ନାରୀ ଓ ଶିଶୁ ନିର୍ଯାତନା ନ୍ୟାୟ ଦାବିରେ କଂଗ୍ରେସର କ୍ୟାଣ୍ଡେଲ ଶୋଭାଯାତ୍ରା : Ommtv

ନାରୀ ଓ ଶିଶୁ ନିର୍ଯାତନା ନ୍ୟାୟ ଦାବିରେ କଂଗ୍ରେସର କ୍ୟାଣ୍ଡେଲ ଶୋଭାଯାତ୍ରା : Ommtv

ନାରୀ ଓ ଶିଶୁ ନିର୍ଯାତନା ନ୍ୟାୟ ଦାବିରେ କଂଗ୍ରେସର କ୍ୟାଣ୍ଡେଲ ଶୋଭାଯାତ୍ରା : Ommtv

ନାରୀ ଓ ଶିଶୁ ନିର୍ଯାତନା ନ୍ୟାୟ ଦାବିରେ କଂଗ୍ରେସର କ୍ୟାଣ୍ଡେଲ ଶୋଭାଯାତ୍ରା : Ommtv 

କଳାହାଣ୍ଡି ଜିଲ୍ଲା, ୧୨/୦୪ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କାନକୁଟ୍ରୁ ପଞ୍ଚାୟତରେ ଗତକାଲି ବା ତା ୧୧/୦୪/୨୫ ରିଖ ଶୁକ୍ରବାର ସନ୍ଧ୍ୟା ୦୬ ଘଣ୍ଟା ସମୟରେ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଏହି କ୍ୟାଣ୍ଡେଲ ଶୋଭାଯାତ୍ରାର ମୁଖ୍ୟ ଉଦେଶ୍ୟ ହେଲା ଓଡ଼ିଶାରେ ନିରୀହ ଶିଶୁ ଓ ଶିଶୁ ମହିଳା ମାନଙ୍କୁ ଦୁଷ୍କର୍ମ ଗଣ ଧର୍ଷଣ, ହତ୍ୟା ଏବଂ ହଜାର ହଜାର ମହିଳା ଓ ଶିଶୁ ନିଖୋଜ ହୋଇଥିବା ଯୋଗୁଁ ତାର ନ୍ୟାୟିକ ଯାଞ୍ଚ କରାଯିବା ପାଇଁ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା I ଏହି ଶୋଭାଯାତ୍ରାଟି ଏଥିରେ ଲାଞ୍ଜିଗଡ ବ୍ଲକ କଂଗ୍ରେସ ସଭାପତି ବିଜୟ ନାଏକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା I ଜିଲ୍ଲା ସଭାପତି ଭାରତ ବୀମାଲଙ୍କ ନିର୍ଦେଶରେ କ୍ରମେ ଲାଞ୍ଜିଗଡ ବ୍ଲକରେ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଏଥିରେ ଲାଞ୍ଜିଗଡ ବ୍ଲକର ମହିଳା ସଭାପତି ଶାନ୍ତି ହରିଜନ, ମାଧୁରୀ ଦୁର୍ଗା, ସନ୍ୟାସୀ କୋଶଳିଆ, ନିଧନ ବିଭାର,କ୍ଷିତ ନାଏକ,ମଞ୍ଜାଲ ନାଏକ ,ଡ଼ମ୍ବୁରୁ ମାଝୀ ଓ ଲIକବାହଲି ପଞ୍ଚାୟତର ବୋହୁ ସଂଖ୍ୟାରେ ସ୍ତ୍ରୀ ଲୋକ ଓ ପୁରୁଷ ଲୋକ ଜମା ହୋଇ ମଟକେରା ବସ୍ତିପଡ଼ା ଠାରୁ ଶିବମନ୍ଦିର ଛକ ପର୍ଯ୍ୟନ୍ତ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଥିଲା I ସେଠାରରେ ବ୍ଲକ ସଭାପତି ବିଜୟ ନାୟକଙ୍କୁ ଆମେ ପଚାରିଥିଲୁ ଆପଣ ଏଇ କ୍ୟାଣ୍ଡେଲ ଶୋଭାଯାତ୍ରା କରିବାର ମୁଖ୍ୟ ଉଦେଶ୍ୟ କଣ ? ତାପରେ ସେ ଆମ ପାଖରେ ପରି ପ୍ରକାଶ କରି କହିଥିଲେ ଯେ ଓଡିଶାରେ ଡବଲ ଇଂଜିନ ସରକାର ବା ବିଜେପି ସରକାର ଆସିବା ପରେ ଆମ ଓଡ଼ିଶାରେ ନାରୀ ନିର୍ଯାତନା ଓ ଶିଶୁ ବିକ୍ରି ମାତ୍ରା ବୋହୁ ସଂଖ୍ୟା ମାତ୍ରାରେ ବଢ଼ି ଯାଇଛି I ତାପରେ ଆମେ ଶାନ୍ତି ହରିଜନଙ୍କୁ ସେ ସମାନ କଥା କହିଥିଲେ ତତ ତତ ସଙ୍ଗେ ସଙ୍ଗେ ସେ କହିଥିଲେ ଯେ ଓଡିଶାରେ ମହିଳା ନିଖୋଜ ହୋଇଥିବା ତାର ନ୍ୟାୟକ ଯାଞ୍ଚ କରାଯାଉ ବୋଲି ଓଡିଶା ସରକାରଙ୍କ ପାଖରେ ସେ ଦାବୀ କରିଥିଲେ I