ଟ୍ରାଫିକ୍ ଛକରେ ଲେନ୍ ଡ଼୍ରାଇଭ ପାଲଟିଛି ପ୍ରହସନ : Ommtv Round The Clock

ଟ୍ରାଫିକ୍ ଛକରେ ଲେନ୍ ଡ଼୍ରାଇଭ ପାଲଟିଛି ପ୍ରହସନ : Ommtv Round The Clock

ଟ୍ରାଫିକ୍ ଛକରେ ଲେନ୍ ଡ଼୍ରାଇଭ ପାଲଟିଛି ପ୍ରହସନ : Ommtv Round The Clock

ଟ୍ରାଫିକ୍ ଛକରେ ଲେନ୍ ଡ଼୍ରାଇଭ ପାଲଟିଛି ପ୍ରହସନ : Ommtv Round The Clock

BBSR: ରାଜଧାନୀର ଟ୍ରାଫିକ୍ ବ୍ୟବସ୍ଥା ନେଇ ଅନେକଥର ଅନେକ ବରିଷ୍ଠ ଅଧିକାରୀ ବିଭିନ୍ନ ସମୟରେ ସରକାରୀ ଓ ବେସରକାରୀଭାବରେ ପୁରସ୍କୃତ ହେଉଛନ୍ତି। ଟ୍ରାଫିକ୍ ପରିଚାଳନା ରାଜଧାନୀରେ ଏକ ନମ୍ବର ବୋଲି ଚର୍ଚ୍ଚା ହେଉଛି। ମାତ୍ର ବାସ୍ତବିକ ଚିତ୍ର ତାହାନୁହେଁ। ରାଜଧାନୀର ବିଭିନ୍ନ ଛକରେ ଲେନ୍ ଡ଼୍ରାଇଭପାଇଁ ସ୍ବତନ୍ତ୍ର ଧଳା ପଟି ଏବଂ ଟ୍ରାଫିକ୍ ସିଗନାଲ ଥିଲେ ମଧ୍ୟ ଲୋକମାନେ ଲେନ୍ ଡ଼୍ରାଇଭ କଣ ଅବଗତ ନାହାଁନ୍ତି। କିମ୍ବା ଟ୍ରାଫିକ୍ ପୁଲିସ୍ ବିଭିନ୍ନ ସଚେତନାସ୍ମକ କାର୍ଯ୍ୟକ୍ରମମାଧ୍ୟମରେ ଯାତ୍ରୀମାନଙ୍କୁ ଜଣାଉନାହିଁ। ଏମିତି ନେଇ ଡ଼ମଣା, ନାଲୋକେ, ପଟିଆ ଓ କ‌ିଟ୍ ଛକ ସହିତ ରାଜଧାନୀର ଆଉ କିଛି ଟ୍ରାଫିକ୍ ଛକରେ ଯାତ୍ରୀମାନଙ୍କୁ ‌ଏନେଇ ଏକ ପ୍ରଶ୍ନ ଉତ୍ତର ସର୍ଭେ କରିଛି ଏକ ଘରୋଇ ଅନୁଷ୍ଠାନ। ଯେଉଁଥିରୁ ଜଣାପଡ଼ିଛି ୮୦ ଭାଗ ଯାତ୍ରୀ ଲେନ୍ ଡ଼୍ରାଇଭ୍ କଣ ଜାଣି ନାହାଁନ୍ତି। ଆଉ ଯେଉଁ କିଛି ଲୋକ ଜାଣିଛନ୍ତି ସୋମନଙ୍କ ମଧ୍ୟରୁ ଅମାନିଆ ସଂଖ୍ୟା ଅଧିକ। ରାଜଧାନୀର ଟ୍ରାଫକ୍ ନିୟନ୍ତ୍ରଣ ଦାୟୀତ୍ବରେ ଥିବା କିଛି ବାରିଷ୍ଠ ଟ୍ରାଫିକ୍ ଅଧିକାରୀଙ୍କ ମତଅନୁଯାୟୀ ଲେନ୍ ଡ଼୍ରାଇଭ୍ ସମସ୍ତେ ପାଳନକଲେ ଟ୍ରାଫିକ୍ ଛକରେ ଗାଡ଼ି ଜାମ ହେବନାହିଁ। ବାମ ପାଖରୁ ରାସ୍ତା ଛାଡ଼ି ଗାଡ଼ି ଠିଆ ହେଲେ ଆପାତ କାଳିନ ବା ଜରୁରି କାଳିନ କୌଣସି ଯାନବାହାନ ଟ୍ରାଫିକରେ ଫସିବ ନାହିଁ। ମାତ୍ର ଏପରି ନିୟମ ନମାନୁଥିବା ଲୋକଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଚାଳକମାନେ ମନମୁଖି ଗାଡ଼ିଚଲାଉଛନ୍ତି ଓ ଟ୍ରାଫିକ୍ ସମସ୍ୟା ପ୍ରତିଦିନ ଦେଖାଯାଉଛି। ସେହିଭଳି ପାରାଲାଲ୍ ଡ଼୍ରାଇଭ୍ ପୂର୍ବରୁ ‌ଯାତ୍ରୀମାନେ ଜାଣିପାରୁ ନଥିଲେ। ମାତ୍ର ସଚେତନାତା ପାଇଁ କିଛି ଲୋକ ପାରାଲାଲ୍ ଡ଼୍ରାଇଭ୍ ଜାଣିପାରିଲେଣି। ଯେଉଁ ଦିନ ଗାଡ଼ି ଚାଳକମାନେ ଲେନ୍ ଡ଼୍ରାଇଭ୍ କରିବା ପ୍ରତି ସ୍ବଇଚ୍ଛାରେ ଆଗେଇ ଆସିବେ ସେହିଦନଠାରୁ ରାଜଧାନୀରେ ଆଉ କୌଣସି ଛକରେ ଟ୍ରାଫିକ୍ ସମସ୍ୟା ଦେଖାଯିବା ନାହିଁବୋଲି ଟ୍ରାଫିକ୍ ପୁଲିସ୍ ଅଧିକାରୀ କହିଛନ୍ତି। ରାଜଧାନୀର ପ୍ରତ୍ୟେକ ଛକରେ ବାମପାଖ ଲେନକୁ ମାଡ଼ିବସି ଗାଡ଼ି ରଖୁଥିବା ଚାଳକଙ୍କୁ ଅନଲାଇନ୍ କିମ୍ବା ଅପ୍ ଲାଇନ୍ ଚାଳଣ କରାଗଲେ ତଣ୍ଡ ଗଣିବା ଭୟରେ ଲୋକମାନେ ସଚେତନ ହେବେ ବୋଲି ଚନ୍ଦ୍ରଶେଖରପୁର ଅଞ୍ଚଳର ବରିଷ୍ଠ ନାଗରିକମାନେ କହିଛନ୍ତି। ରାଜଧାନୀର ଚାରି ଛକିଆ ଟ୍ରାଫିକ୍ ଛକରେ ଲେନ୍ ଡ଼୍ରାଇଭ୍ ବ୍ୟବସ୍ଥା ଏକ ପ୍ରକାର ପ୍ରହସନ ପାଲଟିଛି। ଫଳରେ ଦୁର୍ଘଟଣା ବଢ଼ୁଛି ଓ ଆମ୍ବୁଲାନସ୍ ଫସୁଛି। ଟ୍ରାଫିକ୍ ପରିଚାଳନା କ୍ଷେତ୍ରରେ ଏଭଳି ବ୍ୟବସ୍ଥାଥିଲେ ମଧ୍ୟ ଏହାର ସଦୁପଯୋଗ ହେଉନଥିବାରୁ ପ୍ରତିକଦିନ କାର୍ଯ୍ୟାଳୟ ଖୋଲିବା ସମୟ ଓ ସଂଧ୍ୟାରେ ନାହିଁନଥିବା ଭିଡ଼ ଦେଖିବାକୁ ମିଳୁଛି। ଫଳରେ ବେଳେ ବେଳେ ଟ୍ରାଫିକ୍ ଜାମରେ ‌ଯାତ୍ରୀମାନେ ଅଣନିଶ୍ବାସୀ ‌ହୋଇଯାଉଛନ୍ତି। ଲେନ୍ ଡ଼୍ରାଇଭ୍ ନିୟମ ଲୋକମାନେ ମାନୁନଥିବାରୁ ରୋଗୀମାନେ ଅନେକଥର ଟ୍ରାଫିକ ଜାମରେ ଫସି ହସ୍ପିଟାଲରେ ଠିକ୍ ସମୟରେ ନପହଞ୍ଚି ପ୍ରାଣ ହରାଉଛନ୍ତି। ଯାହାନେଇ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା କିଛି ଘରୋଇ ହସ୍ପିଟାଲରେ ରିସିଭ୍ ଡ଼େଥ୍ ସଂଖ୍ୟା ବଢ଼ିଥିବା ତଥ୍ୟ ରହିଛି।