ନାରୀ ଓ ଶିଶୁ ନିର୍ଯାତନା ନ୍ୟାୟ ଦାବିରେ କଂଗ୍ରେସର କ୍ୟାଣ୍ଡେଲ ଶୋଭାଯାତ୍ରା:Ommtv 

ନାରୀ ଓ ଶିଶୁ ନିର୍ଯାତନା ନ୍ୟାୟ ଦାବିରେ କଂଗ୍ରେସର କ୍ୟାଣ୍ଡେଲ ଶୋଭାଯାତ୍ରା:Ommtv 

ନାରୀ ଓ ଶିଶୁ ନିର୍ଯାତନା ନ୍ୟାୟ ଦାବିରେ କଂଗ୍ରେସର କ୍ୟାଣ୍ଡେଲ ଶୋଭାଯାତ୍ରା:Ommtv 

ନାରୀ ଓ ଶିଶୁ ନିର୍ଯାତନା ନ୍ୟାୟ ଦାବିରେ କଂଗ୍ରେସର କ୍ୟାଣ୍ଡେଲ ଶୋଭାଯାତ୍ରା:Ommtv 

କଳାହାଣ୍ଡି ଜିଲ୍ଲା, ୧୧/୦୪ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଲାକବାହଲି ପଞ୍ଚାୟତରେ ଗତକାଲି ବା ତା ୧୦/୦୪/୨୫ ରିଖ ଗୁରୁବାର ସନ୍ଧ୍ୟା ୦୬ ଘଣ୍ଟା ସମୟରେ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଏହି କ୍ୟାଣ୍ଡେଲ ଶୋଭାଯାତ୍ରାର ମୁଖ୍ୟ ଉଦେଶ୍ୟ ହେଲା ଓଡ଼ିଶାରେ ନିରୀହ ଶିଶୁ ଓ ଶିଶୁ ମହିଳା ମାନଙ୍କୁ ଦୁଷ୍କର୍ମ ଗଣ ଧର୍ଷଣ, ହତ୍ୟା ଏବଂ ହଜାର ହଜାର ମହିଳା ଓ ଶିଶୁ ନିଖୋଜ ହୋଇଥିବା ଯୋଗୁଁ ତାର ନ୍ୟାୟିକ ଯାଞ୍ଚ କରାଯିବା ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା I ଏହି ଶୋଭାଯାତ୍ରାଟି ଏଥିରେ ଲାଞ୍ଜିଗଡ ବ୍ଲକ କଂଗ୍ରେସ ସଭାପତି ବିଜୟ ନାଏକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା, ସଭାପତିଙ୍କୁ ଜିଲ୍ଲା ପୂର୍ବତନ ସମ୍ପାଦକ ପ୍ରଦୀପ ମାଝୀ,ଲାଞ୍ଜିଗଡ ବ୍ଲକ ମହିଳା ସଭାପତି ଶାନ୍ତି ହରିଜନ, ମୁକୁ ମାଝୀ, ମାଧୁରୀ ଦୁର୍ଗା, ଜଗତ ନାଏକ, କ୍ଷିତ ନାଏକ, କୃଷ୍ଣ ତାଣ୍ଡି,ପଦ୍ମଲୋଚନ ନାଏକ, କିଶନ ତାଣ୍ଡି, ଦମ୍ବୁରୁ ମାଝୀ ଓ ଲIକବାହଲି ପଞ୍ଚାୟତର ବୋହୁ ସଂଖ୍ୟାରେ ସ୍ତ୍ରୀ ଲୋକ ଓ ପୁରୁଷ ଲୋକ ଜମା ହୋଇ ଲାକବାହଲି ବସ୍ତିପଡ଼ା ଠାରୁ ବାହାରି ବାରୀଗୁଡା ଛକ ପର୍ଯ୍ୟନ୍ତ ଆସିଥିଲା I ସେଠାରରେ ବ୍ଲକ ସଭାପତି ବିଜୟ ନାୟକଙ୍କୁ ଆମେ ପଚାରିଥିଲୁ ଆପଣ ଏଇ କ୍ୟାଣ୍ଡେଲ ଶୋଭାଯାତ୍ରା କରିବାର ମୁଖ୍ୟ ଉଦେଶ୍ୟ କଣ ? ତାପରେ ସେ ଆମ ଆଘର ପରି ପ୍ରକାଶ କରି କହିଥିଲେ ଯେ ଓଡିଶାରେ ଡବଲ ଇଂଜିନ ସରକାର ବା ବିଜେପି ସରକାର ଆସିବା ପରେ ଆମ ଓଡ଼ିଶାରେ ନାରୀ ନିର୍ଯାତନା ଓ ଶିଶୁ ବିକ୍ରି ମାତ୍ରା ଅତ୍ୟାଧିକ ମାତ୍ରାରେ ବଢ଼ି ଯାଇଛି I ତାପରେ ପ୍ରଦୀପ ମାଝୀ ସେ ସମାନ କଥା କହିଥିଲେ ତତ ତତ ସଙ୍ଗେ ସଙ୍ଗେ ସେ କହିଥିଲେ ଯେ ଓଡିଶାରେ ମହିଳା ନିଖୋଜ ହୋଇଥିବା ତାର ନ୍ୟାୟକ ଯାଞ୍ଚ କରାଯାଉ ବୋଲି ଓଡିଶା ସରକାରଙ୍କ ପାଖରେ ଦାବୀ କରିଥିଲେ I