ହିନ୍ଦୋଳରେ ବିଜେପିର ଯୋରଦାର ପ୍ରଚାର : ଓମଟିଭି

BJP News

ହିନ୍ଦୋଳରେ ବିଜେପିର ଯୋରଦାର ପ୍ରଚାର : ଓମଟିଭି

ହିନ୍ଦୋଳରେ ବିଜେପିର ଯୋରଦାର ପ୍ରଚାର : ଓମଟିଭି

OMM TV (ହିନ୍ଦୋଳ ରତିକାନ୍ତ ଗଡନାୟକ) : ହିନ୍ଦୋଳ ଏନ୍ଏସି ନିର୍ବାଚନ ପାଇଁ ଗତକାଲି ପ୍ରଚାର କାର୍ଯ୍ୟକ୍ରମ ସବୁ ଦଳ ର ନେତା କର୍ମୀ ମାନଙ୍କ ଦ୍ଵାରା 16 ଗୋଟି ୱାର୍ଡ ରେ ଜୋର୍ ସୋର୍ ରେ ଚାଲିଥିବା ବେଳେ ବିଜେପି ଦଳ ନେତ୍ରୀ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ଙ୍କ ନେତୃତ୍ଵରେ ଶହ ଶହ ମହିଳା କର୍ମୀ ମାନଙ୍କୁ ନେଇ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ଉପସ୍ଥିତି ରେ ବିଭିନ୍ନ ୱାର୍ଡ ରେ ପଦଯାତ୍ରା ଅନ୍ୟ ଦଳ ଗୁଡିକୁ ଫିକା କରି ଦେଇଥିଲା। ବିଧାୟିକା ସୀମାରାଣୀ ନାୟକ ଙ୍କ ନେତୃତ୍ଵରେ ଚାଲିଥିବା ପ୍ରଚାର ରେ ଏତେଟା ଉତ୍ସାହ ଦେଖା ଯାଇ ନଥିଲା। ଦଳ ପକ୍ଷରୁ ନିଯୁକ୍ତ ୱାର୍ଡ ପର୍ଯ୍ୟବେକ୍ଷକ ନିଜ ୱାର୍ଡ ଛାଡି ଅନ୍ୟ ୱାର୍ଡ ପ୍ରଚାରକୁ ପଳାଇ ଯାଉ ଥିବାରୁ କର୍ମୀ ମହଲରେ ଚାପା ଉତେଜନା ପରିଲକ୍ଷିତ ହୋଇଥିଲା। କଂଗ୍ରେସ ଦଳ ର ନେତୃତ୍ୱ ନେଇଥିବା ବିଧାୟକ ପ୍ରାର୍ଥୀ ତ୍ରିନାଥ ବେହେରା ଦଳ ଚେୟାରମ୍ୟାନ୍ ପ୍ରାର୍ଥୀନୀ ରୀତା ପଲେଇ, ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକ, ପର୍ଯ୍ୟବେକ୍ଷକ, ଡଃ ଲଲାଟେନ୍ଦୁ ମହାପାତ୍ର, ରବି ମଲ୍ଲିକ,ବ୍ଲକ୍ ସଭାପତି ଛବିରାଜ ବିଶ୍ଵାଳ, ପିସିସି ସଭ୍ଯ ସୁବାଷ ପାଲ ଙ୍କୁ ନେଇ ପ୍ରଚାର ଚଳାଇ ଥିଲେ। ଯାହା ହେଉ ଗତକାଲି ତିନି ପ୍ରମୂଖ ଦଳ ପ୍ରଚାର କାର୍ଯ୍ୟକ୍ରମରେ ବିଜେପି ଦଳ ସବୁଠୁ ଆଗୁଆ ଥିବାର ଦେଖା ଯାଇଥିଲା। ଆସନ୍ତା କାଲି ପ୍ରଚାର ଶେଷ ଦିନରେ ତିନି ଦଳ ର ରାଜ୍ୟ ସ୍ତରୀୟ ନେତା ମାନଙ୍କ ପଥ ସଭା ହେବ ବୋଲି ସୂଚନା ମିଳିଛି। #Ommtv #Omtv #Kalingacinearts #Dhenkanal #NBPS #Hindol #Nac #Bjp