ପାଣ୍ଡିଆନ୍ ଙ୍କ ଗୋରିଲୋ ବହୁବର ପଡିଆରେ ହିନ୍ଦୋଳ ଗସ୍ତ କାର୍ଯ୍ୟକ୍ରମକୁ ବିରୋଧ : Ommtv

BJP News

ପାଣ୍ଡିଆନ୍ ଙ୍କ ଗୋରିଲୋ ବହୁବର ପଡିଆରେ ହିନ୍ଦୋଳ ଗସ୍ତ କାର୍ଯ୍ୟକ୍ରମକୁ ବିରୋଧ : Ommtv

ପାଣ୍ଡିଆନ୍ ଙ୍କ ଗୋରିଲୋ ବହୁବର ପଡିଆରେ ହିନ୍ଦୋଳ ଗସ୍ତ କାର୍ଯ୍ୟକ୍ରମକୁ ବିରୋଧ : Ommtv

(ଢେଙ୍କାନାଳ ଶଶିକାନ୍ତ ଗଡନାୟକ)ଗତକାଲି 5T ସଚିବ ଭି, କେ, ପାଣ୍ଡିଆନ୍ ଙ୍କ ଗୋରିଲୋ ବହୁବର ପଡିଆରେ ହିନ୍ଦୋଳ ଗସ୍ତ କାର୍ଯ୍ୟକ୍ରମକୁ ବିରୋଧ କରି ପୂର୍ବତନ ମନ୍ତ୍ରୀ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅଞ୍ଜଳି ବେହେରା ଙ୍କ ନେତୃତ୍ଵରେ ହିନ୍ଦୋଳ ରେ ଏକ ବିଶାଳ ଶୋଭାଯାତ୍ରା ରେ ଶହ ଶହ କର୍ମୀମାନେ ତାମିଲ ଗୁମାସ୍ତା ଗୋ ବ୍ୟାକ୍ ଗୋ ବ୍ୟାକ୍ ଧ୍ୱନୀ ରେ ଆସି ହିନ୍ଦୋଳ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପାଣ୍ଡିଆନ୍ ହିନ୍ଦୋଳ ଛାଡିବା ଯାଏ ଧାରଣା ରେ ବସିଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ଜଣେ ବ୍ୟକ୍ତିଗତ ସଚିବ ମୁଖ୍ୟ ମନ୍ତ୍ରୀ ଙ୍କ ପାଖରେ ନରହି ତାଙ୍କ ସ୍ଵାସ୍ଥ୍ଯ ଉପରେ ଧ୍ୟାନ ନଦେଇ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରି ମୁଖ୍ୟମନ୍ତ୍ରୀ ଙ୍କୁ ଗୃହବନ୍ଦୀ କରି ବିଧାୟକ ସାଂସଦ ମନ୍ତ୍ରୀ ମାନଙ୍କ ଦ୍ଵାରା ମଞ୍ଚ ଆୟୋଜିତ କରି ବୁଲିବା ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ ଉଦବୋଧନ ଦେଇଥିଲେ। ଆଗାମୀ ସାଧାରଣ ନିର୍ବାଚନରେ ହିନ୍ଦୋଳ ନିର୍ବାଚନମଣ୍ଡଳୀ ର ସ୍ୱାଭୀମାନୀ ଭୋଟର ଉଚିତ୍ ଜବାବ ଦେବେ ଆଉ ସରକାର ଙ୍କ ନାଟକବାଜି ଚଳିବ ନାହିଁ। ଏଥର ରାଜ୍ୟରେ ପରିବର୍ତ୍ତନ ସୁନିଶ୍ଚିତ ବୋଲି କହିଥିଲେ। ଏହି ଧାରଣା ରେ ନିର୍ବାଚନମଣ୍ଡଳୀ ର ହିନ୍ଦୋଳ ଓଡ଼ାପଡ଼ା ବିଭିନ୍ନ ପଞ୍ଚାୟତ ମଧ୍ୟରୁ ବହୁ କର୍ମୀ ଯୋଗ ଦେଇ ପାଣ୍ଡିଆନ୍ ଙ୍କ ଗସ୍ତକୁ ଘୋର ବିରୋଧ କରିଥିଲେ ଓ ହିନ୍ଦୋଳ ରେ କଡା ଟକର ଦେଇଥିଲେ। #Ommtv #Omtv #Kalingacinearts #NBPC #virals #viralvideo #viralpost #viralpage #viralreel #viralvideoreels #viralposts #viralreels #trend #trendingnow #trendingreels #trendingvideo #Dhenkanal #BJP