର୍ଜାତୀୟ ଆର୍ଟ ଅଫ୍‍ ଗିଭିଂ ଦିବସ : Ommtv

Papua Art of Giving

ପପୁଆ ନିଉଗିନିଆରେ ଅନ୍ତର୍ଜାତୀୟ ଆର୍ଟ ଅଫ୍‍ ଗିଭିଂ ଦିବସ : Ommtv
ପପୁଆ ନିଉଗିନିଆରେ ଅନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଦିବସ : Ommtv
ଅଷ୍ଟ୍ରେଲିଆର ପପୁଆ ନିଉଗିନିଆଠାରେ ୧୦ମ ଅନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଦିବସ ପାଳିତ ହୋଇଯାଇଛି। ପପୁଆଠାରେ ଆର୍ଟ ଅଫ୍ ଗିଭିଂର ଆମ୍ବାସାଡାର ତଥା ମାମା ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁଣନିଧି ଦାସଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ପୋର୍ଟ ମୋରେସ୍ବିଠାରେ ଆର୍ଟ ଅଫ୍ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗ୍ଲେନ୍ସଭାଇଲ୍ ଅନାଥାଶ୍ରମରେ ପିଲାମାନଙ୍କ ପାଇଁ ଏକ ଡୋନେସନ୍ ଡ୍ରାଇଭ ଆୟୋଜନ କରାଯାଇଥିଲା। ଅନାଥାଶ୍ରମର ପ୍ରତିଷ୍ଠାତା ଶ୍ରୀମତୀ ଗ୍ଲେନ୍ସ ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଅନାଥ ଓ ଅବହେଳିତ ଶିଶୁମାନଙ୍କ କଲ୍ୟାଣ ପାଇଁ ଆର୍ଟ ଅଫ୍ ଗିଭିଂ କରାଯାଇଥିଲା। ମାମା ବ୍ୟାଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଶ୍ରୀ ଦାସ ସପରିବାର ଉକ୍ତ କାର୍ଯ୍ୟକ୍ରମ ଭଲ ଭାବରେ ଆୟୋଜନ ଦାୟିତ୍ୱ ନେଇଥିଲେ। ଶ୍ରୀ ଦାସ ଆର୍ଟ ଅଫ୍ ଗିଭିଂ ସମଗ୍ର ବିଶ୍ୱରେ ଆଦର ଲାଭ କରୁଥିବା ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ ପାଇଁ ବହୁ ପିଲା ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ପାଇପାରୁଛନ୍ତି ବୋଲି କହିଥିଲେ। ଏ ଦିଗରେ ମାମା ବ୍ୟାଙ୍କ ମଧ୍ୟ ବେଶ ସଚେତନ ବୋଲି କହିଥିଲେ। ଚଳିତବର୍ଷଠାରୁ ପପୁଆ ନିଉଗିନିଆରେ ପ୍ରତିବର୍ଷ ଆର୍ଟ ଅଫ୍ ଗିଭିଂ ଦିବସ ପାଳନ କରାଯିବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି। #Artofgiving #OmmTv #OmTV #NBPC #KalingaCineArts