ୱାର୍ଡ଼ ୧୨, ପାତ୍ର ସାହିରେ କେଳେଙ୍କାରି ... ବିଧାୟକ ଓ କର୍ପୋରେଟରଙ୍କୁ ଚୁନ ସରକାର ଆଙ୍ଗୁଠି ଦେଖାଇଲେ ବସ୍ତି ବାସିନ୍ଦା ବାହା ଗିଳିଦେଲେ : Ommtv

ୱାର୍ଡ଼ ୧୨, ପାତ୍ର ସାହିରେ କେଳେଙ୍କାରି ... ବିଧାୟକ ଓ କର୍ପୋରେଟରଙ୍କୁ ଚୁନ ସରକାର ଆଙ୍ଗୁଠି ଦେଖାଇଲେ ବସ୍ତି ବାସିନ୍ଦା ବାହା ଗିଳିଦେଲେ : Ommtv

ୱାର୍ଡ଼ ୧୨, ପାତ୍ର ସାହିରେ କେଳେଙ୍କାରି ... ବିଧାୟକ ଓ କର୍ପୋରେଟରଙ୍କୁ ଚୁନ  ସରକାର ଆଙ୍ଗୁଠି ଦେଖାଇଲେ ବସ୍ତି ବାସିନ୍ଦା ବାହା ଗିଳିଦେଲେ : Ommtv

ୱାର୍ଡ଼ ୧୨, ପାତ୍ର ସାହିରେ କେଳେଙ୍କାରି ... ବିଧାୟକ ଓ କର୍ପୋରେଟରଙ୍କୁ ଚୁନ

ସରକାର ଆଙ୍ଗୁଠି ଦେଖାଇଲେ ବସ୍ତି ବାସିନ୍ଦା ବାହା ଗିଳିଦେଲେ : Ommtv

ମଞ୍ଚେଶ୍ବର, ୧୨/୯(ଓମ): ରାଜଧାନୀରେ ବସ୍ତିବାସିନ୍ଦାମାନଙ୍କ ପାଇଁ ପୂବର୍ତନ ବିଜେଡ଼ି ସରକାର ଏକାଧିକ ଯୋଜନା ଯୋଗାଇ ଭୋଟ ହାତେଇବା ବର୍ତମାନ ବିଜେପି ସରକାର ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ବସ୍ତିବାସିନ୍ଦାଙ୍କ ନିଜ ସ୍ଥାୟୀ ଗ୍ରାମରେ ପ‌ୌତୃକ ଏକର ଏକର ସମ୍ପତି ଥିଲେ ମଧ୍ୟ ରାଜଧାନୀରେ ବସ୍ତିଘରକରି ରହୁଥିବା ଲୋକଙ୍କୁ ରାସନକାର୍ଡ଼, ମଶନଶକ୍ତି ଜବ, ଶ୍ରମକାର୍ଡ଼ ଏବଂ ବସ୍ତି କୁଞ୍ଜ ଆପାର୍ଟମେଣ୍ଟ ଯୋଗାଇଦେବା ଏବେ ବୁମେରାଙ୍ଗ ପାଲଟିଛି। ଚାଲାଖ ବସ୍ତିବାସିନ୍ଦା ସସ୍ଥା ସୁନ୍ଦର ମଜବୁତ ଆପାର୍ଟମେଣ୍ଟ ଘର ପାଇଲା ପରେମଧ୍ୟ ବସ୍ତିଘରକୁ ଛାଡ଼ୁ ନାହାଁନ୍ତି। ଏକକାଳିନ ନିଜେ ସରକାରଙ୍କ ପକ୍ଷରୁ ମିଳିଥିବା ଆପାର୍ଟମେଣ୍ଟ ଘରେ ରହୁଥିଲେ ମଧ୍ୟ ବସ୍ତିଘରକୁ ନଛାଡ଼ି ଅନ୍ୟ ଲୋକଙ୍କୁ ଭଡ଼ା ଲଗାଇ ମୋଟା ଅଙ୍କ ଆଦାୟ କରୁଛନ୍ତି। ଏପରି କାରସିଦିରେ ସ୍ଥାନୀୟ କର୍ପୋରେଟର ମଧ୍ୟ ସାମିଲଥାଇ ଚତୁର ବସ୍ତିବାସିନ୍ଦା ଘର ମାଲିକଙ୍କୁ ସୁହାଇଲା ଭଳି ବିଚାରକରି ସେମାନଙ୍କୁ ଆହୁରି କେଳେଙ୍କାରି କରିବାରେ ପ୍ରୋତ୍ସାହନ ଯୋଗାଉଥିବା ଅଭିଯୋଗ ହୋଇଛି।

ଭୁବନେଶ୍ବର ବିଏମସି ୱାର୍ଡ଼ ୧୨ ଅଧିନରେ ଥିବା ମଞ୍ଚେଶ୍ବର ରେଲୱେକଲୋନି ଅଳିଆଗଦା ପାଖ ଦାସରଜା ମନ୍ଦିର ନିକଟ ପାତ୍ରସାହିରେ ଦେଖାଯାଇଛି ଏପରି ଏକ କେଳେଙ୍କାରି। ସେଠାକାର ଶତପ୍ରତିଶତ ଲୋକଙ୍କୁ ମିଳିଛି ବସ୍ତିକୁଞ୍ଜ ଆପାର୍ଟମେଣ୍ଟ। ମାତ୍ର ନିଜ ପରିବାରକୁ ମୂଳ ବସ୍ତିବାସିନ୍ଦା ଆପାର୍ଟଣ୍ଟେରେ ରଖି ବସ୍ତିର ଘରକୁ ନଛାଇ ଭଡ଼ାରେ ଲଗାଇଛନ୍ତି। ଏହି ବସ୍ତିରେ ଶହଶହ ଘର ଏବେବି ମୂଳ ବସ୍ତିବାସିନ୍ଦାଙ୍କ କବଜାରେ। ଏପରି ହେବାଫଳରେ ଲୋକ ବସ୍ତିକୁଞ୍ଜ ଘର ପାଇଲେ ଏବଂ ବସ୍ତିଜାଗା ନଛାଡ଼ି କେଳେଙ୍କାରିକଲେ। ପ୍ରତିଉତ୍ତର ମାଗିବାରୁ ପାଲଟା ଏବେ କହିଲେଣି ଏଠି ବିଜେଡ଼ି କର୍ପୋରେଟର ଓ ବିଧାୟକ କୋଉ କୂଳକୁ ନୁହଁନ୍ତି। ବିଜେପି ଶାସନରେ ଏ କର୍ପୋରେଟର ଓ ବିଧାୟକମାନେ ଆମର କିଛି କରିପାରିବେ ନାହିଁ, ତେଣୁ ଆମେ ସରକାର ଦେଇଥିବା ଘର ନବୁ ଓ ବସ୍ତି ଜମିରେ ଜବରଦଖଲ ଛାଡ଼ିବୁନାହିଁ। ଏହାର ଅର୍ଥ ସରକାର ନିରିହ ଦେଖି ଯେଉଁମାନଙ୍କୁ ଘର ଦେଲେ ବର୍ତମାନ ସେଇମାନେ ବାହା ଗିଳିଲାଭଳି କାର୍ଯ୍ୟକରି ଘର ଓ ଜମି ଘଡ଼ପକରିବାରେ ମାତିଥିବା ଅଭିଯୋଗ ହୋଇଛି। ସୂଚନାଅନୁଯାୟୀ ଦାସରଜା ପାତ୍ର ସାହିର ବସ୍ତିବାସିନ୍ଦା ସରକାରୀ ଘର ପାଇଛନ୍ତି। ଏହାପରେ ବସ୍ତି ଉଛେଦ ନହେବାରୁ ବସ୍ତିଘର ଭଡ଼ାରେ ଲଗାଇ ଟଙ୍କା ଆଦାୟ କରୁଛନ୍ତି। ଏଠାକାର ଗରିବ ମହିଳାଙ୍କୁ ମିଶନ ଶକ୍ତି ଜବ ନଦେଇ ଯେଉଁମାନଙ୍କୁ ମିଶନଶକ୍ତି ଜବ ମିଳିଛି ସେମାନଙ୍କ ପରିବାର ଆୟ ବେସ ଭଲରହିଛି। ମାନେ ତେଲିଆ ମୁଣ୍ଡରେ ତେଲ ମରାଯାଇଛି। ସେହିଭଳି କୋଠାଘର, ବଡ଼ ଗାଡ଼ି ଓ ଚଳିବା ସ୍ବଛଳ ଥାଇ ମଧ୍ୟ ଅନେକ ଲୋକ ରେସନକାର୍ଡ଼ ପାଇବାରେ ସଫଳ ହୋଇଛନ୍ତି। ଏସବୁ ଇନକ୍ବାରୀରେ କରିବା ଦାୟୀତ୍ବ ବିଏମସି କମିଶନ ନାକତଳେ ଏପରି କେଳେଙ୍କାରୀ ବଡ଼ ପ୍ରଶ୍ନ ଉଠାଇଛି। ପାତ୍ର ସାହିଭଳି ରାଜଧାନୀରେ ଅନେକ ଏପରି ୪୨୦ ବସ୍ତି ରହିଛି। ଯେଉଁଠାରେ ବସ୍ତିବାସିନ୍ଦା ଜାଗା ମିଶନ ଘର, ମହିଳା ଜବ, ରାସନକାର୍ଡ଼ ଭଳି ‌ଅନେକ ସରକାରୀ ସୁବିଧା ପାଇ ସରକାରଙ୍କୁ ଚୁନଲଗାଇ ଦେଇଛନ୍ତି।