ଆସୁଛି ନୂଆ ବର୍ଷ.. ବାର୍ ଉପରେ ଲଗାମ ରହୁନି : Ommtv
ଆସୁଛି ନୂଆ ବର୍ଷ.. ବାର୍ ଉପରେ ଲଗାମ ରହୁନି : Ommtv
ଆସୁଛି ନୂଆ ବର୍ଷ.. ବାର୍ ଉପରେ ଲଗାମ ରହୁନି : Ommtv
ଭୁବନେଶ୍ବର, ୧୩/୧୨ (କବି): ଆଉ କିଛି ଦିନପେରେ ଆସିବ ନୂଆ ବର୍ଷ। ଯାହାନେଇ ଏବେଠାରୁ ରାଜଧାନୀର ବିଭିନ୍ନ ବାର୍ଗୁଡ଼ିକରେ ଲେଟ୍ ନାଇଟ୍ ପାର୍ଟି ଓ ସେଲିବ୍ରେସନ୍ ସୋ’ ଆରମ୍ଭ ହୋଇଗଲାଣି। ହେଲେ ବିଳମ୍ବିତ ରାତି କାର୍ଯ୍ୟକ୍ରମ ଉପରେ ଲଗାମ ଲଗାଇପାରୁନାହିଁ କମିସନରେଟ୍ ପୁଲିସ୍। ବାର୍ ଭିତରେ ଡ଼ିଜେ ବାଜୁଛି। ଅଶ୍ଳିଳ ନୃତ୍ୟ ମଧ୍ୟ ହେଉଛି। ନିଶାରେ ଚୁର ହୋଇ ଯୁବକ ଯୁବତୀ ରାତିରେ ଫେରିଲାବେଳେ ଦୃତଗତିରେ ଗାଡ଼ି ଚଲାଇ ରାଜରାସ୍ତାରେ ଉତ୍ପାତ ହେଉଛନ୍ତି। ଏମିତିକି ବାର୍ ଭିତରେ ଅସାମାଜିକ କାର୍ଯ୍ୟ ହୋଇଗଲେ ତାହାକୁ ପୋଲିସ୍ ଲୋକଲୋଚନକୁ ନଆଣି ଚାପିଦିଆଯାଉଛି। ଏପରି ସେଲିବ୍ରେସନ୍ ପ୍ରାୟ ନୂଆବର୍ଷ ପର୍ଯ୍ୟନ୍ତ ଚାଲିବ ହେଲେ ପୁଲିସ୍ ଏନେଇ ବାର୍ ଗୁଡ଼ିକରେ ଚଢ଼ାଉ କରୁ ନାହିଁ କିମ୍ବା ଲେଟ୍ ନାଇଟ୍ ଓପନ୍ ବାର୍ ଗୁଡ଼ିକୁ ତାଲା ପକାଇ ପାରୁ ନାହିଁ। ଯଦି କୌଣସି ପ୍ରକାର ଚଢ଼ାଉକରି ବାର୍ ସିଲ୍ କରାଯାଉଛି ତେବେ ତାହା ୨୪ ଘଣ୍ଟା ପୂର୍ବରୁ ଖୋଲିଯାଉଛି। ବେଲଗାମ ଏପରି ସିଷ୍ଟମ ପାଇଁ ହନ୍ତସନ୍ତ ହେଉଛନ୍ତି ରାଜଧାନୀ ବାସିନ୍ଦା। କେବେ ଶବ୍ଦ ପ୍ରଦୂଷଣ, କେବେ ଅସାମାଜିକ କାର୍ଯ୍ୟକଳାପ ନେଇ ସ୍ଥାନୀୟ ଲୋକ ଅଭିଯୋଗ କରୁଛନ୍ତି ହେଲେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଶୂନ।
ଡ଼ିସେମ୍ବର ୨୨ରୁ ବୋବାଲିଆ ଅଫର..
ଚନ୍ଦ୍ରଶେଖରପୁର, ଖଣ୍ଡଗିରି, କଟକ ରୋଡ଼ ଏବଂ ଭୁବନେଶ୍ବର ସେଣ୍ଟରରେ ଥିବା କିଛି ବାର୍ଗୁଡ଼ିକରେ ଡ଼ିସେମ୍ବର ୨୨ରୁ ଆରମ୍ଭ ହେବ ବୋବାଲିଆ ଅଫର। ଯେଉଁ ଅଫରନେଇ କୌଣସି ପ୍ରଚାର ପ୍ରସାର ହେଉ ନାହିଁ। ଏହା ନିତିଦିନିଆ ଗ୍ରାହକମାନଙ୍କପାଇଁ ଉପଲବ୍ଧ ଅଟେ । ନୂଆବର୍ଷ ସେଲିବ୍ରେସନ୍ ପାଇଁ ଏଥିରେ କେବଳ ଯୋଗଦେବେ ଯୋଡ଼ିଦାର (କପଲ)। ଏଣ୍ଟ୍ରିରି ଟିକେଟର ମଧ୍ୟ ମୋଟା ଅଙ୍କ ଧାର୍ଯ୍ୟ କରାଯାଇଛି। ଯେଉଁଥିରେ ଡ଼ିଜେ ନାଇଟ୍, କକଟେଲ୍ ପାର୍ଟି, ଡ଼ିନର, ସହ କ୍ୟାବର୍ରେ ଡ଼୍ୟାନସ୍ ଏବଂ କପଲ ମିଡ଼ନାଇଟ୍ ମିଟ୍ ସୁବିଧା ରହିଛି। ସବୁଠାରୁ ବଡ଼ କଥାହେଲା ଏସବୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବାନେଇ ପୂର୍ବରୁ ଚିନ୍ତା କରାଯାଇଥିଲାବେଳେ ପୁଲିସ୍ କୌଣସି ବାର୍କୁ ଡ଼ିସଟ୍ରବ୍ କରିବନାହିଁ ବୋଲି ସମସ୍ତ ପ୍ରସ୍ତୁତି ମଧ୍ୟ ସରିଛି।
ସବୁ ବାର୍ରେ ହେବ ଜିରୋନାଇଟ୍ ଜୋରଦାର..
ରାଜଧାନୀର ସବୁ ବାର୍ଗୁଡ଼ିକରେ ଜିରୋ ନାଇଟ୍ ପାର୍ଟି ଜୋରଦାର ହେବ। ଯାହାନେଇ ସ୍ବତନ୍ତ୍ର ଟିକେଟ୍ ବନ୍ଦବସ୍ତ କରାଯାଇଛି। ମନୋରଞ୍ଜନପାଇଁ ରାଜ୍ୟ ବାହାରୁ ନର୍ତକି ଆସିବେ। କିଛି ବାର୍ରେ ହାଇପ୍ରୋଫାଇଲ ବରାଦିଆ ପାର୍ଟିପାଇଁ ରସିଆନ୍ ନାଚବାଲୀ ଆଣିବେ ବୋଲି ଜଣାପଡ଼ିଛି। ଏହାଫଳରେ ବାର୍ ଆଖପାଖ ଅଞ୍ଚଳରେ ଅସାମାଜିକଙ୍କ ପ୍ରଭାବ ନିଶ୍ଚୟ ପଡ଼ିବ। ହେଲେ ପୁଲିସ୍ ନିକଟରେ ଏପରି ପ୍ରସ୍ତୁତିନେଇ କୌଣସି ଗୁଇଁନ୍ଦା ସୂଚନାନଥିବା କହିଛି ପୁଲିସ୍। ଉତ୍ପାତହେଲେ ପାର୍ଟି ବନ୍ଦକରିବବୋଲି ମତାମତ ଦେଇଛି ପୁଲିସ୍। ଅସାମାଜିକ କାର୍ଯ୍ୟନେଇ ନିକଟରେ ଚନ୍ଦ୍ରଶେଖରପୁର ଥାନା ଏମ୍ବାସି ବାର୍କୁ ତାଲା ପକାଇଥିଲା। ଯାହା ୨୪ ଘଣ୍ଟା ମଧ୍ୟରେ ଖୋଲିଯାଇଥିଲା। କିଛି କର୍ମଚାରୀଙ୍କୁ ଗିରଫକରି କୋର୍ଟ ଚାଲଣକରାଗଲା ହେଲେ ପ୍ରେସ୍ ରିଲିଜ୍ କରାଗଲାନାହିଁ। ଦଫା ଏମିତି ଲାଗିଲା ଯେ, କୋର୍ଟରୁ ଅଭିଯୁକ୍ତମାନେ ମୁକୁଳିଯାଇଥିଲେ। ଏଥିରୁ ଠଉରେଇହୁଏ ବାର୍ ପରିଚାଳନା କରୁଥିବା ବଡ଼ବଡ଼ିଆମାନଙ୍କର ପାୱାର। ନୂଆବର୍ଷ ସେଲିବ୍ରେସନ୍ ସମୟରେ ପୁଲିସ୍ କେବଳ ବାର୍ ବାହାରେ ରହି ସୁରକ୍ଷା ବ୍ୟବସ୍ଥା ଦେଖିବ। ଅତିବେଶି ଉତ୍ପାତହେଲେ ପାର୍ଟିକୁ ବନ୍ଦକରିବ ନହେଲେ ମ୍ୟାନେଜରକୁ ତାଗିଦ୍ କରିବ। ମାତ୍ର ବାର୍ରୁ ବାହାରି ଗ୍ରାହକ ଯେଉଁ ଢ଼ଙ୍ଗରେ ଗାଡ଼ିଚଲାଇବେ ଓ ଉତ୍ପାତକରିବେ ସେହି ରୋଷର ଶିକାରହେବେ ସାଧାରଣଜନତା।