ସଫାହୋଇଯିବ ମୋହନ ସରକାର, ବିଜେଡ଼ି କରିଛି ବଡ଼ ଚାଲ : ମଧୁରବାଣୀ : Ommtv Round The Clock

ସଫାହୋଇଯିବ ମୋହନ ସରକାର, ବିଜେଡ଼ି କରିଛି ବଡ଼ ଚାଲ : ମଧୁରବାଣୀ : Ommtv Round The Clock

ସଫାହୋଇଯିବ ମୋହନ ସରକାର, ବିଜେଡ଼ି କରିଛି ବଡ଼ ଚାଲ : ମଧୁରବାଣୀ : Ommtv Round The Clock

ସଫାହୋଇଯିବ ମୋହନ ସରକାର, ବିଜେଡ଼ି କରିଛି ବଡ଼ ଚାଲ : ମଧୁରବାଣୀ : Ommtv Round The Clock

ଭୁବନେଶ୍ବର: କଥାରେ ଅଛି ୧୨ ବର୍ଷର ତପସ୍ୟା ‌ସୁଖୁଆ ‌ପୋଡ଼ାରେ ଗଲା। ଆମ ରାଜ୍ୟରେ ବିଜେଡ଼ିର ୨୪ ବର୍ଷର ତପସ୍ୟା କିଛି ଦଳ ଭିତରେ ଥିବା କୁଚକ୍ରୀମାନଙ୍କ ପାଇଁ ସୁଖୁଆ ପୋଡ଼ାରେ ଚାଲିଗଲା। ଏବେ ଅଖା ଧୋଉଥା ଗୁଣ ଗାଉଥା ପରିସ୍ଥିତିରେ ବିଜେଡ଼ି। ତଥାପି କିଛି ତୁଙ୍ଗ ନେତାଙ୍କ ପାୱାର ଲୋଭ ଏଯାଏ ଛାଡ଼ିନାହିଁ । ମନେମନେ ଗୁଡ଼ ଖାଉଛନ୍ତି ସେମାନେ ୨୯ରେ ପୁଣି ଫେରିବେ। ଏପରି ପରିସ୍ଥିତିରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ସାଜିଥିବା ବିଜେପି ମୋହନ ସରକାରଙ୍କୁ ଭାଙ୍ଗିବାପାଇଁ ବିଜେଡ଼ି ତିଆରି କରିଛି ନୂଆ ରଣନିତି। ଯାହା ବିଜେପି ମୁଣ୍ଡରେ ନପସିଲେ ୨୯ରେ ହାତରୁ ସତା ଖସିଯାଇପାରେ। ଯେଉଁ ସବୁ ସମସ୍ୟାକୁ ନେଇ ବିଜେଡ଼ି ରାଜ୍ୟବାସୀଙ୍କୁ ହନ୍ତସନ୍ତ କରୁଥିଲା ସେହି ସବୁ କଥାକୁ ଏବେ ପାଲଟା ବିଜେଡ଼ି ବିରୋଧି ଦଳ ହୋଇ ରାଜ୍ୟ ସରକାରଙ୍କୁ ଘେରିବ। ରାଜ୍ୟର ଉନ୍ନତି ନାମରେ ଗରିବଙ୍କୁ ହଇରାଣ କରିବାପାଇଁ ମୋହନ ସରକାରଙ୍କୁ ଚାପ ପକାଇବ। ଯେଉଁ ଜାଲରେ ମୋହନ ଫସିଲେ ଓଡ଼ିଶା ହାତରୁ ପଦ୍ମ ଖସିଯିବା ଏକ ପ୍ରକାର ସୁନିଶ୍ଚିତ ହୋଇଛି। ଗତ ବର୍ଷ ହକି ବିଶ୍ବକପ୍ ନାମରେ ରାଜଧାନୀର ଶହ ଶହ ଗରିବ ଲୋକଙ୍କ ବ୍ୟବସାୟୀକ ‌ସ୍ଥଳି ମୁଣ୍ଡଗୁଞ୍ଜିବାପାଇଁ ଘର ଓ ସହର ଉନ୍ନତି ନାମରେ ଲୋକଙ୍କ ଜମି ଛଡ଼ାଇନେବା, ଘରଦ୍ବାର ଭାଙ୍ଗିପକାଇଲା ବିଜେଡ଼ି। ଯାହାର ଫଳ ଲୋକମାନେ ନିର୍ବାଚନରେ ଦେ‌ଖାଇଦେଲେ। ବର୍ତମାନ ବିଜେଡ଼ି ମୋହନ ସରକାରଙ୍କୁ ସେହି ସବୁ କଥା ନେଇ ଚାପ ପକାଇବା ଆରମ୍ଭ କରିଛି। ଫଳରେ ୨୯ ରେ ଯେମିତି ବିଜେପି ତାର ସତ୍ତା ହରାଇବ ଓ ଲୋକମାନେ ରାଗରେ ଆଉ ବିଜେପିକୁ ଭୋଟ ଦେବେନାହିଁ।

 ଅନ୍ୟ ପକ୍ଷରେ ଏକାଧିକ ଯୋଜନା କରି ଲୋକଙ୍କୁ ଏମିତି ଅଳଶୁଆ କରିଦେଇଥିଲା ନବିନ ସରକାର ଯାହାର ମେଣ୍ଟେନାନସ୍ କରିବାକୁ ଯାଇ ବିଜେପି ତା’ର ୫ବର୍ଷ ବିତେଇଦେବ। କିଛି ନୂଆ ଯୋଜନା ଆଣିବା ପୂର୍ବରୁ ଦରଦାମ ବଢ଼ିଓ ଏବଂ ଲୋକମାନେ ବିଜେପିକୁ ଛି ଛି କହିବେ। ରାଜ୍ୟର ସବୁଠାରୁ ବଡ଼ ଚ‌ୋର ଖଣି ଓ ପାଣି ବେପାର କରୁଥିବା ବେପାରୀ ଓ ସେମାନଙ୍କ ଠାରୁ ପିସି ଆଣି କୋଟିପଡ଼ି ହୋଇଥିବା ନେତାମାନଙ୍କୁ ଜେଲ ଭିତରେ ପୁରାଇବା ଛାଡ଼ି ସପ୍ତାହକୁ ଥରେ ସାଧାରଣ ଲୋକଙ୍କ ଘର କଥା ସୁଣୁଥିବା ସରକାର କେତେଦିନ ଚାଲିବ ତାହାନେଇ ଟାରଗେଟ୍ କରିଛି ବିରୋଧି। ଏଭଳିଆ ଅନେକ ଚକ୍ରାନ୍ତକୁ ବିଜେପି ବୁଝିନପାରି ଭୋଟରଙ୍କୁ ହଇରାଣକଲେ ୨୯ରେ ନା’ ରହିବ ବିଜେପି ନା’ ରହିବ ବିଜେଡ଼ି। ଲୋକ ଭୋଟ ମାଧ୍ୟମରେ ନିଜର ପରିବର୍ତନ ‌ସ୍ବର ଦେଖାଇଦେବେ ବୋଲି ଘରୋଇ ଗୁଇଁନ୍ଦା ସୂଚନାରୁ ପ୍ରକାଶ। ତେବେ ପିଜ‌େପି ଏମିତି କିଛି ପଦକ୍ଷେପ ନନେଉ ଯେଉଁଥିରେ ସାଧରଣ ଲୋକଙ୍କ ଆଖିରୁ ଲୁହ ଝରିବ। ଲୁହ ଝରିଲେ ମୋହନ ସରକାର ସଫା ହୋଇଯିବା ସୁନିଶ୍ଚିତ ପାଲଟିବ। ଦେହକୁ ନେବନି ଟାଣି ପଢ଼ୁଥିବ ମଧୁର ବାଣୀ।

ରିପୋର୍ଟ : ସାମ୍ବାଦିକ ବିଦ୍ୟାଧର ବାରିକ    

Mohan government will be wiped out, BJD has made a big move: Madhurabani
Bhubaneswar: It is said that 12-year-old Tapasya died in a fire. The 24-year-old austerity of the BJD in our state has gone down well with some within the party. At present, the BJP is in a precarious situation. However, some leaders are yet to relent. I think they will be back on the 29th. In such a situation, the BJD has come up with a new strategy to topple the BJP-led government. If it does not come to the head of the BJP, it can fall out of the hands of the 29. The BJP government will have to face all the problems of the people of the state. Mohan will put pressure on the government to harass the poor in the name of development of the state. If Mohan falls into the trap, it is certain that the lotus will escape from the hands of Odisha. Last year, in the name of the Hockey World Cup, the BJD broke the doors of hundreds of poor people in the capital by snatching away their land in the name of housing and urban development. People have seen the results of the election. Now the BJP has started pressuring the Mohan government on all these things. As a result, the BJP will lose its power on the 29th and people will not vote for the BJP anymore in anger. On the other hand, the Naveen government had made people so dirty by making many schemes, which the BJP would spend five years to maintain. Before coming up with any new scheme, the prices will go up and people will vote for the BJP. The opposition has targeted how long the government, which is listening to the homes of the common people once a week, will run, except for the traders who sell the state's largest rice mine and water, and the leaders who have taken money from them and put them in jail. If the BJP does not understand many such conspiracies and harasses the voters, then there will be neither BJP nor BJD in the 29th. People will show their change through votes, "he said. However, the PJP should not take any such step which will bring tears to the eyes of the common people. If tears are shed, the Mohan government will be wiped clean. Do not take the body and read sweet words.

Report by journalist Vidyadhar Barik