ଜାତୀୟ ସ୍ତରୀୟ ୱିଣ୍ଡ ସର୍ଫୀଙ୍ଗ ପ୍ରତିଯୋଗିତା : Ommtv

National Windsurfing Competition: Ommtv

ଜାତୀୟ ସ୍ତରୀୟ ୱିଣ୍ଡ ସର୍ଫୀଙ୍ଗ ପ୍ରତିଯୋଗିତା : Ommtv

ଜାତୀୟ ସ୍ତରୀୟ ୱିଣ୍ଡ ସର୍ଫୀଙ୍ଗ ପ୍ରତିଯୋଗିତା : Ommtv

ଚେନ୍ନାଇ ରେ ହେବାକୁ ଥିବା ଜାତୀୟ ସ୍ତରୀୟ ୱିଣ୍ଡ ସର୍ଫୀଙ୍ଗ ପ୍ରତିଯୋଗିତା ରେ ଭାଗ ନେବାକୁ ଆସିଥିବା ଓଡ଼ିଆ ଖେଳାଳି ରାଉରକେଲା ଵାଲୁଘାଟ ନିବାସୀ ନାରାୟଣ ମୁଣ୍ଡା, କଟକ ନିବାସୀ ରାଜା ଅହମଦ ଖାନ୍, ଶେଖର ରାଓ ଙ୍କ ସ‌ହ ଉଦୀୟମାନ ସର୍ଫର୍ ସୌମ୍ୟଜୀତ ରାୟ, ସନ୍ନୟ କର ଙ୍କ ସହ କୁନି ପ୍ରତିଭା ଭାବ୍ୟାଶ୍ରି କର ଙ୍କୁ ମୁଖ୍ୟ ଅତିଥି ଭାରତୀୟ ନୌସେନା ର ଫ୍ଲାଗ ଅଫିସର ଆର କେ ଢିଙ୍ଗରା ଉଦଘାଟନ ସମାରୋହ ରେ ସୁଭେଚ୍ଛା ଜଣାଇବା ସହ ସୁଦୂର ଓଡ଼ିଶା ରୁ ଆସିଥିବା ରୁ ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଆ ୟାଚ୍ଚିଙ୍ଗ ଆସୋସିଏସନ୍ ର ସାଧାରଣ ସମ୍ପାଦକ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସମୁଦ୍ର ବୁଡାଳୀ ଡଃ ସବିର ବକ୍ସ, ସମ୍ପାଦକ ଈ ସଞ୍ଜୟ କର ଓ ଉପ ସମ୍ପାଦକ ନସିମ ଖାନ୍ ଖେଳାଳି ମାନଙ୍କ ସହ ଚେନ୍ନାଇ ଆସିଛନ୍ତି। ଖେଳାଳି ମାନଙ୍କୁ ଏହି ଚାମ୍ପିଅନସିପ୍ ରେ ଭାଗ ନେବା ପାଇଁ ସମସ୍ତ ପ୍ରକାର ର ସାହାଯ୍ୟ କରିଥିବାରୁ ଓଡ଼ିଶା ସରକାର ଙ୍କ କ୍ରୀଡ଼ା ବିଭାଗ ସଚିବ ଶ୍ରୀ ଭିନିଲ କ୍ରୀଷ୍ଣା ଙ୍କୁ ଓଡ଼ିଶା ୟାଚ୍ଚିଙ୍ଗ ଆସୋସିଏସନ୍ ର କର୍ମକର୍ତ୍ତା ଙ୍କ ତରଫରୁ ଓଡ଼ିଆ ୟାଚ୍ଚିଙ୍ଗ ଆସୋସିଏସନ୍ ର କୋଷାଧ୍ୟକ୍ଷ ଡଃ ଏଲ ଏନ୍ ଅଗ୍ରୱାଲ କ୍ତୁତଞତା ଜଣାଇଛନ୍ତି।
ଜାତୀୟ ୱିଣ୍ଡ ସର୍ଫୀଙ୍ଗ ଓ ଟାଇଟ୍ ସର୍ଫୀଙ୍ଗ ପ୍ରତିଯୋଗିତା ରେ ଭାଗ ନେବାକୁ ଭାରତର ବିଭିନ୍ନ ପ୍ରାନ୍ତରୁ ମୋଟ ୫୦ ରୁ ଉର୍ଦ୍ଧ ଖେଳାଳି ମାନେ ଆସିଛନ୍ତି। ଓଡ଼ିଶା ୟାଚ୍ଚିଙ୍ଗ ଆସୋସିଏସନ୍ ର ସ୍ଥାୟୀ ସଦସ୍ୟ ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ସୁଭାଷ ଦାସ, ଶ୍ରୀମତି ସୁଭଲକ୍ମୀ ଦାସ, ଶୁନିଲ କୁମାର ରାଉତ ଇତ୍ୟାଦି ଖେଳାଳି ମାନଙ୍କୁ ଶୁଭେଛା ଜଣାଇଛନ୍ତି।୧୫ ତାରିଖ ସନ୍ଧ୍ୟା ୮.୩୦ ଘଟିକା ସମୟ ରେ ଈଣ୍ଡିଗୋ ବିମାନ ଜରିଆରେ ରେ ଭୁବନେଶ୍ୱର ବିମାନ ବନ୍ଦରଠାରେ ସମସ୍ତ ଖେଳାଳି ଅବତରଣ କରିବାର ଯୋଜନା ରହିଛି। ଓଡ଼ିଶାର ଖେଳାଳି ମାନେ ଖୁବ ଭଲ ପ୍ରଦର୍ଶନ କରିବେ ଓ ଓଡ଼ିଶା ପାଇଁ ପଦକ ଆଣିବେ ବୋଲି ସଂଘ ର ବରିଷ୍ଠ ସଦସ୍ୟ ପ୍ରଦିପ ମହାପାତ୍ର କହିଛନ୍ତି।#Odisha #Bhubaneswar #Ommtv #Omtv #NBPC