ଜନ ମଙ୍ଗଳ ସ୍ଵେଚ୍ଛାସେବୀ ସଂଗଠନ ଆନୁକୁଲ୍ୟରେ : Ommtv

Janamangala

ଜନ ମଙ୍ଗଳ ସ୍ଵେଚ୍ଛାସେବୀ ସଂଗଠନ ଆନୁକୁଲ୍ୟରେ : Ommtv

OMM TV ହିନ୍ଦୋଳ ରତିକାନ୍ତ ଗଡନାୟକ) ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ରାସୋଳ ସ୍ଥିତ ଜନ ମଙ୍ଗଳ ସ୍ଵେଚ୍ଛାସେବୀ ସଂଗଠନ ଆନୁକୁଲ୍ୟରେ ମୋ ଗାଁ ମୋ ସମ୍ମାନ ଅଭିଯାନ ସଫଳତାର ସହ ସମ୍ପାଦିତ ହୋଇଛି। ଏହି ଜନହିତକର କାର୍ଯ୍ୟକ୍ରମର ଶୁଭାରମ୍ଭ ଗତ ୬ ତାରିଖ ରୁ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ରାସୋଳ ଓ ମାଧପୁର ପଂଚାୟତ ମଧ୍ୟରେ ଥିବା ୫୨ ଗୋଟି ଖୋଲା କୁପ ମଧ୍ୟରେ ବ୍ଲିଚିଙ୍ଗ ପାଉଡର ଦ୍ଵାରା ଜଳ ବିଶୋଧନ କରାଯାଇଛି।ସ୍ଵଚ୍ଛ ପାନୀୟ ଜଳ ସେବନ ର ଉପକାରିତା ସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଦ୍ଵାରା ପ୍ରଦତ୍ତ ପ୍ରଚାର ପତ୍ର ଓ ବୃକ୍ଷ ରୋପଣ ର ଆବଶ୍ୟକତା ଉପରେ ସଂଗଠନ ପକ୍ଷରୁ ସଚେତନ ପତ୍ର ବଣ୍ଟନ ହୋଇଛି। ସଂଗଠନ ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀ ଙ୍କ ତତ୍ତ୍ଵାବଧାନରେ ଉପଦେଷ୍ଠା ରାସୋଳ ସରପଞ୍ଚ ସକ୍ରିୟ ସହଯୋଗ କରିବା ସହ ସହ ସମ୍ପାଦିକା ପ୍ରଭାସିନୀ ସାହୁ, ମମତା ବେହେରା, ମମତା ସାହୁ ଅମିତା ବେହେରା, ଚନ୍ଦନ ସାହୁ, ନିରାକାର ବୈଦ୍ଯ, ସରୋଜ ସାହୁ, ସଂଜୀବ ମହାପାତ୍ର, ସୁଦାମ ସେଠୀ ପ୍ରମୂଖ ସେବିକା ସେବକ ମାନେ ସହଯୋଗ କରିଥିଲେ। ସଂଗଠନ ର ଏପରି କାର୍ଯ୍ୟକ୍ରମ ପାଇଁ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି। ଗତ ବର୍ଷ ମଧ୍ୟ ସଂଗଠନ ପକ୍ଷରୁ ରାସୋଳ ଓ କୁନୁଆ ପଞ୍ଚାୟତ ମଧ୍ୟରେ ୭୦ ଗୋଟି ଖୋଲା ସେଚ କୁପ ମାନଙ୍କରେ ଜଳ ବିଶୋଧନ କରା ଯାଇଥିଲା ବୋଲି ସଂଗଠନ ପ୍ରତିଷ୍ଠାତା ଜଣାଇଛନ୍ତି। #Dhenkanal #Ommtv #Omtv #Kalingacinearts #NBPC #virals #viralvideo #viralpost #viralpage #viralreel #viralvideoreels #viralposts #viralreels #trend #trendingnow #trendingreels #trendingvideos

(Hindol Rathikant Gadnaik) My Village Mo Haram Abhiyan has been successfully organized in the support of Jan Mars Volunteer Organization at Rasool under Hindol Block. The launch of this public welfare program started on the last 6th and lasted for three days till the 9th in 52 open wells between Rasol and Madhpur retreats using bleaching powder. An awareness letter has been distributed by the organization on the need for planting. Under the supervision of the founder of the organization, Bibhu Prasad Shetpathi, Vice President Rasool Sarpanch actively cooperated and editors Prabhasini Sahu, Mamata Behera, Mamata Sahu Amita Behera, Chandan Sahu, Nirakar Vaidya, Saroj Sahu, Sanjiva Patra Maha, Sudam Sethi were supported by the principal nurses. Public satisfaction has been expressed for such programs of the organization. Last year also, water was purified in 70 open irrigation wells between Rasod and Kunua panchayats, said the founder of the organization.