ପ୍ରିୟଦର୍ଶୀଙ୍କ ଭଳି ଦକ୍ଷ ନେତୃତ୍ୱ ବିଧାନସଭାକୁ ଯିବା ଆବଶ୍ୟକ, ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ବନ୍ଧୁ ମିଳନ : Ommtv

ପ୍ରିୟଦର୍ଶୀଙ୍କ ଭଳି ଦକ୍ଷ ନେତୃତ୍ୱ ବିଧାନସଭାକୁ ଯିବା ଆବଶ୍ୟକ, ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ବନ୍ଧୁ ମିଳନ

ପ୍ରିୟଦର୍ଶୀଙ୍କ ଭଳି ଦକ୍ଷ ନେତୃତ୍ୱ ବିଧାନସଭାକୁ ଯିବା ଆବଶ୍ୟକ, ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ବନ୍ଧୁ ମିଳନ : Ommtv

ପ୍ରିୟଦର୍ଶୀଙ୍କ ଭଳି ଦକ୍ଷ ନେତୃତ୍ୱ ବିଧାନସଭାକୁ ଯିବା ଆବଶ୍ୟକ, ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ବନ୍ଧୁ ମିଳନ : Ommtv

ଭୁବନେଶ୍ୱର,୩ା୩ ବର୍ତ୍ତମାନ ଓଡିଶାର ରାଜନୈତିକ କ୍ଷେତ୍ର ବିଗିଡି ବାରେ
ଲାଗିଛି । ବିଭିନ୍ନ ବିଲ୍‌ଡର, ବେପାରୀ ଓ ଖଳ ପ୍ରକୃତିର ଲୋକ ନିଜର
ବାହୁବଳ, ଅର୍ଥବଳ ପ୍ରୟୋଗ କରି ରାଜନୀତିରେ ପ୍ରବେଶ କରିବା ସହିତ
ଲୋକସେବା ଛାଡି ନିଜର କଳା ସାମ୍ରାଜ୍ୟ ବୃଦ୍ଧି କରି ରାଜନୀତିକୁ କଳୁଶିତ
କରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିରେ ସ୍ୱଚ୍ଛତା
ଆଣିବା ପାଇଁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି । ଜଣେ ଦକ୍ଷ, କର୍ମଠ,
ସମୟାନୁବର୍ତ୍ତୀ, ନିଷ୍ଠାବାନ, ନିସ୍ୱାର୍ଥପର ଓ କର୍ମତତ୍ପର ଆଇଏଏସ ଅଧିକାରୀ ଭି
କେ ପାଣ୍ଡିଆନଙ୍କୁ ଓଡିଶା ପ୍ରଗତିର ସାରଥୀ କରି ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ
ଭଳି ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ସମୃଦ୍ଧ, ସଶକ୍ତ ଓ ବିକଶିତ ଓଡିଶା ଗଠନ
ପାଇଁ ଜ୍ଞନୀ, ଗୁଣୀ , ଦକ୍ଷତା ସମ୍ପନ୍ନ ଲୋକସେବକ ରାଜନୀତିକୁ ଆସିବା
ଉଚିତ୍ । ପ୍ରୟଦର୍ଶୀ ମିଶ୍ରଙ୍କ ଭଳି ଦକ୍ଷ ନେତୃତ୍ୱ ବିଧାନସଭାକୁ ଯିବା ଆବଶ୍ୟକ
ବୋଲି ଆଜି ୩୪ଟି ଅବସରପ୍ରାପ୍ତ କର୍ମଚାରୀ ସଂଘର ନେତୃମଣ୍ଡଳୀ ମତ ପ୍ରକାଶ
କରିଥିଲେ । ସେମାନେ କହିଥିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଛାତ୍ର
ଜୀବନରୁ ରାଜନୀତିରେ ପାଦ ଦେଇ ନିଜର ସାଂଗଠନିକ ଦକ୍ଷତା ବଳରେ ଉପରକୁ
ଉପରକୁ ଉଠିଛନ୍ତି । ବିଧାୟକ ଥିବା ସମୟରେ ଉତ୍ତର ନିର୍ବାଚନ ମଣ୍ଡଳୀରେ ବହୁ
ବିକାଶ ହୋଇଛି । ସେ ଜଣେ ଶୃଙ୍ଖଳିତ, କର୍ମତତ୍ପର, ପରୋପକାରୀ ଓ ଉଦାର
ହୃଦୟର ରାଜନେତା । ଦଳୀୟ ଶୃଙ୍ଖଳାରେ ରହି ଦଳର ସଂଗଠନକୁ ମଜବୁତ କରିବା ସହିତ
ସବୁ ବର୍ଗର ଲୋକମାନଙ୍କ ସହ ମିଶି କାମ କରିଛନ୍ତି । ଲୋକମାନଙ୍କର ସୁବିଧା
ଅସୁବିଧା ସମୟରେ ଠିଆ ହୋଇ ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଛନ୍ତି ।
ବିଧାୟକ ନଥାଇ ମଧ୍ୟ ସେ ବିଭିନ୍ନ ସଂଘଠନ ଓ କର୍ମଚାରୀ ସଂଘ ସହିତ ରହି ସେମାନଙ୍କର
ସମସ୍ୟା ସମାଧାନ କରିଛନ୍ତି । ପ୍ରଭୂ ଜଗନ୍ନାଥ ତାଙ୍କର ମଙ୍ଗଳ କରନ୍ତୁ । ସେ ପୁଣିଥରେ
ଉତ୍ତର ବିଧାୟକ ହୁଅନ୍ତୁ । ଆଜି ନୟାପଲ୍ଲୀ ସ୍ଥିତ ଏକ ଘରୋଇ ମଣ୍ଡପରେ
ଅବସରପ୍ରାପ୍ତ କର୍ମଚାରୀ ମାନଙ୍କର ବନ୍ଧୁ ମିଳନ ଉତ୍ସବ ଆୟୋଜିତ ହୋଇଥିଲା ।
ନିଗମ କର୍ମଚାରୀ ମହାସଂଘର ଉପଦେଷ୍ଟା ତଥା ବନ ଉନ୍ନୟନ ନିଗମ ଅବସରପ୍ରାପ୍ତ
କର୍ମଚାରୀ ସଂଘର ସଭାପତି ନଟବର ଆଚାର୍ଯ୍ୟଙ୍କ ସବାପତିତ୍ୱରେ ଅନୁଷ୍ଠିତ ଏହି
ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ

କହିଥିଲେ ଆପଣମାନଙ୍କ ଭଲ ପାଇବା, ପ୍ରେରଣା, ଆଶୀର୍ବାଦ ମୋତେ ଆଗକୁ
ବଢିବାରେ ସାହାଯ୍ୟ କରିଛି । ମୁଁ ଆପଣ ମାନଙ୍କ ସହିତ ରହିଥିଲି, ରହିଛି ଓ
ଆଗକୁ ମଧ୍ୟ ରହିବି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ମୁଖ୍ୟ
ଯନ୍ତ୍ରୀ ତଥା ଅଲ୍ ଓଡିଶା ଇପିଏଫ ଆସୋସିଏସନର ସଭାପତି ଇଂ ବିଜୟ କୁମାର
ଜେନା, ସର୍ବଭାରତୀୟ ପେନସନ ଆସୋସିଏସନର ସଭାପତି ଭାଗ୍ୟଧର ବ୍ରହ୍ମା,
ପୂର୍ବତନ ଜିଲ୍ଲା ପରିଷଦ କୁନାଲ ରାଉତ, ଯୁବନେତା ପ୍ରକାଶ ତ୍ରିପାଠୀ,
ଆଲୋକ ପାଣିଗ୍ରାହୀ ଓ ୩୪ଟି ଅବସରପ୍ରାପ୍ତ କର୍ମଚାରୀ ସଂଗଠନର
କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଓଡିଶା ରାଜ୍ୟ ନିଗମ କର୍ମଚାରୀ ମହାସଂଘର
ମହାସଚିବ ସରୋଜ କାନ୍ତ ମଲ୍ଲିକ ସଭା ସଂଯୋଜନା କରିଥିଲା ବେଳେ ଓଡିଶା
ଆଗ୍ରୋ ଇଣ୍ଡଷ୍ଟ୍ରି କର୍ପୋରେସନ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି
ସଚିଦାନନ୍ଦ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।