ଓଡ଼ିଶା ବିକାଶ ଚିତ୍ରରେ ଦେବେନ୍ଦ୍ରଙ୍କ ଚିତ୍ର : Ommtv Kalinga Vikas
ଓଡ଼ିଶା ବିକାଶ ଚିତ୍ରରେ ଦେବେନ୍ଦ୍ରଙ୍କ ଚିତ୍ର : Ommtv Kalinga Vikas

ଓଡ଼ିଶା ବିକାଶ ଚିତ୍ରରେ ଦେବେନ୍ଦ୍ରଙ୍କ ଚିତ୍ର : Ommtv Kalinga Vikas
ଦେବେନ୍ଦ୍ର ବାବୁ ୧୯୯୮ରେ ଦେବଗଡ଼ ଲୋକସଭା ଆସନରୁ ନିର୍ବାଚିତ ହେବା ପୂର୍ବରୁ ତାଙ୍କୁ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଭାବେ ମୁଁ ଜାଣିଥିଲି | ପ୍ରଜାତନ୍ତ୍ର କାର୍ଯ୍ୟାଳୟରେ ତାଙ୍କ ସହିତ ବହୁବାର ଦେଖା ହୋଇଥିଲା । ଆରଏସ୍ଏସ୍ର କଟକ କାର୍ଯ୍ୟାଳୟ ଶେଖବଜାରସ୍ଥିତ ସଂସ୍କୃତି ଭବନରେ ହେଉ କି ରାଷ୍ଟ୍ରଦୀପ ପତ୍ରିକା କାର୍ଯ୍ୟାଳୟରେ ଅନେକବାର ଦେଖାସାକ୍ଷାତ ହୋଇଛି ତାଙ୍କର ସରଳ ଓ ଅମାୟିକ ବ୍ୟବହାର ସମସ୍ତଙ୍କୁ ପ୍ରଭ ବିତ କରିଥାଏ । ୧୯୯୬ରେ ଏବଂ ୧୯୯୮ରେ ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳ ମେଣ୍ଟ କରି ନିର୍ବାଚନ ଲଢ଼ିଲେ। ଦେବେନ୍ଦ୍ରବାବୁ ଦେବଗଡ଼ରୁ ଜିତିଥିଲାବେଳେ ମୁଁ କଟକରୁ ନିର୍ବାଚିତ ନେଲି ଦେବେନ୍ଦ୍ରବାବୁ ୧୯୯୮ରୁ ୨୦୦୦ ଯାଏଁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଉପୃଷ୍ଠ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ଆଜି ଯେତେଗୁଡ଼ିଏ ରାଜ୍ୟ ସଡ଼କ ତଥା ରାଜ୍ୟ ରାଜପଥ ଜାତୀୟ ଚାଜପଥରେ ପରିଣତ ହୋଇଛି, ତାହା ତାଙ୍କରି ଉଦ୍ୟମରେ ହିଁ ହୋଇଛି। ଓଡ଼ିଶାରେ ସଡ଼କ ପରିବହନ ବିକାଶର ନକ୍ସା ଦେବେନ୍ଦ୍ର ବାବୁ ହିଁ ପ୍ରସ୍ତୁତ କରିଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ। ଅସ୍ଥିର ସରକାର ପ୍ରଥମେ ୧୩ମାସ ଗନ୍ଧିବା ଏବଂ ପରବର୍ତ୍ତୀ ସରକାର ବେଳେ ଭାଜପାର ସଂଖ୍ୟା ମଧ୍ୟ ହ୍ରାସ ପାଇଥିଲା । ତା’ସତ୍ତ୍ବେ ଯେଉଁ ୨ ବର୍ଷ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ଦାୟିତ୍ବରେ ସେ ଥିଲେ, ଓଡ଼ିଶା ପାଇଁ ତାଙ୍କ ଅବଦାନକୁ ଭୂଲିହେବ ନାହିଁ। ପରେ ଦେଦେବାବୁ କୃଷିମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ନିର୍ବାହ କରିଥିଲେ । ସେତେବେଳେ ମୁଁ କୃଷି ମନ୍ତ୍ରାଳୟର ପରାମର୍ଶଦାତା କମିଟିର ସଦସ୍ୟ ଥିଲି । ଓଡ଼ିଶାରେ କୃଷି ବିଜ୍ଞାନ କେନ୍ଦ୍ର ଅଧିକ ଖୋଲିବାରେ ସେ ପ୍ରଯତ୍ନ କରିଥିଲେ। ଅବଶ୍ୟ ୨୦୦୪ ନିର୍ବାଚନରେ ବିଜେପି ତାଙ୍କୁ ବିଧାନସଭା ଆସନରେ ଲଢ଼ିବାକୁ ନିର୍ଦେଶ ଦେଇଥିଲା । ମୋ’ ସହ ଆଉ ସେପରି ତାଙ୍କର ମନ ଦେଖାସାକ୍ଷାତ ହୋଇପାରିଲା ନାହିଁ। ଧୀରେ ଧୀରେ ସେ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ଯାଇଥିଲେ ଏବଂ ଯେତେବେଳେ ବି ତାଙ୍କ ସହ କେତେବେଳେ
ଦେଖା ହୁଏ, ପଚାରନ୍ତି- "ମୁକୁ କେମିତି କରୁଛି ?” ମୁକ୍ଲ ହେଉଛି ଧର୍ମେନ୍ଦ୍ରଙ୍କ ଶ୍ରଦ୍ଧା ନାମ । ଧର୍ମେନ୍ଦ୍ରବାବୁଙ୍କ ଉଦ୍ଯୋଗକୁ ସେ ଦେଖି ତୃପ୍ତ ହୋଇଥିବା ତାଙ୍କ ଆଖିରୁ ମୁଁ ଦେଖିଛି । ପୁତ୍ରର ସଫଳତାରେ କଣେ ପିତା ଗର୍ବ ଅନୁଭବ କରିବାର କଥା । ୨୦୧୪ ପରଠାରୁ ଲଗାତାର ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦାଙ୍କ ନେତୃତ୍ଵରେ ଭାରତୀୟ ଜନତା ପାର୍ଟି ତୃତୀୟବାର ସଫଳତାର ସହ ଭାରତରେ ପ୍ରତିଷ୍ଠା ବୃଦ୍ଧି କରିଚାଲିବା ଦେଖିକରି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଦେବେନ୍ଦ୍ରବାବୁ ନେଉଛନ୍ତି ଜଣେ, ଯିଏ ଶୁଣିଥିଲେ ତାଙ୍କ ଦଳ ହେଉଛି ଏକ ସାଇନବୋର୍ଡ ପାର୍ଟି ଏବଂ ସିଏ ନିଜେ ଦେଖିକରିବାରେ ତାଙ୍କ ବଳ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ଓଡ଼ିଶାରେ ସରକାର ଗଠନ କରିଛି । ଓଡ଼ିଶାରେ ଜନତୀୟ ଜନତା ପାର୍ଟିକୁ ମଜଭୂତ କରିବାରେ ଦେବେନ୍ଦ୍ରବାବୁ ଅକ୍ଳାନ୍ତ ପରିଶ୍ରମ କରିଥିଲେ । ଆଜି ତାଙ୍କର ଶ୍ରମ ସାର୍ଥକ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କର ପ୍ରଧାନମନ୍ତ୍ରୀ ପ୍ରକୋଷ୍ଠରେ ଗୋଟିଏ ଆଣ୍ଡବାଣୀ ଲେଖାହୋଇଥିଲା- ଏଇ ରାସ୍ତା ଦେଇ ଆପଣ ଥରେ ଯିବେ, ତା'ର ସବୁଯୋଗ କରନ୍ତୁ।' ଦେବେନ୍ଦ୍ର ବାବୁ ସମ୍ଭବତଃ ସେ ଧାଡ଼ିଟିକୁ
କେବଳ ମୁଖସ୍ଥ କରିନଥିଲେ, କାର୍ଯ୍ୟରେ ରୂପାନ୍ତରିତ କରିଗଲେ। ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ମୋର ଶ୍ରଦ୍ଧାଞ୍ଜଳି ସାଂସଦ, ଲୋକସଭା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଲ ଓଡ଼ିଶା ରାଜନୀତି ଇତିହାସରେ ଜଣେ ଅଜାତଶତ୍ର ଏବଂ ଜାତୀୟତାବାଦରେ ବିଶ୍ଵାସ କରୁଥିବା ଜଣେ କଳା ଦେଶସେବକ ଓ ସାର୍ଥକ ରାଜନୀତିଜ୍ଞ ଥିଲେ ସେ । ସବୁବେଳେ ଧୀର, ସ୍ଥିର, ବିନମ୍ର, ଅମାୟିକ, ପ୍ରସନ୍ନ ସ୍ବଭାବ, ଶତ୍ରୁ ମିତ୍ର ସମସ୍ତଙ୍କୁ ଆପଣାର କରି ପାରିବା ଭଳି ଏକ ଅମ୍ଳାନ ବ୍ୟକ୍ତିତ୍ବ ଥିଲେ ଆମ ସମସ୍ତଙ୍କର ପ୍ରିୟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ. ଦେବେନ୍ଦ୍ର ପ୍ରଧାନ। ସେ ସବୁବେଳେ ରାଜନୈତିକ ସଂକୀର୍ଣ୍ଣତାର ବହୁ ଉର୍ଦ୍ଧ୍ବରେ ଥିଲେ ଏବଂ ତାଙ୍କର କଳା ମନ୍ଦିତ ରାଜନୈତିକ ବିଶେଷ ନଥିଲା। ଜଣେ ଦୟାଶୀଳ, ଉଦାର ହୃଦୟସଂପନ୍ନ, ସଂବେଦନଶୀଳ ଏବଂ ଦେବ ଦୁର୍ଲଭ ଜନନାୟକ ଥିଲେ ଡ଼ା. ଦେବେନ୍ଦ୍ର ପ୍ରଧାନ । ଡାକ୍ତର ପ୍ରଧାନ ଶ୍ରୀରାମ
ବନ୍ଧୁ ରଜ ମେଡିକାଳ କଲେଜରୁ ଏମବିବିଏସ୍ ସମାପ୍ତ କରିବା ପରେ ୧୯୬୭ରୁ ୧୯୭୩ ମସିହା ପର୍ଯ୍ୟନ୍ତ ଜଣେ ସରକାରୀ ଡାକ୍ତର ଭାବରେ ତାଳଚେର ସମସ୍ଯା ଅଞ୍ଚଳରେ କାର୍ଯ୍ୟ ଆରମ୍ଭ କରି ଅନେକ ସୁନାମ ସାଉଁଟି ଥିଲେ। ୧୯୬୩ ମସିହାରେ ସରକାରୀ ଚାକିଗରୁ ଉପଫା ଦେଇ ଘରୋଇ ଭାବେ ଡାକ୍ତରୀ ପେସା ସହିତ ସମାଜସେବା ରେ ବ୍ରତୀ ହେଲେ। ଜଣେ ମେଳାପି, ମାନବବାଦୀ, ସଂସ୍କୃତି ସମ୍ପନ୍ନ ଏବଂ ଅମାୟିକ ବ୍ୟକ୍ତି ଭାବରେ ସେ ସମଗ୍ର ରାଜ୍ୟ ତଥା ଦେଶରେ ସୁପରିଚିତ । ଦେବଗଡ଼ ସଂସଦୀୟ କ୍ଷେତ୍ରରୁ ଦୁଇଥର ସାଂସଦ ଭାବରେ ନିର୍ବାଚିତ ହେବା ସହିତ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ରୂପୃଷ୍ଠ ପରିବହନ ଏବଂ କୃଷି ବିଭାଗର ମନ୍ତ୍ରୀ ଭାବରେ ଅତ୍ୟନ୍ତ ଦକ୍ଷତା ଓ ପ୍ରତିବଦ୍ଧତାର ସହିତ କାର୍ଯ୍ୟ କରି ରାଜ୍ୟ ପାଇଁ ଅନେକ ଜାତୀୟ ରାଜପଥକୁ ଉପହାର ଦେଇ ଯାଇଛନ୍ତି । ମୋର ମନେପଡ଼େ ସେ କେନ୍ଦ୍ର ଭୂପୃଷ୍ଠ ପରିବହନ ବିଭାଗର ମନ୍ତ୍ରୀ ଥିବା ସମୟରେ ୧୯୯୮ମସିହାରେ ଭୁବନେଶ୍ଵରଠାରେ ଏକ କେନ୍ଦ୍ରୀୟ ଉଦ୍ୟୋଗର ଗେଷ୍ଟ୍ ହାଉସ୍ରେ ତାଙ୍କୁ ଭେଟିଥିଲି ଏବଂ କହିଥିଲି ଭାଇ ମୁଁ ଆପଣଙ୍କ ପାଖକୁ ଗୋଟିଏ ଜନସ୍ବାର୍ଥ ସମସ୍ୟା ନେଇ ଆସିଛି, ଯେଉଁଥିରେ ମୋ ଅଞ୍ଚଳ ଅପେକ୍ଷା ଆପଣଙ୍କ ଅଞ୍ଚଳର ବେଶି ଲାଭ ହେବ । ଆପଣ ରୂପୃଷ୍ଟ ପରିବହନ ମନ୍ତ୍ରୀ, ଚଣ୍ଡିଖୋଲଠାରୁ ବନକତୋରା ରାସ୍ତାକୁ ଜାତୀୟ ରାଜପଥ ଭାବରେ ଘୋଷଣା କରିଦିଅନ୍ତୁ ଏହା ମଧ୍ୟରେ ଆପଣଙ୍କର ଢେଙ୍କାନାଳ-ଅନୁଗୁଳ ଜିଲ୍ଲାର ଅନେକ ଜାସ୍ତା ଆସିଯିବ। ମୁଁ ସାଥିରେ ନେଇ ଯାଇଥିବା ଲେଖାଟିକୁ ହୃଷୀକେଶ ପଣ୍ଡା ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତରେ ପରିବାରବର୍ଗ ତଥା ପ୍ରିୟଜନ ସଭିଏଁ ଶୋକରେ ମର୍ମାହତ। ଆଜି ତାଙ୍କର ଅନେକ କଥା ମନେପଡ଼ୁଛି । ଦେବେନ୍ଦ୍ର ସମାଧାନରେ ବାବୁ ସଭାବରେ ଥିରେ ଭିନ୍ନ । ରାଜନେତା ଭାବେ ତାଙ୍କ ବ୍ୟବହାର ଯେତିକି ଶଳାନ, ପ୍ରକୃତି ମଧ୍ୟ ସେତିକି ନମ୍ର ଥିଲା | କଥାବାର୍ତ୍ତା ଯେମିତି ଯୁକ୍ତିଯୁକ୍ତ କାର୍ଯ୍ୟ କରିବାର ମାର୍ଗ ମଧ୍ୟ ସେମିତି ଅଦର୍ଷପୂର୍ଣ୍ଣ ଥିଲା । ପରିସ୍ଥିତି ଯେତେ ଗମ୍ଭୀର ହେଲେ ମଧ୍ୟ ଖୁବ୍ ଶାନ୍ତ ହୋଇ ଜଟିଳରୁ ଜଟିଳ ସମସ୍ୟାର ସମାଧାନ କରିବାରେ ସେ ଥିଲେ ସିଦ୍ଧହସ୍ତ । ଯେଉଁ କିଛି ସମୟ ଆମେ ମିଳିତ ଭାବେ ଆଲୋଚନା କରିଛୁ, ସେଥିରେ ଆମ ବିଚାରରେ ପ୍ରାୟତଃ ସାଦୃଶ୍ଯ ଥାଏ । ସଭା ସିଦ୍ଧହସ୍ତ ଦେବେନ୍ଦ୍ର ସମିତିରେ ଯୋଗଦେବା ସମୟରେ ତାଙ୍କର ସ୍ମିତହାସ୍ୟ ଭରା ଶାନ୍ତ ଚେହେରା ଏବେ ମନେ ପଡ଼ିଯାଉଛି । ଜଣେ ଅଗ୍ରଣୀ ରାଜନେତା ଭାବେ କେବେ ତାଙ୍କ ଦେଇ ଆସିଲି । ସେ ସାତ ଦିନ ମଧ୍ୟରେ ନୋଟିଫିକେସନ୍ ବାହାର କରିବା ପାଇଁ ନିର୍ଦେଶ ଦେବେ ଏବଂ ପରିଶେଷରେ ୬ ଜାନୁଆରି ୧୯୯୯ ମସିହାରେ କନକତୋରା ରାସ୍ତା ଜାତୀୟ ରାଜପଥ ନଂ-୨୦୦ ଭାବରେ ଘୋଷିତ ହେଲା ଯାହା ଚଣ୍ଡିଖୋଲଠାରେ ଜାତୀୟ ରାଜପଥ ନଂ-୫ ରୁ ଆରମ୍ଭ ହୋଇ ଛତିଶଗଡ଼ ନିକଟସ୍ଥ ରାୟପୁରଠାରେ ଜାତୀୟ ରାଜପଥ ନଂ-ଶକୁ ସଂଯୋଗ କଲା । ଏହା ସହିତ ତା.ପ୍ରଧାନଙ୍କ ପ୍ରୟାସରେ ପାଣିକୋଇଲି-ରାଜାମୁଣ୍ଡ ଜାତୀୟ ରାଜପଥ ନଂ-୨୧୫), ବୋରିଗୁମ୍ମା ବରଗତ (ଜାତୀୟ ରାଜପଥ ନଂ-୨୦୧) ଏବଂ ଭୁବନେଶ୍ଵର- ପୁରୀ (ଜାତୀୟ ରାଜପଥ ନଂ-୨୦୩) ରାସ୍ତା ମଧ୍ୟ ରାଜପଥ ଭାବରେ ଘୋଷିତ ହେଲା । ଯେଉଁ ନମ୍ବରଗୁଡ଼ିକ
ପରବର୍ତ୍ତୀ କାଳରେ ସଂଶୋଧିତ ହୋଇ ବଦଳିଯାଇଛି। ଡା, ଦେବେନ୍ଦ୍ର ପ୍ରଧାନ ଆଜି ଅମମାନଙ୍କୁ ପରକରି ଅଫେରା ରାଇଜକୁ ଚାଲି ଯାଇଛନ୍ତି । ଗରୁଡ଼ ପୁରାଣ ମତରେ ଯିଏ ସକର୍ମ ଏବଂ ସୁମତି ପଥରେ ଅଗ୍ରସର ହୁଏ ସେ ହିଁ ମୃତ୍ୟୁ ପରେ ମୁକ୍ତି ଓ ସଦ୍ଗତି ପାଇଥାଏ । ସ୍ବର୍ଗତ ପ୍ରଧାନଙ୍କ ଭଳି ସତ୍, ଚିତ୍ ଓ ଆନନ୍ଦରେ ବିଶ୍ବାସ କରୁଥିବା ଜଣେ ମହାନ ମଣିଷଙ୍କ ପାଇଁ ମୁକ୍ତି ଓ ସଦ୍ଗତି କାମନା କରିବା ସହିତ ପରିବାରବର୍ଗଙ୍କୁ ଅସୀମ ସାହସ ଓ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ଭଗବାନଙ୍କ ପୟରରେ ପ୍ରାର୍ଥନା କରୁଛି । ପୂର୍ବତନ ମନ୍ତ୍ରୀ, ଓଡ଼ିଶା ପାଖରେ କୌଣସି ଅପଂଜାବ ମୁଁ ଲକ୍ଷ୍ୟ କରିନାହିଁ । ସେ ଆବଶ୍ୟକତାଠାରୁ ପଦଟିଏ ଅଧିକ କଥା କହିବାର ମୁଁ କେବେ ଦେଖି ନାହିଁ । ଲୋକମାନଙ୍କ ସମସ୍ୟା ବୁଝିବା ସହ ନିଜ କର୍ମଚାରୀମାନଙ୍କୁ ସର୍ବଦା ଯଥୋଚିତ ବ୍ୟବହାର ପ୍ରଦର୍ଶନ କରିବା, ପରିଚୟ ଦେଉଥିଲା ତାଙ୍କର ଉଲ୍ଲେଖନୀୟ ଓ ଅନନ୍ୟ ବ୍ୟକ୍ତିତ୍ବ ଜନକଲ୍ୟାଣ କେତୁ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଏହି ରାଜନେତାଙ୍କ ତଦ୍ର ସ୍ବଭାବ ମୋତେ ସବୁବେଳେ ପ୍ରଭାବିତ କରିଆସିଛି । ଶ୍ରୀ ପ୍ରଧାନଙ୍କର ଲୋକସଭାର ସଦସ୍ୟ ଭାବେ ନିର୍ବାଚିତ ହେବା,
ସମସ୍ତଙ୍କ ପାଇଁ ଆନନ୍ଦର ବିଷୟ ଥିଲା । ମୋ ମତରେ ଜଣେ କ୍ୟାବିନେଟ୍ ସ୍ତରୀୟ ମନ୍ତ୍ରୀ ହେବାପାଇଁ ସେ ଜଣେ ପ୍ରକୃଷ୍ଟ ବ୍ୟକ୍ତିତ୍ବ । ମନ୍ତ୍ରୀପଦ କାଳରେ ସେ ସର୍ବଦା ନିଜକୁ ଜନତାଙ୍କ ପାଇଁ ଉତ୍ସର୍ଗ କରିଆସିଛନ୍ତି । କୌଣସି ବିଶ୍ଳେଷ ଭାବନା ବା ଅଭିଯୋଗକୁ ସେ ସ୍ଥାନ ଦେଇନାହାନ୍ତି । ଏଭଳି ଏକ ବ୍ୟକ୍ତିତ୍ବଙ୍କ ଅନୁପସ୍ଥିତି ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିବ । (ମୂଳଲେଖା ଭର୍ତ୍ତୃହରି ମହତାବ)