ଶୈଳଶ୍ରୀ ବିହାରରେ ବାହୁଡା ଯାତ୍ରା

ଶୈଳଶ୍ରୀ ବିହାରରେ ବାହୁଡା ଯାତ୍ରା

ଶୈଳଶ୍ରୀ ବିହାରରେ ବାହୁଡା ଯାତ୍ରା

ଶୈଳଶ୍ରୀ ବିହାରରେ ବାହୁଡା ଯାତ୍ରା

ଭୁବନେଶ୍ୱର,୨୪ା୭ ଶୈଳଶ୍ରୀ ବିହାରରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା ଯାତ୍ରା
ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ନୀଳାଦ୍ରି ବିହାର ମା ମଙ୍ଗଳା ଛକ ନିକଟସ୍ଥ
ମାଉସୀ ମା ମନ୍ଦିରରେ ୯ ଦିନର ଲୀଳାଖେଳା ଶେଷ କରି ବାହୁଡି ଛନ୍ତି ମହାପ୍ରଭୁ । ଶ୍ରୀ
ଜଗନ୍ନାଥ ଭକ୍ତି ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତ ନୀତିନିର୍ଘଣ୍ଟଣ୍ଟଅନୁଯାୟୀ ପ୍ରାତଃ ୫ ଘଟିକା ସମୟରେ
ଜନ୍ମବେଦୀରେ ଶ୍ରୀଜୀଉଙ୍କୁ ମଙ୍ଗଳ ଆଳତି କରାଯାଇଥିଲା । ଏହାପରେ ମଇଲମ, ସୂର୍ଯ୍ୟପୂଜା ଓ
ସମସ୍ତ ନୀତିକାନ୍ତି କରାଯାଇ ରଥ ମାର୍ଜନା କରାଯାଇଥିଲା । ପୂର୍ବାହ୍ନ ସାଢେ ୧୧ ଟାରେ
ଶ୍‌ôୀଜୀଉମାନଙ୍କୁ ବିରାଟ ପଟୁଆରରେ ପହଣ୍ଡି କରାଯାଇ ରଥ ଉପରକୁ ନିଆ ଯାଇଥିଲା ।
ମହିଳା ଭକ୍ତମାନେ ମା ସୁଭଦ୍ରାଙ୍କୁ ପହଣ୍ଡି କରି ନେଇଥିଲେ । ଅପରାହ୍ନ ୩ ଟାରେ ଭୁବନେଶ୍ୱର
ରାମକୃଷ୍ଣ ମଠର ମହାରାଜା ଛେରାପହଁରା କରିବା ପରେ ରଥ ଟଣା ଯାଇଥିଲା । ଭକ୍ତମାନେ
ଆନନ୍ଦ ଉଲ୍ଲାସର ସହିତ ରଥ ଟାଣି ଥିଲେ । ଭଜନ, କୀର୍ତ୍ତନ, ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି ଓ ଜୟ
ଜଗନ୍ନାଥ ଧ୍ୱନିରେ ସମଗ୍ର ଶୈଳଶ୍ରୀବିହାର ପ୍ରକମ୍ପିତ ହୋଇଥିଲା । ଟ୍ରଷ୍ଟି ହେମନ୍ତ କୁମାର
ମହାପାତ୍ର, ସମ୍ପାଦକ ଗୋପାଳକୃଷ୍ଣ ପଟ୍ଟନାୟକ ଉତ୍ସବକୁ ପରିଚାଳନା କରିଥିଲାବେଳେ,
ବିଭିନ୍ନ ସଂଗଠନର କର୍ମକର୍ତ୍ତା, ପ୍ରଶାସନିକ ଅଧିକାରୀମାନେ ସହଯୋଗ କରିଥିଲେ ।