ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ : Ommtv

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ : Ommtv

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ ଅନୁଗୁଳ କେନ୍ଦୁପତ୍ର ଡିଭିଜନର ଡିଭିଜନ ସ୍ତରୀୟ କର୍ମଶାଳା ଓ ତାଲିମ୍ ଶିବିର ଅନୁଷ୍ଠିତ ହୋଇଛି। ଆଜି ଢେଙ୍କାନାଳ ଜିଲ୍ଲା ସାତ ମାଇଲ ଠାରେ ଏକ ତାଲିମ୍ ଶିବିରରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ମହମ୍ମଦ ମୂର୍ତ୍ତୁଜା ଯୋଗ ଦେଇ ସଂଘର ଇତିହାସ , ବିଗତ ଦିନରେ ସଂଘର ବିରାଟ ବିରାଟ ଆନ୍ଦୋଳନ , ସମାବେଶ , ଧାରଣା , ରେଲି ମାନ କରି ଦରମା ବୃଦ୍ଧି , ଫାଡ଼ି ରେଞ୍ଜ ଉଥିଯାଉଥିବା ସମସ୍ୟା , ଏରିଆର , ଏପିଫ , 2000 କରି କୁ 1000 କରି , a/c payment , privatisation କୁ ବନ୍ଧ କରିବା , ସରକଲ ଚେକାର ର ଗ୍ରାତୁଟି କୁ 15 ଦିନ କରିବା , ବିଜୁ ସ୍ବାସ୍ଥ୍ୟ କାର୍ଡ ରେ ସମସ୍ତ ତୋଳାଳୀ ଓ ସିଯିନାଲ୍ କର୍ମଚାରୀ କୁ ଅନ୍ତର୍ଭୁକ୍ତ କରିବା , ଆନ୍ଦୋଳନ ମାଧ୍ୟମରେ ବୋନସ ଚାଲୁ କରିବା ଇତ୍ୟାଦି କରିସାରିଛନ୍ତି କିନ୍ତୁ ପାଞ୍ଚ ବର୍ଷ ହେଲା ସର୍ବନିମ୍ନ ମଜୁରୀ ବଢିବା ସହ ସିଜିନାଲ କର୍ମଚାରୀଙ୍କ ଦରମା ବୃଦ୍ଧି ସହିତ , ତୋଳାଳୀଙ୍କ କେନ୍ଦୁପତ୍ର ଦର ବୃଦ୍ଧି , ଗୁଛା କଟାଇ ଦର ବୃଦ୍ଧି , ଘର ମରାମତି ଦର ବୃଦ୍ଧି ଇତ୍ୟାଦି ହେବା କଥା ଯାହା ପ୍ରତି ତିନି ବର୍ଷରେ ହୋଇ ଥାଏ କିନ୍ତୁ ଆମେ ଦୁଇବର୍ଷ କ୍ଷତି ସହିଲୁଣି ଏଥି ପାଇଁ ଆମେ ଆଗାମୀ ନଭେମ୍ବର ପ୍ରଥମ ସପ୍ତାହରେ ଘୁ ହେବାକୁ ଥିବା ହିନ୍ଦ୍ ମଜଦୂର ସଭା ର ଡାକରାରେ ସଚିବାଳୟ ସାମ୍ନାରେ ବିରାଟ ସମାବେଶ ରେ ହଜାର ହଜାର ସଂଖ୍ୟାରେ ଯୋଗ ଦେବାକୁ ଆହ୍ଵାନ କରିଥିଲେ । ଉକ୍ତ ଶିବିରରେ ରାଜ୍ୟ ସମ୍ପାଦକ ମନୋଜ ସାହୁ ଆଗାମୀ ଦିନରେ ସଂଘକୁ ତୃଣମୂଳ ସ୍ତରରୁ ସୁଦୃଢ କରିବାସହ ନିଜର ଜୀବନ ଜୀବିକା ହକର ଲଦେଇ ପାଇଁ ହଜାର ହଜାର ସଂଖ୍ୟାରେ ଭୁବନେଶ୍ୱର ସମାବେଶ ରେ ଏକତ୍ରିତ ହେବାକୁ ଆହ୍ଵାନ ଜଣାଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଡିଭିଜନ ସମ୍ପାଦକ ଶ୍ରୀ ରତ୍ନାକର ପ୍ରଧାନ, ଯୁଗ୍ମ ସମ୍ପାଦକ ବିନୋଦ ଜେନ , ପ୍ରସନ୍ନ ସାହାଣୀ, ଅଖିଳ ସାମଲ , ସୁରେଶ ସାମଲ , ମାଧବ ସାହୁ , ଗୋବର୍ଦ୍ଧନ ଜେନ,ମଧୁସୂଦନ ନାହକ, ବିକ୍ରମ ପରିଡ଼ା, ରମେଶ ସାହୁ, ମଞ୍ଜୁ ସାହୁ , ଶ୍ରୀମତୀ ଲକ୍ଷ୍ମୀ ମହନା,ପ୍ରତିମା ସାମଲ ପ୍ରଭୃତି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

                 ମହମ୍ମଦ ମୂର୍ତ୍ତୁଜା
               ରାଜ୍ୟ ସମ୍ପାଦକ