KIIT Knowledge Tree Lecture, Students should maintain Moral along with Education: Eduard Heger : Ommtv
KIIT Knowledge Tree Lecture, Students should maintain Moral along with Education: Eduard Heger : Ommtv
KIIT Knowledge Tree Lecture, Students should maintain Moral along with Education: Eduard Heger : Ommtv
Bhubaneswar, 19th December: Former Slovakia Prime Minister Eduard Hague delivered a speech at the KIIT Knowledge Tree Lecture today, advising KIIT students to be committed to education, morality, and society. He said, "Education is very important now." Education can bring peace; education can transform a country; and education brings prosperity to a life. Students should not only think about how to establish themselves by getting an education but also invest their knowledge and skills in maintaining peace, harmony, and brotherhood in their environment, society, state, and country. Peace in life cannot be achieved through fame and money alone. True peace is found in giving back to society. Dr. Achyuta Samanta, founder, KIIT & KISS is a prime example of commitment and giving back to society, he said. He said a person of good character can be a good leader. He said leaders with ethics and values can be role models for others. Advising the students, he said, "You should always be humble and kind to others." Citing the example of Dr. Samanta, he said that those who have courage and dedication can bring about a positive change in society. Dr. Achyuta Samant delivered the welcome speech, while Professor Sharanjit Singh, Vice Chancellor, KIIT Deemed to be University, proposed the vote of thanks. This morning, Eduard visited KIIT and KISS and spent a long time with the KISS students. He highly appreciated the work of Dr. Samanta while visiting KISS.
କିଟ୍ ନଲେଜ୍ ଟ୍ରି ବକ୍ତୃତାମାଳା, ଛାତ୍ରଛାତ୍ରୀମାନେ ଶିକ୍ଷା ସହ ନୈତିକତା ବଜାୟ ରଖନ୍ତୁ: ଏଡ୍ୱାର୍ଡ ହେଗର
ଭୁବନେଶ୍ୱର, ୧୯ । ୧୨: କିଟ୍ ନଲେଜ୍ ଟ୍ରି ବକ୍ତୃତାମାଳାରେ ଆଜି ସ୍ଲୋଭାକିଆର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଏଡ୍ୱାର୍ଡ ହେଗର ବକ୍ତୃତା ପ୍ରଦାନ କରି କିଟ୍ ଛାତ୍ରଛାତ୍ରୀଙ୍କୁ ଶିକ୍ଷା, ନୈତିକତା ଓ ସମାଜ ପ୍ରତି ପ୍ରତିବଦ୍ଧତା ରଖିବାକୁ ପରାମର୍ଶ ଦେଇଥିଲେ । ସେ କହିଲେ, ଆଜିର ଯୁଗରେ ଶିକ୍ଷା ହିଁ ଗୁରୁତ୍ୱପୂର୍ଣ୍ଣ । ଶିକ୍ଷା ଶାନ୍ତି ଆଣିପାରେ, ଶିକ୍ଷା ଗୋଟିଏ ଦେଶକୁ ପରିବର୍ତ୍ତନ କରିପାରେ ଏବଂ ଶିକ୍ଷା ଜଣକ ଜୀବନରେ ସମୃଦ୍ଧି ଆଣିଥାଏ । ଛାତ୍ରଛାତ୍ରୀମାନେ କେବଳ ଶିକ୍ଷା ଗ୍ରହଣ କରି ନିଜେ କିପରି ପ୍ରତିଷ୍ଠିତ ହେବେ ସେ ବିଷୟରେ ଚିନ୍ତା ନ କରି ନିଜ ପରିବେଶ, ସମାଜ, ରାଜ୍ୟ ଓ ଦେଶରେ କିପରି ଶାନ୍ତି, ସୌହାର୍ଦ୍ଦ୍ୟ ଓ ଭ୍ରାତୃତ୍ୱଭାବ ବଜାୟ ରହିବ ସେ ଦିଗରେ ନିଜ ଜ୍ଞାନ ଓ ଦକ୍ଷତାର ବିନିଯୋଗ କରିବା ଉଚିତ। କେବଳ ପ୍ରତିଷ୍ଠା ଏବଂ ଅର୍ଥ ବଳରେ ଜୀବନରେ ଶାନ୍ତି ଆସିପାରେ ନାହିଁ। ସମାଜ ପ୍ରତି ପ୍ରତିଦାନରେ ପ୍ରକୃତ ଶାନ୍ତି ମିଳିଥାଏ। ସମାଜ ପ୍ରତି ପ୍ରତିବଦ୍ଧତା ଓ ପ୍ରତିଦାନର ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ଅଚ୍ୟୁତ ସାମନ୍ତ ବୋଲି ସେ କହିଥିଲେ। ସେ କହିଲେ ଉତ୍ତମ ଚରିତ୍ରର ବ୍ୟକ୍ତି ଜଣେ ଭଲ ନେତା ହୋଇପାରେ। ନୈତିକତା ଓ ମୂଲ୍ୟବୋଧ ସହ ନେତାମାନେ ଅନ୍ୟମାନଙ୍କ ପାଇଁ ରୋଲ ମଡେଲ୍ ହୋଇପାରିବେ ବୋଲି ସେ କହିଥିଲେ । ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ସେ କହିଲେ, ଅନ୍ୟମାନଙ୍କ ପ୍ରତି ସର୍ବଦା ନମ୍ର ଓ ଦୟାଶୀଳ ହେବା ଉଚିତ। ଆମର ପୂର୍ବଜଙ୍କଠାରୁ ଜ୍ଞାନ ଆହରଣ କରି ତାହାକୁ ସମାଜସେବା ଓ ଦେଶକୁ ନେତୃତ୍ୱ ଦେବାରେ ବିନିଯୋଗ କରିବା ଉଚିତ। କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦାହରଣ ଦେଇ ସେ କହିଲେ ଯେଉଁମାନଙ୍କର ସାହସ ଓ ଉତ୍ସର୍ଗୀକୃତ ମନୋଭାବ ରହିଛି ସେମାନେ ସମାଜରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିପାରିବେ। ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ। ଆଜି ସକାଳେ ଏଡ୍ୱାର୍ଡ କିଟ୍ ଓ କିସ୍ ପରିଦର୍ଶନ କରିବା ସହ କିସ୍ ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଅତିବାହିତ କରିଥିଲେ। କିସ୍ ପରିଦର୍ଶନ କରି ଶ୍ରୀ ସାମନ୍ତଙ୍କ କାର୍ଯ୍ୟକୁ ସେ ଭୂୟସୀ ପ୍ରଶଂସା କରିଥିଲେ ।