ସର୍ବ ଭାରତୀୟ ନୃତ୍ୟ ସଙ୍ଗୀତ ଓ ଚିତ୍ର ଉତ୍ସବ : Ommtv

ସର୍ବ ଭାରତୀୟ ନୃତ୍ୟ ସଙ୍ଗୀତ ଓ ଚିତ୍ର ଉତ୍ସବ : Ommtv

ସର୍ବ ଭାରତୀୟ ନୃତ୍ୟ ସଙ୍ଗୀତ ଓ ଚିତ୍ର ଉତ୍ସବ : Ommtv

ସର୍ବ ଭାରତୀୟ ନୃତ୍ୟ ସଙ୍ଗୀତ ଓ ଚିତ୍ର ଉତ୍ସବ : Ommtv

ଚନ୍ଦ୍ରଶେଖରପୁର, ୨୭/୧୨ (କବି): ନୃତ୍ୟ ଅନୁଷ୍ଠାନ ତ୍ରିଭଙ୍ଗ କଳା ନିକେତନର ବାର୍ଷିକ ଉତ୍ସବ ଅବସରରେ ଏକ ଦିବସୀୟ ସର୍ବ ଭାରତୀୟ ନୃତ୍ୟ ସଙ୍ଗୀତ ଓ ଚିତ୍ର ଉତ୍ସବ 2024 ଡିସେମ୍ବର 27 ତାରିଖରେ ଭୁବନେଶ୍ବର ସ୍ଥିତ ଓଡିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟ ଠାରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ରେ ଅତିଥ୍‌ ଭାବେ ପ୍ରଖ୍ୟାତ ମର୍ଦ୍ଦଳ ଗୁରୁ ସଚ୍ଚିଦାନନ୍ଦ ଦାସ ଓଡିଶୀ କଣ୍ଠ ସଙ୍ଗୀତ ଗୁରୁ ନିମାକାନ୍ତ ରାଉତରାୟ, ଗୁରୁ ପ୍ରଦୀପ କୁମାର ଦାସ ଯୋଗଦାନ କରିବା ସହ କାର୍ଯ୍ୟକ୍ରମ ର ଭୂୟସୀ ପ୍ରସଂଶା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅପରାହ୍ନ ଅଧୂବେଶନରେ ଓଡିଶା ର ବିଭିନ୍ନ ଜିଲ୍ଲା ରୁ ଶାସ୍ତ୍ରୀୟ, ଲୋକନୃତ୍ୟ ଶୀଳ୍ପି ମାନେ ଗଣେଶ. ତାଣ୍ଡବ. ଶିବ ତାଣ୍ଡବ. ସମ୍ବଲପୁରୀ ନୃତ୍ୟ ରେ ଆମେ ସମ୍ବଲପୁରୀଆ ଫୁଲ ଦଳ ଗତ ନୃତ୍ୟ ପରିବେଷଣ କରି ଦର୍ଶକ ମନ୍ତମୁଗ୍ଧ ହୋଇଯାଇଥିଲେ।ସାନ୍ଧ୍ୟ ଅଧୂବେଶନରେ ଅତିଥି ଭାବେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ମର୍ଦ୍ଦଳ ଗୁରୁ ଧନେଶ୍ବର ସ୍ବାଇଁ, ବିଶିଷ୍ଟ ଓଡିଶୀ ନୃତ୍ୟ ଗୁରୁ ଡ. ମନୋରଞ୍ଜନ ପ୍ରଧାନ,ଓଡିଶୀ କଣ୍ଠ ସଙ୍ଗୀତ ଗୁରୁ ସୁକାନ୍ତ କୁଣ୍ଡୁ, ନୃତ୍ୟ ଗୁରୁ ଭରତ ଚରଣ ଗିରି ଆଦି ଯୋଗଦାନ କରି ନୃତ୍ୟ ଓ ସଙ୍ଗୀତ ଓ ଚିତ୍ର ଶୀଳ୍ପି ମାନଙ୍କୁ ସମ୍ବଦ୍ଧିତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ରୁ ଗୁରୁ ସୋନାଲି ସାବତ, ରାଉରକେଲାରୁ ଗୁରୁ ନିଳାଦ୍ରୀ ମହାନ୍ତି, ଭୁବନେଶ୍ବର ରୁ ଗୁରୁ ମଲ୍ଲିକା ସ୍ବାଇଁ, ଗୁରୁ ସନ୍ଧ୍ୟାରାଣୀ ମହାପାତ୍ର,ଜଗତସିଂହପୁର ରୁ ଗୁରୁ ରାଜନ ଗୁରୁ, କନ୍ଧମାଳ ରୁ ଗୁରୁ ଲକ୍ଷ୍ମୀନାରାୟଣ ପୁରୋହିତ, ବୁର୍ଲା ରୁ ଗୁରୁ ପୂଜା ପରିମିତା ସାହୁ ଆଦି ଙ୍କ ଛାତ୍ର ଛାତ୍ରୀ ମାନଙ୍କ ସ‌ହ ତ୍ରିଭଙ୍ଗ କଳା ନିକେତନର ଛାତ୍ରଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ।ନନ୍ଦ ସୁତଙ୍କୁ ଗୋ ସଖି ଓଡିଶୀ ନାଟ୍ୟଙ୍ଗ ସ୍ନେହା ସୁନାର, ପରେ ପରେ କାଇଁଚ ମାଳି ମୋ କାଇଁଚ ମାଳି ଓ ସଜନୀ ମୋହନ ମୂରତି ଚଇଲୋ.ଓଡିଶୀ ସଂଗୀତ ତ୍ରିଭଙ୍ଗ କଳା ନିକେତନର ଶିଳ୍ପୀମାନେ ପରିବେଷଣ କରିଥିଲେ।ସଂଗୀତ ନିର୍ଦେଶନା ଓ ପରିଚାଳନା କରିଥିଲେ ଗୁରୁ ଶ୍ରୀ ପ୍ରଦୀପ କୁମାର ଦାସ, ମର୍ଦଳରେ ଗୁରୁ ଶ୍ରୀ ମୁରଲୀ ଧର ସ୍ବାଇଁ ବେହେଲା ଗୁରୁ ଶ୍ରୀ ପ୍ରଦୀପ ମହାରଣା ଓ ମଞ୍ଜିରାରେ ଗୁରୁ ଶ୍ରୀ ବିନୋଦ ଚନ୍ଦ୍ର ସାହୁ ସହଯୋଗୀତା କରିଥିଲେ.ତ୍ରିଭଙ୍ଗ କଳା ନିକେତନର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଚିତ୍ର ପ୍ରଦର୍ଶନୀ ମଧ୍ଯ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ କୁ ବିନୋଦ ଚନ୍ଦ୍ର ସାହୁ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନ ର ପ୍ରତିଷ୍ଠାତା ଗୁରୁ ବିକ୍ରମ ସାମଲ ଓ ସଂଗୀତ ଗୁରୁ ଶ୍ରୀ ପ୍ରଦୀପ କୁମାର ଦାସ ପରିଚାଳନା କରିଥିଲେ । ଅନୁଷ୍ଠାନ ର ନିର୍ଦ୍ଦେଶିକା ଗୁରୁ ସୁନିତା ସାମଲ ଶେଷରେ ସମସ୍ତକୁ ଧନ୍ୟବାଦ ଅର୍ପଣ କରିଥିଲେ।