ଥର୍ମୋକୁଲ୍‌ ପରିଚାଳନା ନିୟନ୍ତ୍ରଣ ଉଦ୍ଦେଶ୍ୟରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀଙ୍କୁ ସ୍ମାରକପତ୍ର:Ommtv

ଯଶିପୁର:୨୧/୦୪:ଯଶିପୁର ବ୍ଲକ ଅନ୍ତର୍ଗତ ଏକତାଳି ଗ୍ରାମର ପରିବେଶ କର୍ମୀ ବିନୀତ କୁମାର ମହାନ୍ତଙ୍କ ନେତୃତ୍ବରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଇଂ ଗଣେଶରାମ ସିଂ ଖୁଣ୍ଟିଆଙ୍କୁ ଅଂଚଳବାସୀଙ୍କ ତରଫରୁ ସୁସ୍ଥ ଓ ସ୍ବଚ୍ଛ ପରିବେଶ ପାଇଁ ଥର୍ମୋକୁଲ ବ୍ୟବହାର ଉପରେ ଉଦବେଗ ପ୍ରକାଶ କରି ରୋକ ଲଗାଇବା ଉଦ୍ଦେଶ୍ଯରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।ଥର୍ମୋକୁଲ ବ୍ୟବହାର ଯୋଗୁଁ ଜନଜୀବନରେ କୁପ୍ରଭାବ ପକାଉଛି ବୋଲି ପ୍ରକାଶ।ଥର୍ମୋକୁଲର ମାତ୍ରାଧିକ ବ୍ୟବହାର ଯୋଗୁଁ ମୃତ୍ତିକାର ଉର୍ବରଶକ୍ତି ହ୍ରାସ ପାଇବା ସହିତ ମାଟିରେ ଗୁଣବତ୍ତା ନଷ୍ଟ ହେଉଛି। ତେଣୁ ଏହାର ସାଧାରଣରେ ବ୍ୟବହାରକୁ ହ୍ରାସ କରିବାକୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ଏହାକୁ ଗୁରୁତ୍ବର ସହ ବିଚାର କରି ତୁରନ୍ତ ଆବଶ୍ୟକୀୟ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦୃଢ ମତ ପ୍ରକାଶ ପାଇଛି। ଏହି ସ୍ମାରକପତ୍ର ପ୍ରଦାନ ପାଇଁ ପରିବେଶ ସରଂକ୍ଷକ ଇଂ ସତ୍ୟନାରାୟଣ ମାଝୀ,ପରିବେଶ ପ୍ରେମୀ ସଂଗଠକ ମାନସ କୁମାର ମହାନ୍ତ, ରଂଜନ କୁମାର ମହାନ୍ତ,ଶିକ୍ଷକ ସୁରେଶ ଚନ୍ଦ୍ର ମହାନ୍ତ, ଉଦିତ କୁମାର ମହାନ୍ତ,ବ୍ରଜେଶ୍ବର ମହାନ୍ତ, ନିହାର ରଂଜନ ମହାନ୍ତ, ଭାସ୍କର ମହାନ୍ତ,ସନ୍ତୋଷ ମହାନ୍ତ ଓ ପବିତ୍ର ମହାନ୍ତ ପ୍ରମୁଖ ଅଂଚଳବାସୀ ସହଯୋଗ କରିଛନ୍ତି ବୋଲି ଶ୍ରୀ ମହାନ୍ତଙ୍କ ନିକଟରୁ ପ୍ରକାଶ। ଆଗାମୀ ଦିନରେ ତୃଣମୂଳସ୍ତରରେ ଏହା ବାବଦରେ ଜନସଚେତନା କରାଯିବ ବୋଲି ମତପ୍ରକାଶ କରିଛନ୍ତି।

ମୟୂରଭଞ୍ଜ ଜିଲ୍ଲା ଯଶିପୁରରୁ ନୀହାର ରଂଜନ ମହାନ୍ତଙ୍କ ରିପୋର୍ଟ 

         କଳିଙ୍ଗ ବିକାଶ