ରାଣୀ ମା’ଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଲା କଳିଙ୍ଗ ପାଇକ ସମାଜ : Ommtv Round The Clock

(Rep: ଶଶିକାନ୍ତ ଗଡନାୟକ) ଗତକାଲି ବୁଧବାର ପାର୍ଲିଆମେଣ୍ଟ ଲୋକସଭା ଅଧିବେସନ ରେ ଓଡିଶା କଳାହାଣ୍ଡିର ମାନନୀୟା ସାଂସଦ ମାଳବିକା ଦେବୀ ଓଡ଼ିଶାରେ ଏକ ପାଇକ ରେଜିମେଣ୍ଟ ସ୍ଥାପନ କରିବା ପାଇଁ ପ୍ରଥମ କରି ଦାବୀ ଜଣାଇଛନ୍ତି ଓ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଓ ମାନ୍ୟବର କେନ୍ଦ୍ର ପ୍ରତିରକ୍ଷା ବିଭାଗ ଶ୍ରୀ ରାଜନାଥ ସିଂ ଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ୧୮୫୭ ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ଅର୍ଥାତ ୧୮୧୭ ରେ ବକ୍ସି ଜଗବନ୍ଧୁ ଙ୍କ ନେତୃତ୍ଵରେ ଓଡ଼ିଶାରେ ସଙ୍ଗଠିତ ପାଇକ ବିଦ୍ରୋହ ବ୍ରିଟିଶ ଶାସନ ର ମେରୁଦଣ୍ଡ ଦୋହଲାଇ ଦେଇଥିଲା। ୧୮୧୭ ପାଇକ ବିଦ୍ରୋହ ଭାରତ ସ୍ୱାଧୀନତାର ପ୍ରଥମ ମୁକ୍ତି ସଂଗ୍ରାମ ବୋଲି ଇତିହାସ ବର୍ଣିତ ହୋଇଛି। ଉକ୍ତ ସଂଗ୍ରାମ ରେ ଅନେକ ପାଇକ ଦେଶ ପାଇଁ ପ୍ରାଣବଳୀ ଦେଇଛନ୍ତି। ସେମାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ରାଜ୍ୟରେ ଓଡ଼ିଆ ଅସ୍ମିତାର ଉଜ୍ଜିବିତ ହୋଇ ପାରିବ। ଏଠାରେ ଏକ ପାଇକ ରେଜିମେଣ୍ଟ ସ୍ଥାପନ କରି କଳିଙ୍ଗ ପାଇକ ନାମରେ ନାମିତ କରିବା ପାଇଁ ଦାବୀ ହୋଇ ପାରିଛି। ଦିର୍ଘ ଦିନର ଦାବୀ କୁ ବର୍ତ୍ତମାନ ର ଡବଲ ଇଞ୍ଜିନ୍ ସରକାର ଙ୍କ ଶାସନ କାଳରେ ସ୍ୱାଧୀନତାର ୭୧ ବର୍ଷ ପରେ କଳାହାଣ୍ଡି ର ପ୍ରଥମ ମହିଳା ସାଂସଦ ତଥା ରାଣୀ ମାଳବିକା ଦେବୀ ପ୍ରଥମେ ସଂସଦ ରେ ଉପସ୍ଥାପନ କରିଥିବାରୁ ସାରା ରାଜ୍ୟରେ ଥିବା ପାଇକ ମାନଙ୍କ ମନରେ ଉତ୍ସାହ ଖେଳି ଯାଇଛି ଓ କଳିଙ୍ଗ ପାଇକ ରେଜିମେଣ୍ଟ ପ୍ରତିଷ୍ଠା ହେବାର ଆଶା ସଞ୍ଚାର ହୋଇଛି। କଳିଙ୍ଗ ପାଇକ ସମାଜ ପକ୍ଷରୁ ସାଂସଦ ମହୋଦୟାଙ୍କୁ ଆନ୍ତରିକ ଶୁଭେଚ୍ଛା ସହ ହାର୍ଦିକ ଅଭିନନ୍ଦନ ଜଣାଉଛି।