୨୪ବର୍ଷ ପରେ ପୁରଣ ହେଲା ଦାବି …ବିବାଦିୟ ଖାଲଖମା ରଙ୍ଗମାଟିଆ ଗ୍ରାମ୍ୟ ରାସ୍ତା ପକ୍କାହେଲା : Ommtv
୨୪ବର୍ଷ ପରେ ପୁରଣ ହେଲା ଦାବି …ବିବାଦିୟ ଖାଲଖମା ରଙ୍ଗମାଟିଆ ଗ୍ରାମ୍ୟ ରାସ୍ତା ପକ୍କାହେଲା : Ommtv
୨୪ବର୍ଷ ପରେ ପୁରଣ ହେଲା ଦାବି …ବିବାଦିୟ ଖାଲଖମା ରଙ୍ଗମାଟିଆ ଗ୍ରାମ୍ୟ ରାସ୍ତା ପକ୍କାହେଲା : Ommtv
ଚନ୍ଦ୍ରଶେଖରପୁର,୨୩/୧୧ (Ommtv): ମଞ୍ଚେଶ୍ବର ଷ୍ଟେସନ୍ ନିକଟ ଦୁଇ ଶହ ବର୍ଷର ପୁରୁଣା ଗ୍ରାମ ରଙ୍ଗମାଟିଆ ମୁଖ୍ୟ ରାସ୍ତା ନିର୍ବାଣପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଦାବି କରିଆସୁଥିଲେ ମଧ୍ୟ କେହି କିଛି ଶୁଣୁନଥିଲେ। ଚେଷ୍ଟା ଚାଲିଛି, ରେଳଅଧିକାରୀଙ୍କୁ କୁହାଯାଇଛି ବୋଲି ପ୍ରତିଶୃତିଦେଇ ଲୋକପ୍ରତିନିଧିମାନେ ଚୁପ୍ ରହିଯାଉଥିଲେ। ଶେଷରେ କାହାକୁ ନିବେଦନ ନକରି ରଙ୍ଗମାଟିଆ ଗ୍ରାମ୍ୟ ଉନ୍ନୟନ କମିଟି ଓ ଯୁବକ ସଂଘ ପକ୍ଷରୁ ବାରମ୍ବାର ରେଳବାଇ କାର୍ଯ୍ୟାଳୟକୁ ଯାଇ ଗୁହାରିକରିବା ଏବଂ ବରିଷ୍ଠ ରେଳ ଅଧିକାରୀମାନଙ୍କୁ ଗ୍ରାମ୍ୟରାସ୍ତା ନିର୍ମାଣପାଇଁ ଦାବିପତ୍ର ପ୍ରଦାନ କରିବା ଫଳରେ ଗତକାଲି ରାତିରେ ରଙ୍ଗମାଟିଆ ଗ୍ରାମ୍ୟ ରାସ୍ତା ପକ୍କାହୋଇଛି। ଏହି ରାସ୍ତା ରେଳବାଇ ଅଧୀନରେ ଥିବାରୁ ବିଏମସି ମରାମତିପାଇଁ କୌଣସି ପ୍ରକାର ଅନୁମତି ପତ୍ର ହାସଲ କରିପାରୁନଥିଲା ଏବଂ ରାସ୍ତା ମରାମତି କାର୍ଯ୍ୟ ହୋଇପାରୁ ନଥିଲା। ଶେଷରେ ଗ୍ରାମବାସୀ ଏକାଠିହୋଇ ଖୋର୍ଦ୍ଧା ଡ଼ିଆରଏମ୍ କାର୍ଯ୍ୟାଳୟ ଏବଂ ଚନ୍ଦ୍ରଶେଖରପୁର ରେଳସଦନ ମୁଖ୍ୟ କାର୍ଯ୍ୟାଳୟକୁ ଯାଇ ଜିଏମ୍ ଏବଂ ଅନ୍ୟ ଅଫିସରମାନଙ୍କ ଦୃଷ୍ଟି ଗୋଚରକରି ସ୍ଥାନୀୟ ଲୋକ, ଛାତ୍ରଛାତ୍ରୀ,ରେଳଯାତ୍ରୀ, ଆଖପାଖ ପାଞ୍ଚପଞ୍ଚାୟତଲୋକ ନିର୍ଭର କରୁଥିବା ରାସ୍ତା ସମସ୍ୟା ବିଷୟରେ ଫଟୋ ଦେଖାଇ ସମସ୍ୟା ଜଣାଇବାରୁ ୨୪ବର୍ଷ ପରେ ଦାବି ପୁରୁଣାହୋଇଛି। ଅନେକ ଦିନର ସ୍ବପ୍ନ ପୁରଣ ହେବାପରେ ଆଜି ଗ୍ରାମବାସୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ୨୪ବର୍ଷ ହେବ ଖାଲଖମା ଗାଡ଼ ପାଣିକାଦୁଅ ହୋଇ ରହିଥିବା ଏହି ଦୁଇ ଶହ ମିଟର ରାସ୍ତା ଶେଷରେ ପିଚୁ ହୋଇ ପକ୍କାରାସ୍ତାରେ ପରିଣତ ହୋଇଛି।
ରଙ୍ଗମାଟିଆ ଉପରସାହିରୁ ତଳସାହିକୁ ଯୋଗାଯୋଗ କରୁଥିବା ଗ୍ରାମ୍ୟରାସ୍ତା ଗତ ୨୪ବର୍ଷ ହେବ ମରାମତି ହୋଇପାରୁନଥିଲା। ପୂର୍ବରୁ ଏହି ରାସ୍ତା ପକ୍କାଥିଲା ବେଳେ ମହାବାତ୍ୟାପରେ ଏକ କେବୁଲ ତାର ବିଛାଇବା ପାଇଁ କିଛି ଠିକାଦାର ଏହି ରାସ୍ତାକୁ ଖୋଳିତାଡ଼ି ଚାଲିଗଲେ। ଏହାପରେ ପୁଣି କେବେ ପାଣି ପାଇପ୍ ତପୁଣି କେବେ ବିଭନ୍ନପ୍ରକାର କେବୁଲ ତାର ବିଛାଇବାପାଇଁ ରାସ୍ତା ଖୋଳାହେଲା। ଶେଷରେ ସ୍ବରେଜ ପାଇଁ ବିରାଟକାୟ ଗାତ ଖୋଳାଗଲା ମାତ୍ର ମରାମତି ବେଳକୁ ଠିକାଦାରମାନେ କାମ ଶେଷକରି ପଳାଇଲେ। ଏନେଇ ଗ୍ରାମବାସୀ ବିଭିନ୍ନ ନେତାମନ୍ତ୍ରୀଙ୍କ ନିକଟକୁ ଦାବିପତ୍ରନେଇ ନିରାସହେବାପରେ ରେଳବାଇ ଗ୍ରାମ୍ୟ ରାସ୍ତା ଖୋଳି ଡ଼୍ରେନ୍ ତିଆରି କରୁଥିଲା ବେଳେ କାର୍ଯ୍ୟକୁ ବିରୋଧକଲେ। ଯାହାନେଇ ବର୍ତମାନର ରେଳବାଇ ବରିଷ୍ଠ ଅଧିକାରୀଙ୍କ ନିକଟରେ ସୂଚନା ପହଞ୍ଚିଲା। ସେମାନଙ୍କ ସ୍ବତନ୍ତ୍ର ଦଳ ଘଟଣାସ୍ଥଳ ବୁଲିଦେଖିବାରୁ ଜାଣିବାକୁ ପାଇଲେ ଶହଶହ ବର୍ଷଧରି ଗ୍ରାମବାସୀମାନେ ବ୍ୟବହାର କରୁଥିବା ରାସ୍ତା ରେବାଇ ଅଧୀନରେ ଥିବାରୁ ଏହାକୁ ରାଜ୍ୟ ସରକାର ମରାମତିକରିପାରୁ ନଥିଲେ। ତେଣୁ ବର୍ଷମାନଙ୍କ ରେଳ ବରିଷ୍ଠଅଧିକାରୀମାନେ ଉକ୍ତ ରାସ୍ତାକୁ ମରାମତିକରିବାପାଇଁ ସହଯୋଗ କଲେ । ଆଜି ଚକାଚକ ରାସ୍ତାପାଇଁ ସମସ୍ତଗ୍ରାମବାସୀ ଖୁସିହୋଇ ରେଳବାଇ ପ୍ରତି ନିଜର କୃତଜ୍ଞତା ବ୍ୟକ୍ତିକରିଛନ୍ତି।