ପବ୍ ବିଗାଡ଼ି ବିଗାଡ଼ି ଦେଉଛି ଯୁବପିଢ଼ିଙ୍କୁ : Ommtv

ପବ୍ ବିଗାଡ଼ି ବିଗାଡ଼ି ଦେଉଛି ଯୁବପିଢ଼ିଙ୍କୁ

ପବ୍ ବିଗାଡ଼ି ବିଗାଡ଼ି ଦେଉଛି ଯୁବପିଢ଼ିଙ୍କୁ : Ommtv
ପବ୍ ବିଗାଡ଼ି ବିଗାଡ଼ି ଦେଉଛି ଯୁବପିଢ଼ିଙ୍କୁ : Ommtv
ବାରରେ ଗଣ୍ଡଗୋଳ କରିବା ସହ ଯୁବତୀଙ୍କୁ ସ୍ପାର୍କଲ ବନ୍ଧୁକ ଦେଖାଇ ଦୁର୍ବ୍ୟବହାର କରିବା ଓ ତାଙ୍କ ପୁରୁଷବନ୍ଧୁଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଚନ୍ଦ୍ରଶେଖରପୁର ପୋଲିସ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏଥିରେ ସଂପୃକ୍ତ ଥିବା ମ୍ୟାନେଜର ,ବାଉଁସର ସମେତ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ଚିକୁନ ପାତ୍ର,ସମୀର କୁମାର ଦାସ,ଏସ.କେ ନାରଜୁଲ,ଭାଗୀରଥି ବାରିକ,ବିଭୂତି ଭୂଷଣ ଜେନା,ରାକେଶ ବେହେରା ,ବିବେକ ମଲ୍ଲିକ,ରାକେଶ ମଲ୍ଲିକ,ସଞ୍ଜୟ ନାୟକ,ଟୁଲୁ ପ୍ରଧାନ । ଆକ୍ରମଣରେ ବ୍ୟବହୃତ ବାଉଁଶ ବାଡି ଓ ଷ୍ଟମ ଜବତ କରିଛି ପୋଲିସ । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅପରପକ୍ଷେ ଯୁବତୀଙ୍କୁ ଦୁର୍ବ୍ୟବହାର କରିଥିବା ମୁଖ୍ୟ ଅଭିଯୁକ୍ତ ଫେରାର ଅଛନ୍ତି ।
ସୂଚନାନୁସାରେ ରବିବାର ରାତିରେ ଯୁବତୀ ତାଙ୍କର କିଛି ବାନ୍ଧବୀଙ୍କ ସହିତ କ୍ଲବ ଭେନମକୁ ଯାଇଥିଲେ । ସେଠାରେ ରାଜ ଏବଂ ସଞ୍ଜୟ ନାମକ ୨ ଜଣ ଯୁବକ ଯୁବତୀଙ୍କୁ ଏକ ସ୍ପାର୍କଲ ବନ୍ଧୁକ ଦେଖାଇ ଦୁର୍ବ୍ୟବହାର କରିଥିଲେ । ଏନେଇ କ୍ଲବ କତୃପକ୍ଷଙ୍କୁ ଯୁବତୀ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନନେବାରୁ ଯୁବତୀ ତାଙ୍କର ସାଙ୍ଗ ନୀତେଷ ବାରିକଙ୍କୁ ଡାକିଥିଲେ । ନୀତେଷ ତାଙ୍କର କିଛି ସହଯୋଗୀଙ୍କୁ ଧରି ଘଟଣା ସ୍ଥଳରେ ପହଞ୍ଚିବା ସମୟରେ ଦୁର୍ବ୍ୟବହାର କରିଥିବା ସଞ୍ଜୟଙ୍କୁ ପାଖରେ ଥିବା ମିଡଲଟନ ବାର ଭିତରକୁ ଯାଉଥିବାର ଦେଖିଥିଲେ । ଫଳରେ ଯୁବତୀଙ୍କ ବନ୍ଧୁମାନେ ଘଟଣା ମିଡଲଟନ ବାରରେ ହେଉଥିବାର ଅନୁମାନ କରି ଉକ୍ତ ବାରରେ କର୍ମଚାରୀ ଅଭିଯୁକ୍ତ ସମୀର ଏବଂ ସିକ୍ୟୁରିଟିଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଅଭିଯୁକ୍ତ ସମୀର ପ୍ରତିଶୋଧ ନେବା ପାଇଁ ତାଙ୍କର କିଛି ସହକର୍ମୀମାନଙ୍କୁ ଡକାଇଥିଲେ । ଏହା ଦେଖି ନିତେଶଙ୍କ ସହଯୋଗୀମାନେ ଘଟଣାସ୍ଥଳରୁ ଚାଲି ଯାଇଥିଲେ, ଫଳରେ ନୀତେଶଙ୍କୁ ଏକାକୀ ପାଇ ଅଭିଯୁକ୍ତମାନେ ହତ୍ୟା କରିବା ଉଦେଶ୍ୟରେ ଲାଠି ଓ କ୍ରିକେଟ ଷ୍ଟମ୍ପରେ ଆକ୍ରମଣ କରିଥିଲେ । ଏଥିରେ ନିତେଶ ଗୁରୁତର ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ନିତେଶ ଓ ତାଙ୍କ ସହଯୋଗୀଙ୍କ ନାମରେ ବାର ପକ୍ଷରୁ ଥାନାରେ ଆଉ ଏକ ମାମଲା ରୁଜୁ ହୋଇଛି । #Crimenews #bhubaneswarsmartcity #BarBoys #Ommtv #Omtv #Kalingacinearts #NBPC