ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ସମୀକ୍ଷା ଓ ପ୍ରସ୍ତୁତି ବୈଠକ : Ommtv

ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ସମୀକ୍ଷା ଓ ପ୍ରସ୍ତୁତି ବୈଠକ

ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ସମୀକ୍ଷା ଓ ପ୍ରସ୍ତୁତି ବୈଠକ : Ommtv

ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ସମୀକ୍ଷା ଓ ପ୍ରସ୍ତୁତି ବୈଠକ : Ommtv

: (ଢେଙ୍କାନାଳ ରତିକାନ୍ତ ଗଡନାୟକ) ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ସମୀକ୍ଷା ଓ ପ୍ରସ୍ତୁତି ବୈଠକ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟରେ ଗତ କାଲି ୧୮ ତାରିଖ ରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ବର୍ଷା ରୁତୁ ରେ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଭଳି ଯେ କୌଣସି ପ୍ରକାର ସ୍ଥିତି ର ମୁକାବିଲା କରିବା ଏବଂ ଶୂନ୍ୟ ମୃତ୍ୟୁହାର ନିମନ୍ତେ ସଜାଗ ଓ ପ୍ରସ୍ତୁତି ରହିବା ପାଇଁ ପରମର୍ଶ ଦେଇଥିଲେ। ପରବର୍ତ୍ତୀ ସମୟରେ ରାସ୍ତା ଉପରେ ଭାଙ୍ଗି ପଡ଼ିଥିବା ଗଛ ତୁରନ୍ତ ସଫା କରିବା, ଧୋଇ ନେଇଥିବା ରାସ୍ତା ମରାମତି କରିବା ସହ ଗମନାଗମନ ପାଇଁ ସୁଗମ କରିବା, ବିଦ୍ୟୁତ୍ ସରବରାହ, ସଂଚାର ସରବରାହ କୁ ଠିକ୍ ରଖିବା, ବାସଗୃହ,ଫସଲ କ୍ଷୟକ୍ଷତି ର ସଠିକ ମୂଲ୍ୟାଙ୍କନ କରି ସରକାର ଙ୍କୁ ସଠିକ ତଥ୍ଯ ପ୍ରଦାନ କରି ପୁନଃ ଥଇଥାନ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ସମସ୍ତ ଜିଲ୍ଲା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ସ୍ଵାଗତ ଜଣାଇବା ପରେ ଆପାତ କାଳୀନ ଅଧିକାରୀ ସୁଶ୍ରୀ ଲୋପାମୁଦ୍ରା ରଥ ବିପର୍ଯ୍ୟୟ ପ୍ରଶମିତ ପାଇଁ ସମସ୍ତ ଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ। ଏହିପରି ପ୍ରସ୍ତୁତି ବୈଠକ ଜିଲ୍ଲାର ୮ ଟି ବ୍ଲକ୍ ଗୋଟିଏ ପୌର ପରିଷଦ, ୩ ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ଏହି ବୈଠକ ରେ ପଶୁ ସମ୍ପଦ,କୃଷି, ଅଗ୍ନିସମ, ଜଳ ସେଚନ, ଖାଦ୍ୟ ଯୋଗାଣ, ପୂର୍ତ୍ତ, ଜନସ୍ଵାସ୍ଥ୍ୟ,ବିଦ୍ୟୁତ୍ ବିଭାଗର ଜିଲ୍ଲା ଅଧିକାରୀ ମାନେ ଯୋଗ ଦେଇଥିଲେ। ଡି ଆର ଆର କନସଲଟାଣ୍ଟ ସଂଗୀତା ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। #Ommtv #Omtv #Kalingacinearts #NBPC #trending #viralvideo #news #viral #Dhenkanal