କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ୧୬ତମ ପ୍ରତିଷ୍ଠା ଦିବସ : ଓମଟିଭି

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ୧୬ତମ ପ୍ରତିଷ୍ଠା ଦିବସ : ଓମଟିଭି

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ୧୬ତମ ପ୍ରତିଷ୍ଠା ଦିବସ 
ଛୋଟବେଳୁ ଶିଶୁମାନଙ୍କ ପ୍ରତିଭା ଅନ୍ୱେଷଣ ଆବଶ୍ୟକ : ଡ. ଆର ଚିଦାମ୍ବରମ୍‌
ଭୁବନେଶ୍ୱର,୨ା୭(ଓମ): କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ୧୬ ତମ ପ୍ରତିଷ୍ଠା ଦିବସ ଶନିବାର ପାଳିତ ହୋଇଯାଇଛି ।  ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ତଥା ପରମାଣୁ ବୈଜ୍ଞାନିକ ଡ଼. ରାଜଗୋପାଳ ଚିଦାମ୍ବରମ୍  କହିଥିଲେ ଛୋଟବେଳୁ ପ୍ରତିଭାବାନ ଶିଶୁଙ୍କୁ ଚିହ୍ନଟ କରି ସେମାନଙ୍କ ପ୍ରତିଭାର ବିକାଶ ନିମନ୍ତେ ଯତ୍ନ ନିଆଯିବା ଆବଶ୍ୟକ । ଡ.ଚିଦାମ୍ବରମ୍ ସ୍ୱପ୍ନର ଭାରତ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଭାରତର ସଫଳତା ଏବଂ ଅକ୍ଷୟ ଶକ୍ତିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।
  ଏହି ଅବସରରେ ସେ ୧୯୯୮ରେ ପୋଖରାନ୍ ଆଣବିକ ପରୀକ୍ଷଣ ବିଷୟରେ ତାଙ୍କର ଅଭିଜ୍ଞତା ବଖାଣିଥିଲେ । ଛାତ୍ରଛାତ୍ରୀମାନେ ଆଣବିକ କାର୍ଯ୍ୟକ୍ରମ ପ୍ରତି ସଚେତନ ହେଲେ ଜାତୀୟ ସୁରକ୍ଷା ସମେତ କୃଷି ଏବଂ ଔଷଧ କ୍ଷେତ୍ରରେ ଉନ୍ନତି ଘଟିବ ବୋଲି ଡ. ଚିଦାମ୍ବରମ୍ ପରାମର୍ଶ ଦେଇଥିଲେ । ପିଲାଙ୍କ ପାଠପଢା ସହିତ ଶିଶୁର ସାମଗ୍ରିକ, ମାନସିକ, ଭାବପ୍ରବଣତା ତଥା ବ୍ୟକ୍ତିତ୍ୱର ବିକାଶ ଉପରେ ଗୁରୁତ୍ୱ ଦେଇ ଆଜି କିଟ ଇଣ୍ଟରନ୍ୟାସନାଲ ସ୍କୁଲ ପୂର୍ବ ଭାରତର ଶ୍ରେଷ୍ଠ ଇଣ୍ଟରନ୍ୟାସନାଲ ସ୍କୁଲ ଭାବେ ପରିଗଣତି ହେଉଛି ବୋଲି ସେ କହିଥିଲେ । ସମ୍ମାନିତ ଅତିଥିଭାବେ ଯୋଗଦେଇ କିସ୍ ବିଶ୍ୱବିଦ୍ୟାଳୟ କୁଳାଧିପତି ଡ଼. ସତ୍ୟ ଏସ. ତ୍ରିପାଠୀ  ଶିଶୁର ଅଭିବୃଦ୍ଧି ତଥା ସାମଗ୍ରିକ ବିକାଶରେ ବିଦ୍ୟାଳୟ ପ୍ରମୁଖ ଭୂମିକା ଗ୍ରହଣ କରେ ବୋଲି କହିଥିଲେ । 
 କିଟ୍  ଏବଂ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ପଠପଢା ଶୈଳୀକୁ ପ୍ରସଂଶା କରି କହିଥିଲେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ତମ ମୂଲ୍ୟବୋଧ, ଅନୁଶାସନ ଏବଂ ଚରିତ୍ର ନିର୍ମାଣରେ ଉଭୟ ପିତାମାତା ଏବଂ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଯଦି ନିଜେ ଭଲ ହେବାକୁ ଚେଷ୍ଟା କର ତେବେ ସବୁକିଛି ତୁମମାନଙ୍କ ପାଇଁ ଭଲ ହେବ ଏବଂ ତୁମେମାନେ ମଧ୍ୟ ବୈଜ୍ଞାନିକ ଡ଼. ଚିଦାମ୍ବରମ୍‌ଙ୍କ ପରି ମହାନ ବ୍ୟକ୍ତି ହୋଇପାରିବ ବୋଲି ଶ୍ରୀ ସାମନ୍ତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।
  ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ଓ କିସ୍ ସଭାପତି ଶାଶ୍ୱତୀ ବଳ, କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ଚେୟାରପରର୍ସନ ଡ଼. ମୋନାଲିସା ବଳ ଏବଂ ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ପ୍ରମୁଖ ଉପସ୍ଥିତ ଥିଲେ ।  ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥିବା କୃତ୍ତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । (ରିପୋର୍ଟ:ପିନୁ ନାୟକ)