Dharmendar Pradhan visit Hindol Dhenkanal : Ommtv

Dharmendar Pradhan visit Hindol Dhenkanal

Dharmendar Pradhan visit Hindol Dhenkanal : Ommtv
www.ommtv.in (ଢେଙ୍କାନାଳ ଶଶିକାନ୍ତ ଗଡନାୟକ) : କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ହିନ୍ଦୋଳ ଗସ୍ତରେ ଆସି ନାଉକିଆରୀ, ତେଲିଭୂଇଁ ,ରାସୋଳ, ହିନ୍ଦୋଳ ର ସମସ୍ତ ଲକ୍ଷ୍ମୀ ପୂଜା ମଣ୍ଡପ ଦର୍ଶନ କରି ସନ୍ଧ୍ୟାରେ ତାଳଚେର ଗସ୍ତ କରିଛନ୍ତି। ରାସୋଳ ପୂଜା ମଣ୍ଡପ ଠାରେ ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସଭାପତି ଶ୍ରୀ ଶ୍ରୀନିବାସ ମିଶ୍ର, ସଂଗଠକ ରତିକାନ୍ତ ଗଡନାୟକ, ମନୋଜ କୁମାର ପତି, ଶୁକଦେବ ସାହୁ, ପ୍ରକାଶ ସାହୁ ପ୍ରମୂଖ ଅନେକ ସଦସ୍ୟ ମନ୍ତ୍ରୀ ମହୋଦୟ ଙ୍କୁ ସାକ୍ଷାତ କରି ତାଳଚେର ଗୋପାଳପୁର ଭାୟା ମହିଧରପୁର,ରାସୋଳ, ଭାପୁର, ନରସିଂହପୁର, ବଡମ୍ବା, କଣ୍ଟିଲୋ, ନୟାଗଡ଼, ହିଞ୍ଜିଳିକାଟୁ, ଗଞ୍ଜାମ, ଗୋପାଳପୁର ବନ୍ଦର ପର୍ଯ୍ୟନ୍ତ ୨୯୭ କି,ମି, ନୂତନ ରେଳପଥ ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ଏ ସଂକ୍ରାନ୍ତରେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଓ କେନ୍ଦ୍ର ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରିବାକୁ ମନ୍ତ୍ରୀ ମହୋଦୟ ପ୍ରକାଶ କରିଥିଲେ। ଗସ୍ତ କାଳରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ। ପ୍ରଥମେ ଅନଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, ଗଞ୍ଜାମ ଆଦି ପାଞ୍ଚୋଟି ଜିଲ୍ଲାବାସୀ ଙ୍କ ଦାବୀ କୁ ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମାନ୍ୟବର ମନ୍ତ୍ରୀ ଙ୍କୁ ଅବଗତ କରାଇ ଥିବାରୁ ହିନ୍ଦୋଳ ବାସୀଙ୍କ ମନରେ ଆନନ୍ଦ ପ୍ରକାଶ ପାଇଛି।