ହିନ୍ଦୋଳରେ ରାଜନୀତି ପ୍ରଚାର ଯୋରଦାର : ଓମଟିଭି

BJD

ହିନ୍ଦୋଳରେ ରାଜନୀତି ପ୍ରଚାର ଯୋରଦାର : ଓମଟିଭି

ହିନ୍ଦୋଳରେ ରାଜନୀତି ପ୍ରଚାର ଯୋରଦାର : ଓମଟିଭି

OMM TV ରିପୋର୍ଟ ଢେଙ୍କାନାଳରୁ ଶଶିକାନ୍ତ ଗଡନାୟକ : ଆଗାମୀ ଏପ୍ରିଲ 3 ତାରିଖରେ ହେବାକୁ ଥିବା ଏନ୍ ଏ ସି ନିର୍ବାଚନ ପାଇଁ ଆଜି ସଦର ବିଧାୟକ ସୁଧୀର କୁମାର ସାମଲ ଙ୍କ ନେତୃତ୍ଵରେ 5 ନମ୍ବର ୱାର୍ଡ କାଉନସିଲର ଓ ଦଳ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ସପକ୍ଷରେ ଏକ ବିରାଟ ଶୋଭାଯାତ୍ରା ରେ ଶହ ଶହ ସମର୍ଥକ କର୍ମୀ ମାନେ ଯୋଗଦାନ କରିଥିଲେ। ଏହି ପଦ ଯାତ୍ରା ରେ ଢେଙ୍କାନାଳ ଜିଲ୍ଲା ର ପ୍ରତ୍ୟେକ ବ୍ଲକ୍ ରୁ ସଭାପତି ଯୁବ ଛାତ୍ର ମହିଳା ବିଜେଡ଼ି ନେତା ନେତ୍ରୀ ଙ୍କ ସମେତ ସରପଞ୍ଚ ସମିତି ସଭ୍ୟ ଜିଲ୍ଲା ପରିଷଦ ସଭ୍ଯ ମାନେ ଯୋଗ ଦେଇ ପ୍ରଚାର କରିଥିଲେ। ମାଇକ ବାଜା ପଟୁଆର ଯେମିତି ଦଶ ଦୋଳ ଉତ୍ସବ. ଆଜି ପର୍ଯ୍ଯନ୍ତ ହିନ୍ଦୋଳ ଏନ୍ ଏ ସି ଅଞ୍ଚଳ ରେ ଉତ୍ସବମୁଖର ହୋଇ ପଡିଛି। ଏହି 5 ନ ୱାର୍ଡ ପାଇଁ ପର୍ଯ୍ୟବେକ୍ଷକ ଭାବେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ପ୍ରିୟ ରଞ୍ଜନ ମାହୁନ୍ତ, ପୂର୍ବତନ ଏନ୍ ଏ ସି ଅଧ୍ୟକ୍ଷା ରିନା ବେହେରା ଙ୍କୁ ମନୋନୀତ କରାଯାଇଛି। ଦଳୀୟ ପ୍ରାର୍ଥୀ ଙ୍କୁ ଜିତାଇବାକୁ ଦୁଇ ପର୍ଯ୍ୟବେକ୍ଷକ ଦିନ ରାତି ଏକ୍ କରିଦେଇଛନ୍ତି। ଏହି ନିର୍ବାଚନ ଫଳାଫଳ ଆଗାମୀ 24 ସାଧରଣ ନିର୍ବାଚନ ପାଇଁ ନେତା ନେତ୍ରୀ ଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ସମସ୍ତ ନେତୃମଣ୍ଡଳୀ ଏଠାରେ ଦମ୍ ଲଗାଇ ଦେଇଛନ୍ତି। ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଆସନ୍ତା ଏପ୍ରିଲ 1 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରଚାର ଶେଷ ଦିନରେ ବିଜେଡି ଦଳ ରାଲି ରେ ଏନ୍ ଏ ସି ଭୋଟର 17 ହଜାର କୁ 17 ହଜାର ବିଜେଡି ନେତା କର୍ମୀ ଯୋଗ ଦେବା ଅନୁମାନ ହୁଏ। କାରଣ ଦିନ କୁ ଦିନ ବାହାରୁ ଶହ ଶହ ସଂଖ୍ଯାରେ କର୍ମୀ ଆସି ସଦର ବିଧାୟକ ନିଧି ବାବୁଙ୍କ ସହ ସାମିଲ ହେବାରେ ଲାଗିଛନ୍ତି। #NAC #Dhenkanal #hindola #BJD #Odisha #India #Ommtv #Omtv #Kalingacinearts