ଉପାନ୍ତ ସୀମାନ୍ତ ଗାଁରେ ବାହୁଡାଯାତ୍ରା ସମ୍ପନ୍ନ, ଗାଁ ଦାଣ୍ଡ ପାଲଟିଛି ବଡ ଦାଣ୍ଡ

ଉପାନ୍ତ ସୀମାନ୍ତ ଗାଁରେ ବାହୁଡାଯାତ୍ରା ସମ୍ପନ୍ନ, ଗାଁ ଦାଣ୍ଡ ପାଲଟିଛି ବଡ ଦାଣ୍ଡ

ଉପାନ୍ତ ସୀମାନ୍ତ ଗାଁରେ ବାହୁଡାଯାତ୍ରା ସମ୍ପନ୍ନ, ଗାଁ ଦାଣ୍ଡ ପାଲଟିଛି ବଡ ଦାଣ୍ଡ

ଉପାନ୍ତ ସୀମାନ୍ତ ଗାଁରେ ବାହୁଡାଯାତ୍ରା ସମ୍ପନ୍ନ, ଗାଁ ଦାଣ୍ଡ ପାଲଟିଛି ବଡ ଦାଣ୍ଡ

------------------- ରାଇରଙ୍ଗପୁର(କୋଳିଙ୍ଗ ବିକାଶ ) : 24/7/- ଆଜି ବାହୁଡା ଯାତ୍ରା ମହାପ୍ରଭୁଙ୍କ ବାହୁଡା ରଥ କୁ ମହାଆନନ୍ଦ ରେ ଟାଣିଲେ ଭକ୍ତ ଓ ଶ୍ରଦ୍ଧାଳୁ । ଏମିତି ନିଆରା ପ୍ରତିଛବି ଦେଖିବାକୁ ମିଳିଛି ଗାଁ ବଡଦାଣ୍ଡ ସୁରଦା ଯଶିପୁର ଗାଁରେ । ଏଠି ପ୍ରଭୁଙ୍କ ବାହୁଡାଯାତ୍ରା
ଉପାନ୍ତ ସୀମାନ୍ତ ଗାଁରେ ବାହୁଡାଯାତ୍ରା ଆଡମ୍ବରପୂର୍ଣ୍ଣ ଭାବେ ସମ୍ପନ୍ନ, ଗାଁ ଦାଣ୍ଡ ପାଲଟିଛି ବଡ ଦାଣ୍ଡ । ଆଜି ବାହୁଡା଼ ଯାତ୍ରା ନବଦିନାତ୍ମକ ଯାତ୍ରା ସାରି ମହାବାହୁ ଜଗନ୍ନାଥ ବଡଭାଇ ବଳଭଦ୍ର ଭଉଣୀ ସୁଭଦ୍ରାକୁ ଧରି ରଥାରୁଢ଼ ହୋଇ ଶରଧା ବାଲିରୁ ରତ୍ନବେଦୀ କୁ ଫେରିଲେ ଚତୁର୍ଦ୍ଧା ମୂରତି |ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ସୁରଦା ଯଶିପୁର ଗ୍ରାମରେ ଦେଖିବାକୁ ମିଳିଛି ଏକ ନିଆଁରା ପରମ୍ପରା ଯାହା ସାରା ଓଡିଶା ବାସୀ ତଥା ଜଗନ୍ନାଥ ପ୍ରେମୀଙ୍କୁ ବେସ ଆକର୍ଷିତ କରିଛି |କାହିଁକି ନା ଏହି ଗ୍ରାମରେ ଗ୍ରାମବାସୀଙ୍କ ପ୍ରୟାସରେ ହୋଇଛି ଆଜି ବାହୁଡା଼ ଯାତ୍ରା । ଏହି ଗାଁରେ ଦୀର୍ଘ ଛଅ ଦଶନ୍ଧୀ ରୁ ଉର୍ଦ୍ଧ୍ବ ହେବ ମହାପ୍ରଭୁଙ୍କ ରଥଯାତ୍ରା ଓ ବାହୁଡାଯାତ୍ରା ରିତିନୀତି ଅନୁଷ୍ଠିତ ହୋଇଥାଏ । ଗୋଟିଏ ରଥରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତି । ରଥକୁ ଗୋଟିଏ ପଟେ ପୁରୁଷ ମାନେ ଟାଣୁଥିବା ବେଳେ ଅନ୍ଯ ପଟ ରଥ ଦୌଉଡିକୁ ମହିଳା ମାନେ ଟାଣିଥାନ୍ତି। ଚଳିତ ବର୍ଷ ବାହୁଡାଯାତ୍ରାରେ ଦଶ ହଜାର ରୁ ଉର୍ଦ୍ଧ୍ବ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥିଲା। ଗାଁ ଦାଣ୍ଡ ରେ ପ୍ରତ୍ଯେକ ଘର ଦ୍ବାର ଆଗରେ ଝୋଟି ଚିତା ଅଙ୍କନ ହୋଇଛି। ପ୍ରଭୁ ପ୍ରତ୍ଯେକ ଘର ଦ୍ବାର ଆଗରେ ଅଟକି ଭକ୍ତ ଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତି ବୋଲି ବିଶ୍ଵାସ ରହିଛି ଏବଂ ଭକ୍ତ ଙ୍କ ହାତରୁ ପ୍ରସାଦ ଗ୍ରହଣ କରନ୍ତି। ଏହିଭଳି ଗାଁରେ ନିଆରା ବାହୁଡାଯାତ୍ରା ଅନୁଷ୍ଠିତ ହୋଇଥାଏ । ବିଶେଷ ଭାବରେ ରଥର ପୂଜକ ଙ୍କୁ ରାଇରଙ୍ଗପୁର ଶ୍ରୀ ଜଗନ୍ନାଥ ଚେତନା କମିଟି ତଫରୁ ସମର୍ପଣ ପୁସ୍ତକ ସହ ପ୍ରସଂଶା ମାନପତ୍ର ଓତରିଓ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମର୍ପଣ ପ୍ରଦାନ ରେ ଭାଷ୍ଯକାର ଲଳିତ ମହାନ୍ତ, ନିଗମାନନ୍ଦ ପଟ୍ଟନାୟକ, ବାରିଷ୍ଟର ଦୁଷ୍ମନ୍ତ ବସା, ଶିକ୍ଷକ ଶ୍ରୀଯୁକ୍ତ ହୋତା ଓ ଶିକ୍ଷକ ସ୍ମୃତି ରଞ୍ଜନ ପାଣି ଉପସ୍ଥିତ ରହି ସମର୍ପଣ ପ୍ରଦାନ ପୂର୍ବକ ପ୍ରଭୁଙ୍କ ଧାରାବାହିକ ଧାରାବିବରଣୀ ପ୍ରଦାନ କରିଥିଲେ। ଗାଁ ଦାଣ୍ଡ ଜଗନ୍ନାଥ ଧ୍ବନୀ ରେ କମ୍ପିଉଠିଲା। କାର୍ଯ୍ୟକ୍ରମ କୁ ପରିଚାଳନା ରେ 
ଗାଁରେ ବାହୁଡା ଯାତ୍ରା ଗ୍ରାମବାସୀ ହେଲେ 
ମନ୍ଦିର ନିର୍ମାଣ ରେ ସହଯୋଗ କରିଥିବା ପୂର୍ବତନ ବିଧାୟକ ଲକ୍ଷ୍ମଣ ସୋରେନ, କୁଦର ସାହି 
ଚଳିତ ବର୍ଷ - ସଭାପତି- ନଗେନ୍ଦ୍ର ବାରିକ୍ 
ସଂପାଦକ - ସମୀର ମହାକୁଡ, କୋଷାଧ୍ୟକ୍ଷ ଲାଲ ମୋହନ ବାରିକ୍ , 
ସହଯୋଗ - ଭରତ ଚନ୍ଦ୍ର ବେହେରା, ବିରେନ୍ଦ୍ର ଦୋଳେଇ, ବାବୁଲାଲ ପାତ୍ର, ଅମରେନ୍ଦ୍ର ମହାକୁଡ, ତ୍ରିଲୋଚନ ବାରିକ୍, ଗୌରୀ ପାତ୍ର, ଅନିଲ ନାଏକ, ମାଧବ ଚନ୍ଦ୍ର ଦୋଳେଇ, ବିଶ୍ୱଜିତ ଦାରିକ୍, ରାଜକୁମାର ମହାକୁଡ, ଶୌଲେଶ ଚନ୍ଦ୍ର ବାରିକ, ପଙ୍କଜ ବାରିକ୍, ରଞ୍ଜୟ ବାରିକ୍, ଅଭିଷେକ ମହାକୁଡ, ବାଦଲ ବାରିକ୍, ଶୁଭଜିତ ମହାକୁଡ, ଅଶିତ କୁମାର ବାରିକ, ସମୀର ମହାକୁଡ,  
ଧାରାବିବରଣୀ - ଭରତ ଚନ୍ଦ୍ର ବେହେରା , ସ୍ମୃତି ରଞ୍ଜନ ପାଣି ସହିତ 
ପରିଚାଳନା ରେ ଇଂ କମଳାକାନ୍ତ ନାଏକ ପ୍ରମୁଖ ସହଯୋଗ କରିଥିଲେ। ମନ୍ଦିର ର ପୂଜକପଣ୍ଡିତ - ଜିତେନ୍ଦ୍ର କୁମାର ଦାଶ ଙ୍କ ମାର୍ଗଦର୍ଶନ ରେ ବାହୁଡାଯାତ୍ରା ସମ୍ପନ୍ନ ହୋଇଥିଲା।ରାଇରଙ୍ଗପୁରରୁ ଜ୍ୟୋତିରଞ୍ଜନଙ୍କ ରିପୋର୍ଟ କୋଳିଙ୍ଗ ବିକାଶ।