ସଟ୍ ସର୍କିଟ ହୋଇ କେକେ ରେସିଡ଼ିନସିରେ ଅଗ୍ନିକାଣ୍ଡ, କାମ ଦେଲା ନାହିଁ ଫାୟାରସେପ୍ଟି, ଅଳ୍ପକେ ବର୍ତିରେ ପଡ଼ୋଶୀ : Ommtv Round The Clock

ସଟ୍ ସର୍କିଟ ହୋଇ କେକେ ରେସିଡ଼ିନସିରେ ଅଗ୍ନିକାଣ୍ଡ, କାମ ଦେଲା ନାହିଁ ଫାୟାରସେପ୍ଟି, ଅଳ୍ପକେ ବର୍ତିରେ ପଡ଼ୋଶୀ : Ommtv Round The Clock

ସଟ୍ ସର୍କିଟ ହୋଇ କେକେ ରେସିଡ଼ିନସିରେ ଅଗ୍ନିକାଣ୍ଡ, କାମ ଦେଲା ନାହିଁ ଫାୟାରସେପ୍ଟି, ଅଳ୍ପକେ ବର୍ତିରେ ପଡ଼ୋଶୀ : Ommtv Round The Clock
ସଟ୍ ସର୍କିଟ ହୋଇ କେକେ ରେସିଡ଼ିନସିରେ ଅଗ୍ନିକାଣ୍ଡ, କାମ ଦେଲା ନାହିଁ ଫାୟାରସେପ୍ଟି, ଅଳ୍ପକେ ବର୍ତିରେ ପଡ଼ୋଶୀ : Ommtv Round The Clock
BBSR: କିଟ୍ ଛକ ନିକଟ ସପିଂ ମଲ ଅଗ୍ନିକାଣ୍ଡର କିଛି ଦିନ ପରେ ଆଜି ପଟିଆ ଛକ କେକେ ରେସିଡ଼ିନସିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଫଳରେ ଅଠମହାଲାରେ ଥିବା ୮୦୩ ଘର ପୋଡ଼ି ପାଉଁଶ ହୋଇଯାଇଛି। ଆଜି ସକାଳେ ପ୍ରାୟ ସାଢ଼େ ପାଞ୍ଚଟା ବେଳେ ଏହି ଅଗ୍ନିକାଣ୍ଡ ହଠାତ୍ ‌ଘଟିଥିଲା ବ‌େଳେ ପାଖ ପଡ଼ୋଶୀ ସୂଚନାପାଇ ଘଟଣାସ୍ଥଳ ଛାଡ଼ି ସିଡ଼ିରେ ଓହ୍ଲାଇ ତଳକୁ ଚାଲିଆସିଥିଲେ। ଫଳରେ ଅଳ୍ପକେ କୋଟିଏ ‌ଫ୍ଲୋରର ପାଖାପାଖି ୫୦ ଜଣ ପଡ଼ୋଶୀ ଏକ ବଡ଼ ଦୁର୍ଘଟଣାରୁ ବର୍ତିଯାଇଥିଲେ। ଏହି ଅଗ୍ନିକାଣ୍ଡରେ ବାହାର ବାଲକୋନି ଦେଇ ନିଆଁ ହୁତୁ ହୁତୁ ହୋଇ ବାହାରିବାରୁ ଆପାର୍ଟମେଣ୍ଟ ସୁରକ୍ଷାକର୍ମୀ ଗ୍ୟାଉଣ୍ଡରେ ରହୁଥିବା କିଛି ଲୋକଙ୍କ ଜଣାଇଥିଲେ। ପରେ ଦମକଳ ଓ ଚନ୍ଦ୍ରଶେଖରପୁର ଥାନା କର୍ମଚାରୀଙ୍କୁ ସୂଚନାଦେଇଥିଲେ। ଖବରପାଇ ପାଖାପାଖି ଅଧଘଣ୍ଟାରେ କଳ୍ପନା ଏବଂ ଚନ୍ଦ୍ରଶେଖରପୁରର ତିନିଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ୮ ମହଲାକୁ ସିଡ଼ିଯୋଗ‌େ ପାଣି ପାଇପନେଇ ୮୦୩ ରୁମ କବାଟ ଖୋଲି ଭିତରେ ପାଣି ପକାଇଥିଲେ। ପ୍ରାଥମିକ ତଦନ୍ତରୁ ଦମକଳ ବିଭାଗ ନିରିକ୍ଷକ ଅଧିକାରୀ ଜାଣିବାକୁ ପାଇଛନ୍ତି ଉକ୍ତ ଅଗ୍ନିକାଣ୍ଡ ସଟ୍ ସର୍କିଟରୁ ଘଟିଥାଇପାରେ। ଯାହାନେଇ ରୁମ ଭିତରେ ହୋଇଥିବା ପ୍ଲାଇର ‌ସିଲିଂ ଓ ୱାଲିଂରେ ନିଆଁ ଲାଗି ଯିବା ଫଳରେ ଘର ଭିତର ସମସ୍ତ ଆସବାପତ୍ର ହୁତୁହୁତୁ ହୋଇଜଳିଯାଇଥିଲା। ଘଟଣା ଘଟିଥିବା ଘର ମାଲିକ କିଛି ଦିନ ପାଇଁ ବାହାରକୁ ଯାଇଥିବାରୁ ଉକ୍ତ ଘର ଭିତରେ କେହି ନଥିଲେ। ତେଣୁ ଅଗ୍ନିକାଣ୍ଡ ଘଟିବା ଫଳରେ କୌଣସି ଜୀବନ ହାନୀ ହୋଇନାହିଁ। ମାତ୍ର ପାଖ ‌ପଡ଼ୋଶୀ ଅଣନିଶ୍ବାସୀ ହୋଇଯିବାରୁ କବାଟ ଖୋଲି ଦେଖିଥିଲେ ୮୦୩ ରୁମରୁ କଳା ଧୂଆଁ ବାହାରି ଫ୍ଲୋର ସବୁଆଡ଼େ ବ୍ୟାପିଯାଇଛି। ଏହି ଫ୍ଲୋରରେ ଥିବା କିଛି ବୟସ୍କମାନଙ୍କୁ ସ୍ଥାନୀୟଲୋକ ଟେକିନେଇ ତଳକୁ ପଳାଇଆସିଥିଲେ। ଘଟଣାପରେ ହଠାତ୍ ବିଦ୍ୟୁତ ଚାଲିଯିବାରୁ ଲିପ୍ଟି ଅକାମି ହୋଇଯାଇଥିଲା। ତେଣୁ ସ‌ମସ୍ତ‌େ ନିଜ ଘର ଛାଡ଼ି ସିଡ଼ିରେ ତଳକୁ ପ୍ରାଣବିକଳରେ ପଳାଇଆସିଥିଲେ। ସେହିଭଳି ୯ ଏବଂ ୧୦ ମହଲାରେ ରହୁଥିବା ଲୋକମାନେ ମଧ୍ୟ ଭୟଭିତ ହୋଇ ଅନ୍ୟ ଲୋକଙ୍କ ଛାତବାଟଦେଇ ପଳାଇଥିଲେ। ଏହି ଘଟଣାର ସୂଚନା ଦମକଳ ବିଭାଗ ଠିକ୍ ସମ‌ୟରେ ପାଇଯିବାରୁ ଏକ ବଡ଼ ଦୁର୍ଘଟଣାରୁ ଆପାର୍ଟମେଣ୍ଟର ସମସ୍ତ ବାସୀନ୍ଦା ଅଳ୍ପକେ ବର୍ତିଯାଇଥି‌ବା ସ୍ଥାନୀୟ ସୁରକ୍ଷାର୍କମୀ ପ୍ରକାଶକରିଛନ୍ତି।

 
ଠିକ ସମୟରେ କାମ କଲାନି ଅଗ୍ନିସୁରକ୍ଷା ଯନ୍ତ୍ର
ଆପାର୍ଟମେଣ୍ଟର ପ୍ରତିଟି ଫ୍ଲୋରରେ ରହିଛି ଅଗ୍ନି ସୁରକ୍ଷା ଯନ୍ତ୍ର। ମାତ୍ର ଠିକ୍ ସମୟରେ ଏହା କାମ କଲାନାହିଁ। ଅନ୍ୟ ପକ୍ଷରେ ଏହି ଯନ୍ତ୍ରକୁ ସ୍ଥାନୀୟ ଲୋକ କିମ୍ବା ସୁରକ୍ଷାକର୍ମୀ ଚଲାଇବା ଜାଣିନଥିବାରୁ ଦମକଳ ବିଭାଗ ଯବାନମାନଙ୍କ ସହାୟତାକୁ ଲୋଡ଼ିବାପାଇଁ ପଡ଼ିଲା। ଉଚିତ ସମୟରେ ପାଣି ହେଉ କିଛି ଗ୍ୟାସ୍ ଫୋମ୍ ସ୍ପ୍ର‌େ କରାଯାଇଥିଲେ ଅଧିକ କିଛି କ୍ଷୟ କ୍ଷତି ହୋଇନଥାନ୍ତା। ‌ଦମକଳ ଯବାନ ଘଟଣାସ୍ଥଳରେ ପହଞ୍ଚି ଆପାର୍ଟମେଣ୍ଟର ଅଗ୍ନିସୁରକ୍ଷା ଯନ୍ତ୍ରର ସଦୁପୋଯୋଗକରି ନିଆଁକୁ ଆୟତ କରିଥିଲା।