ତେଜିଲା ଅନୁସୂଚିତ ଜାତି ଲୋକ ମାନଙ୍କର ମୌଳିକ ଅଧିକାର ପାଇଁ ସଂଗ୍ରାମ : Ommtv

ତେଜିଲା ଅନୁସୂଚିତ ଜାତି ଲୋକ ମାନଙ୍କର ମୌଳିକ ଅଧିକାର ପାଇଁ ସଂଗ୍ରାମ

ତେଜିଲା ଅନୁସୂଚିତ ଜାତି ଲୋକ ମାନଙ୍କର ମୌଳିକ ଅଧିକାର ପାଇଁ ସଂଗ୍ରାମ : Ommtv

ତେଜିଲା ଅନୁସୂଚିତ ଜାତି ଲୋକ ମାନଙ୍କର ମୌଳିକ ଅଧିକାର ପାଇଁ ସଂଗ୍ରାମ : Ommtv

(ହିନ୍ଦୋଳ ରତିକାନ୍ତ ଗଡନାୟକ)ହିନ୍ଦୋଳ ନିର୍ବାଚନମଣ୍ଡଳୀ ରେ ତେଜିଲା ଅନୁସୂଚିତ ଜାତି ଲୋକ ମାନଙ୍କର ମୌଳିକ ଅଧିକାର ପାଇଁ ସଂଗ୍ରାମ। ଗତକାଲି ବିଶିଷ୍ଟ ସାମାଜିକ କର୍ମୀ ଇଁ ଗୋବର୍ଦ୍ଧନ ନାଏକ ଙ୍କ ଆବାହକତ୍ବରେ ହିନ୍ଦୋଳ ବ୍ଲକ୍ ଦୁଇ ନମ୍ବର୍ ଯୋନ୍ ହାତୁରା ଶିବ ମନ୍ଦିର ନିକଟବର୍ତ୍ତୀ ଆମ୍ବ ତୋଟାରେ ଅନୁସୂଚିତ ଜାତି ଲୋକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶତାଧିକ ପୁରୁଶ ମହିଳା ମାନେ ଯୋଗ ଦେଇ ଥିଲେ। ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀ କୁ ୧୯୭୪ ମସିହା ରୁ ଅନୁସୂଚିତ ବର୍ଗ ର ବ୍ୟକ୍ତି ମାନଙ୍କ ପାଇଁ ସରଂକ୍ଷିତ ହୋଇଥିଲେ ମଧ୍ଯ ସେମାଙ୍କର ମୌଳିକ ଅଧିକାର ପାଇ ପାରି ନଥିବାରୁ ସମସ୍ତେ ଅତିଷ୍ଠ ହୋଇ ନେତୃତ୍ୱ ମାନଙ୍କ ଉପରେ ବିଷୋଦଗାର କରିଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ,ପାନୀୟ ଜଳ ଯୋଗାଣ, ବାସହୀନଙ୍କ ପାଇଁ ବାସ ଗୃହ ଯୋଗାଣ ରେ ଅନୁସୂଚିତ ବର୍ଗର ବିଧାୟକ ବିଧାୟିକା ମାନେ ସାମାନ୍ୟତମ ଦୃଷ୍ଟି ଦେଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ସାଧାରଣ ବର୍ଗ ର କେତେକ ମୁଷ୍ଠିମେୟ ଲୋକ ଙ୍କୁ ଧରି ଅନୁସୂଚିତ ବର୍ଗଙ୍କୁ ଚରମ ଅବହେଳା ପ୍ରଦର୍ଶନ କରୁଥିବାରୁ ଆଗାମୀ ନିର୍ବାଚନରେ ସମସ୍ତ ପୂର୍ବତନ ବିଧାୟକ ବିଧାୟିକା ମାନଙ୍କୁ ଘୋର ବିରୋଧ ପ୍ରଦର୍ଶନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପ୍ରଥମେ ଏକ ନମ୍ବର ଜିଲ୍ଲା ପରିଷଦ ଜୋନ ପାଇକ ପୁରୁଣା କୋଟ୍ ଜୋନ ରେ ସାଙ୍ଗଠନିକ ବୈଠକ ପରେ ଗତକାଲି ଦୁଇ ନମ୍ବର୍ ଜୋନ ବୈଠକ ହିନ୍ଦୋଳ ଅଞ୍ଚଳରେ ବଡ଼ ପ୍ରଭାବ ପକାଇଛି। ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀ ର ଦୁଇ ବ୍ଲକ୍ ହିନ୍ଦୋଳ ଓଡ଼ାପଡ଼ା ବ୍ଲକ୍ ରେ ଥିବା ୭ ଗୋଟି ଯୋନ ରେ ଏପରି ଅନୁସୂଚିତ ଜାତି ବର୍ଗର ବୈଠକ ହୋଇ ସମସ୍ତ ୬୧ ଟି ଗ୍ରାମ ପଞ୍ଚାୟତ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ ବୋଲି ଆବାହକ ଗୋବର୍ଦ୍ଧନ ନାଏକ ଜଣାଇଛନ୍ତି। #Dhenkanal #Ommtv #Omtv #Kalingacinearts #NBPC