ଭୋଟରଙ୍କ ଚୁଟି ଦାଢ଼ି କାଟିଲେ ପ୍ରାର୍ଥୀ…ଅଭିନବ ଉପାୟରେ ନିର୍ବାଚନ ପ୍ରଚାର : Ommtv Round The Clock

Bhubaneswar : ଚୁଟି ଦାଢ଼ି କାଟିବା ମୋର କୌଳିକ ବୃର୍ତି। ଯେହେତୁ ମୁଁ ଭୋଟରଙ୍କୁ ଆକୃଷ୍ଟ କରିବାପାଇଁ କିଛି ଦେଇପାରୁ ନାହିଁ ତେଣୁ ରାସ୍ତା କଡ଼ରେ ସେଲୁନ୍ ବସାଇ ମାଗଣାରେ ଭୋଟରଙ୍କ ଚୁଟି ଓ ଦାଢ଼ି କାଟିବା ପାଇଁ ନିଷ୍ପତିନେ‌ଲି। ଏମିତି ମତ ରଖିଛନ୍ତି ଉତ୍ତର ଭୁବନେଶ୍ବର ସିପିଆଇ ବିଧାୟକ ପ୍ରାର୍ଥୀ ଶଙ୍କର୍ଷଣ ବାରିକ। ଉତ୍ତର ଭୁବନେଶ୍ବର ପାଞ୍ଚପଞ୍ଚାୟତ ସହିତ ସହରର ବିଭିନ୍ନ ଛକରେ ମାଗଣା ସେଲନ୍ ଲଗାଇ ଭୋଟରଙ୍କ ଚୁଟି ଦାଢ଼ି କାଟି ସେବା କରୁଛନ୍ତି। ଅନ୍ୟପକ୍ଷରେ ଅର୍ଥ ଲାଳସାରେ ନିଜ ବହୁମୂଲ୍ୟ ଭୋଟକୁ ପ୍ରଭାବଶଳୀ ପ୍ରାର୍ଥୀଙ୍କୁ ନଦେଇ ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ ବୋଲି ସଚେତନ କରୁଛନ୍ତି। ଆଜି ଡ଼ମଣା ହାଟ ଛକରେ ଶଙ୍କରର୍ଷଣ ପ୍ରାୟ ୫୦ରୁ ଅଧିକ ଲୋକଙ୍କ ଦାଢ଼ି ଓ ଚୁଟି କାଟିଛନ୍ତି। ରାସ୍ତା କଡ଼ରେ ମଗଣା ଚୁଟି ଦାଢ଼ିକାଟବା ପୋଷ୍ଟରଦେଖି‌ ଲୋକମାନେ ତାଙ୍କ ନିକଟରେ ଲାଇନବାନ୍ଧି ସେବାର ମଜ୍ଜା ନେଇଥିଲେ। କିଛି ଲୋକ ତାଙ୍କର ଏଭଳି ଅଭିନବ ପ୍ରଚାରକୁ ମଧ୍ୟ ପ୍ରଶଂସା କରିଥିଲେ।  ସେହିଭଳି ସେ ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳିର ବିଭିନ୍ନ ସ୍ଥାନରେ ଏପରି ସେବା କାର୍ଯ୍ୟ କରୁଥିବା ଦଖେିବାକୁ ମିଳିଛି। ‌ଅନେକ ସ୍ଥାନରେ ସେ ଉପସ୍ଥିତ ନଥିଲେ ମଧ୍ୟ ତାଙ୍କ ସହଯୋଗୀମାନେ ଦଳିୟ ପୋଷ୍ଟର ଲଗାଇ ଲୋକଙ୍କ ମାଗଣା ସେବା କରୁଛନ୍ତି। ସିପିଆଇ ଦଳ ପକ୍ଷରୁ ଟିକେଟ ପାଇବାପରେ ଶଙ୍କରର୍ଷଣ ପଟିଆ ବନ୍ଧ ଇତିହାସ ଓ ବନ୍ଧପାଇଁ ସିପିଆଇ ଦଳର ବଳିଦାନ ବି‌ଷୟରେ ଲୋକଙ୍କୁ ବୁଝାଇ ପ୍ରଚାର କରୁଛନ୍ତି। ଏହା ସହିତ ସେ ଉତ୍ତର ଭୁବନେଶ୍ବର ଅଞ୍ଚଳର ବହୁ ଲୋକ ସମସ୍ୟାଗୁଡ଼ିକୁ ଉପସ୍ଥାପନକରି ଭୋଟରଙ୍କୁ ଆକୃଷ୍ଟ କରିଛନ୍ତି। ସେ ଯିତିଲେ ପ୍ରତି ପଞ୍ଚାୟତ ଓ ପ୍ରତି ୱାର୍ଡ଼ରେ ଗୋଟିଏ ଲେଖାଏଁ ମଗଣା ସେଲୁନ୍ ତିଆରି କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।