Minati Mohapatra Cycling Velodrome Inaugurated at KIIT-KISS Campus by Union Minister Mansukh Mandaviya : Ommtv

Minati Mohapatra Cycling Velodrome Inaugurated at KIIT-KISS Campus by Union Minister Mansukh Mandaviya : Ommtv

Minati Mohapatra Cycling Velodrome Inaugurated at KIIT-KISS Campus by Union Minister Mansukh Mandaviya : Ommtv

Minati Mohapatra Cycling Velodrome Inaugurated at KIIT-KISS Campus by Union Minister Mansukh Mandaviya : Ommtv

 

Bhubaneswar, January 8: The Minati Mohapatra Cycling Velodrome was inaugurated today at the KIIT-KISS campus by the Union Minister of Youth Affairs and Sports, Mansukh Mandaviya. The velodrome, named in honor of Minati Mohapatra – Odisha’s first Arjuna Awardee in cycling.Inaugurating the Velodrome, the Union Minister reflected on the significance of the occasion. “Today is an important day for me,” he said, what I witnessed aligns with the dream of Prime Minister Narendra Modi – a nation where education and sports go hand in hand.”Quoting Acharya Chanakya, the minister emphasized the importance of education in shaping a nation’s future. “I am satisfied that the country’s future is in the capable hands of educationists like Dr. Samanta. KIIT, KISS, and KIMS are nurturing students who will grow into responsible citizens. Wherever I go, I will share the best practices I observed here,” Mandaviya added.Dr Samanta, Founder of KIIT, KISS, and KIMS, expressed his gratitude for the minister’s visit and highlighted plans to double the sports infrastructure at KIIT and KISS in the coming years. “With the minister’s blessings, we aim to expand our facilities further and provide more opportunities for budding athletes,” he remarked.Maninder Pal Singh, Secretary General of the Cycling Federation of India, lauded the minister’s passion for sports. “The minister is a cycling enthusiast himself, and his contribution to promoting sports across the country is remarkable,” he said.Minati Mohapatra, visibly moved by the honour, expressed her gratitude. “I am speechless. People say Dr. Samanta is like a god to us. This is the greatest honor of my life,” she said.KIIT Vice Chancellor Prof. Saranjit Singh highlighted the minister’s achievements during his tenure as Union Health Minister, and KISS Vice Chancellor Prof. Deepak Kumar Behera delivered the vote of thanks.

 

କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଦ୍ୱାରା, କିଟ୍‍ରେ ମିନତି ମହାପାତ୍ର ସାଇକଲ ଭେଲୋଡ୍ରୋମ୍‍ ଉଦ୍‍ଘାଟିତ

ଭାରତର ପ୍ରଥମ ଅନ୍ତର୍ଜାତୀୟ କଂକ୍ରିଟ୍‍ ଭେଲୋଡ୍ରୋମ୍‍ : Ommtv

ଭୁବନେଶ୍ୱର, ୮ ।୧: କିଟ୍‍ ରେ ଭାରତର ପ୍ରଥମ ଅନ୍ତର୍ଜାତୀୟସ୍ତରର ସାଇକ୍ଲିଂ ଭେଲୋଡ୍ରୋମ୍‍ ମିନତି ମହାପାତ୍ର ସାଇକ୍ଲିଂ ଭେଲୋଡ୍ରୋମ୍‍ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡ. ମନସୁଖ ମାଣ୍ଡବ୍ୟଙ୍କ ଦ୍ୱାରା ଆଜି ଉଦ୍‍ଘାଟିତ ହୋଇଯାଇଛି । ଭାରତର ପ୍ରଥମ ମହିଳା ସାଇକ୍ଲିଷ୍ଟ, ସାଇକ୍ଲିଂରେ ଓଡ଼ିଶାର ପ୍ରଥମ ଅର୍ଜୁନ ପୁରସ୍କାର ବିଜେତା ସ୍ୱନାମଧନ୍ୟ ସାଇକ୍ଲିଷ୍ଟ ମିନତି ମହାପାତ୍ରଙ୍କ ନାମରେ ଏହି ଭେଲୋଡ୍ରୋମ ନାମିତ କରାଯାଇଛି । ୨୫୦ ମିଟର ବିଶିଷ୍ଟ ଏହି କଂକ୍ରିଟ୍‍ ଭେଲୋଡ୍ରୋମ ଭାରତର ପ୍ରଥମ ଅନ୍ତର୍ଜାତୀୟ ଭେଲୋଡ୍ରୋମ୍‍ ବୋଲି କୁହାଯାଉଛି । ଭେଲୋଡ୍ରୋମ୍‍କୁ ଉଦ୍‍ଘାଟନ କରି କେନ୍ଦ୍ର ମନ୍ତ୍ରୀ ଡ. ମାଣ୍ଡବ୍ୟ କହିଲେ, ମୁଁ କିଟ୍‍ ଓ କିସ୍‍ ପରିଦର୍ଶନ କରିବା ପରେ ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ ସାକାର ହୋଇଥିବା ଦେଖିବାକୁ ପାଉଛି । ଚାଣକ୍ୟଙ୍କ ଉକ୍ତିର ଉଦାହରଣ ଦେଇ ସେ ଦେଶର ଭବିଷ୍ୟତ ଗଠନରେ ଶିକ୍ଷାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ଛାତ୍ରଛାତ୍ରୀମାନେ ହେଉଛନ୍ତି ଏ ଦେଶର ଭବିଷ୍ୟତ । ଦେଶର ଏହି ଭବିଷ୍ୟତମାନଙ୍କୁ ଗଢ଼ିବାରେ ଅଚ୍ୟୁତ ସାମନ୍ତଙ୍କ ଭଳି ଜଣେ ଦକ୍ଷ ଓ ନିଷ୍ଠାପର ଶିକ୍ଷାବିତ୍‍ଙ୍କ କାର୍ଯ୍ୟଧାରାରେ ଆନନ୍ଦିତ ବୋଲି ସେ କହିଥିଲେ । ଶ୍ରୀ ସାମନ୍ତ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଦିଗରେ ଧ୍ୟାନ ଦେଉଛନ୍ତି । ସେମାନଙ୍କୁ ଦେଶର ଜଣେ ଜଣେ ଦାୟିତ୍ୱବାନ ନାଗରିକ ଭାବେ ଏଠାରେ ଗଢ଼ି ତୋଳାଯାଉଛି । ମୁଁ ଯେଉଁଠିକୁ ବି ଯିବି ସେଠାରେ କିସ୍‍ ରେ ଯେଉଁ ସବୁ କାର୍ଯ୍ୟଧାରା ଚାଲୁରହିଛି ଓ କିସ୍‍ର ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା ଜ୍ଞାନ ସମ୍ପର୍କରେ ନିଶ୍ଚିତ ଭାବେ କହିବି ।ସ୍ୱାଗତ ଭାଷଣ ଦେଇ ଶ୍ରୀ ସାମନ୍ତ କହିଲେ, କିଟ୍‍ ଓ କିସ୍‍ ସବୁବେଳେ ଶିକ୍ଷା ସହ କ୍ରୀଡ଼ାକୁ ସମାନ ଗୁରୁତ୍ୱ ଦେଇ ଆସିଛି । ଏଠାରେ ଗୋଟିଏ ସ୍ଥାନରେ ଥିବା କ୍ରୀଡ଼ା ଭିତ୍ତିଭୂମି ଦେଶର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳି ନଥାଏ । ଭବିଷ୍ୟତରେ କିଟ୍‍ ଓ କିସ୍‍ର କ୍ରୀଡ଼ା ଭିତ୍ତିଭୂମିକୁ ଦ୍ୱିଗୁଣିତ କରାଯିବ ବୋଲି ସେ କହିଥିଲେ ।ସାଇକ୍ଲିଷ୍ଟ ମିନତି ମହାପାତ୍ର କହିଲେ, ମୋତେ ଏଭଳି ଭାବେ ସମ୍ମାନୀତ କରାଯାଇଥିବାରୁ ମୁଁ କିଟ୍‍, କିସ୍‍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଉଛି । ଶ୍ରୀ ସାମନ୍ତ ସବୁବେଳେ କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହିତ କରିଆସୁଛନ୍ତି ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଇକ୍ଲିଂ ଫେଡେରେସନ୍‍ ଅଫ୍‍ ଇଣ୍ଡିଆର ମହାସଚିବ ମନିନ୍ଦର ପାଲ ସିଂହ, ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍‍ର ସମ୍ପାଦକ ପ୍ରସନ୍ନ କୁମାର ରାଉତ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମନ୍ତ୍ରୀ ଡ. ମାଣ୍ଡବ୍ୟ ଦୀର୍ଘ ୨ ଘଣ୍ଟା ଧରି କିଟ୍‍ ଓ କିସ୍‍ର ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମି ଦେଖିବା ସହ କ୍ରୀଡ଼ାବିତ୍‍ଙ୍କ ସହ ଭାବ ବିନିମୟ କରିଥିଲେ ।