ନିରାଡ଼ମ୍ବର ସମ୍ମିଳନୀ…ପାଞ୍ଚ ପଞ୍ଚାୟତକୁ କ‌ଂଗ୍ରେସର ଟାରଗେଟ୍ : Ommtv.in

ନିରାଡ଼ମ୍ବର ସମ୍ମିଳନୀ…ପାଞ୍ଚ ପଞ୍ଚାୟତକୁ କ‌ଂଗ୍ରେସର ଟାରଗେଟ୍

ନିରାଡ଼ମ୍ବର ସମ୍ମିଳନୀ…ପାଞ୍ଚ ପଞ୍ଚାୟତକୁ କ‌ଂଗ୍ରେସର ଟାରଗେଟ୍ : Ommtv.in

ନିରାଡ଼ମ୍ବର ସମ୍ମିଳନୀ…ପାଞ୍ଚ ପଞ୍ଚାୟତକୁ କ‌ଂଗ୍ରେସର ଟାରଗେଟ୍ : Ommtv.in

: ଉତ୍ତର ଭୁବନେଶ୍ବର ପାଞ୍ଚ ପଞ୍ଚାୟତର କିଛି କଂଗ୍ରେସ୍ କର୍ମିଙ୍କୁ ନେଇ ଆଜି ଏକ ନିରାଡ଼ମ୍ବର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ପ୍ରତି ପଞ୍ଚାୟତରୁ କିଛି ‌କଂଗ୍ରେସ କର୍ମି ଯୋଗଦେଇ ନିଜର ମତାମତ ରଖିଥିଲେ । ଯେଉଁ ମତାମତକୁ ଆଧାରକରି କଂଗ୍ରେସତାର ଆଗାମି ନିର୍ବାଚନ ରଣନିତି ପ୍ରସ୍ତୁତକରିବ ବୋଲି ମତପ୍ରକାଶକରିଛି। ଆଜି ଗଣ୍ଡରପୁର ନଦୀ ପଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ବେଳେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ୍ ବ୍ଲକ ୧ ସଭାପତି ମନୋରଞ୍ଜନ ଜେନା, ବ୍ଲକ ୨ ସଭାପତି ଅଶୋକ ଦାସ, ବ୍ଲକ ୩ ସଭାପତି ବ୍ରହ୍ମାନନ୍ଦ ସାହୁ, ଭୁବନେଶ୍ବର ଜିଲ୍ଲା ମହିଳା କଂଗ୍ରେସ୍ ସଭାନେତ୍ରୀ ଗୀତାଞ୍ଜଳୀ ମହାନ୍ତି, ପ୍ରଦେଶ କଂଗ୍ରେସ୍ ସାଧାରଣ ସମ୍ପାଦକ ସୁବ୍ରତ ମହାପାତ୍ର, ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାସ, ଉପସଭାପତି ପ୍ରଶାନ୍ତ ଚମ୍ପତି ଏବଂ ଅକ୍ଷୟ କୁମାର ଦାସ ଯୋଗଦେଇ ପାଞ୍ଚ ପଞ୍ଚାୟତକୁ କିପରି ନିର୍ବାଚନ ପୂର୍ବରୁ ଟାରଗେଟ୍ କରାଯାଇ ନିର୍ବାଚନ ରଣନିତି ପ୍ରସ୍ତୁତ ହେବ ତାହାନେଇ ଆଲୋଚନା କରିଥିଲେ । ଏହି ସଭା କାର୍ଯ୍ୟକ୍ରମକୁ ସ୍ଥାନୀୟ ଯୁବନେତା ସୁବାଷ ପରିଡ଼ା, ବିଦ୍ୟୁତ ପୃଷ୍ଟି, ନିବାସ ସ୍ବାଇଁ, ଲକ୍ଷ୍ମୀଧର ସ୍ବାଇଁ ଓ ଦିଲ୍ଲିପ୍ ନାୟକ ପରିଚାଳନା କରିଥିଲେ। ପାଞ୍ଚ ପଞ୍ଚାୟତରେ ଶତାଧିକ କଂଗ୍ରେସକର୍ମିରହିଥିବାରୁ ଆଗାମି ଦିନରେ ସମସ୍ତ କର୍ମିଓ ଜନସାଧାରଣଙ୍କୁ ନେଇ ଏକ ବଡ଼ ବ‌ୈଠକ ଅନୁଷ୍ଠିତ ହେବ ବ‌ୋଲି ଦଳ ନେତୃତ୍ବ ନେଉଥିବା ନେତାମାନେ ମତପ୍ରକାଶକରିଥିଲେ।