ଦଳ ଛାଡିଲେ ହିନ୍ଦୋଳ ବରିଷ୍ଠ କଂଗ୍ରେସ ନେତା : Ommtv Roundtheclock

ଦଳ ଛାଡିଲେ ହିନ୍ଦୋଳ ବରିଷ୍ଠ କଂଗ୍ରେସ ନେତା : Ommtv Roundtheclock

ଦଳ ଛାଡିଲେ ହିନ୍ଦୋଳ ବରିଷ୍ଠ କଂଗ୍ରେସ ନେତା : Ommtv Roundtheclock

www.ommtv.in (ରିପୋର୍ଟ :ଢେଙ୍କାନାଳ ଶଶିକାନ୍ତ ଗଡନାୟକ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ହିନ୍ଦୋଳ ନିର୍ବାଚନମଣ୍ଡଳୀ (୫୬)ଅନୁସୂଚିତ ଜାତି ସରଂକ୍ଷିତ ଆସନ ପାଇଁ ଆଗାମୀ ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ପାଇଁ ଆବେଦନ କରିଥିବା ବରିଷ୍ଠ କଂଗ୍ରେସ ନେତା ତ୍ରିନାଥ ବେହେରା ତାଙ୍କ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପତ୍ର ପ୍ରଦେଶ କଂଗ୍ରେସ ସଭାପତି ଙ୍କ ନିକଟକୁ ପଠାଇ ଦେଇଛନ୍ତି। 

୨୦୦୪ ରେ ତ୍ରିନାଥ ବେହେରାଙ୍କୁ ପ୍ରଥମେ ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକ କଂଗ୍ରେସ ଟିକେଟ ପ୍ରଦାନ କରିଥିବା ବେଳେ ୨୦୦୯ ରେ ଦଳ ତାଙ୍କୁ ଟିକେଟ ନଦେଇ ପୂର୍ବତନ ଢେଙ୍କାନାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରେବତୀ ବେହେରାଙ୍କୁ ଟିକେଟ ଦେବାରୁ ବହୁ ବ୍ୟବଧାନରେ କଂଗ୍ରେସ ପରାଜିତ ହୋଇଥିଲା। ୨୦୧୪ ରେ ତାଙ୍କୁ ପୁଣି ଟିକେଟ ନଦେଇ କଂଗ୍ରେସ ଦଳର ପୂର୍ବତନ ବିଧାୟକ ମହେଶ୍ଵର ନାଏକ ଙ୍କ ଝିଅ ନମିତା ନାଏକ କୁ ଟିକେଟ ଦେବାରୁ ସେ ମାତ୍ର ୩୦ ହଜାର ଭୋଟ ପାଇ ଶୋଚନୀୟ ପରାସ୍ତ ହୋଇଥିଲେ। ୨୦୧୯ ରେ ପୁଣି ଦଳ ବିଚାର କରି ତ୍ରିନାଥ ବେହେରା ଙ୍କୁ ଟିକେଟ ଦେବାରୁ ସେ ୧୦ ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଆଗାମୀ ନିର୍ବାଚନ ପାଇଁ ସେ ଆବେଦନ କରିବା ପରେ ଦିନେ ହେଲେ ପିସିସି ସଭାପତି ତାଙ୍କ ସହ ଯୋଗଯୋଗ କଲେ ନାହିଁ କି ଫୋନ କଲେ କେବେ ଉଠାଇଲେ ନାହିଁ। ରାଜ୍ୟରୁ ବହୁ ବରିଷ୍ଠ କଂଗ୍ରେସ ନେତା ବା କର୍ମୀ ମାନେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ି ଅନ୍ୟ ଦଳ ରେ ମିଶି ଯାଉଥିବାର ଦେଖି ସେ ମଧ୍ଯ ଦଳ ରୁ ଇସ୍ତଫା ପତ୍ର ପ୍ରଦାନ କରିବାକୁ ବାଧ୍ୟ ହୋଇଛନ୍ତି। ଗତ ବିଧାନସଭା ନିର୍ବାଚନରେ ତାଙ୍କୁ ମତଦାନ କରିଥିବା ୧୦ ହଜାର ଭୋଟର ମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧାଧିକ ଭୋଟର କର୍ମୀ ତଥା ଅନେକ ଶୁଭେଚ୍ଛୁ ମାନଙ୍କ ପରାମର୍ଶ ପାଇ ସେ ଦଳ ରୁ ଇସ୍ତଫା ଦେଇଛନ୍ତି ବୋଲି କଂଗ୍ରେସ ନେତା ତ୍ରିନାଥ ବେହେରା ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି।