ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ରେ ଆଜି ମତଦାନ : Ommtv

Vote

ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ରେ ଆଜି ମତଦାନ : Ommtv
OMM TV (ହିନ୍ଦୋଳରୁ ରତିକାନ୍ତ ଗଡନାୟକ)
ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ରେ ଆଜି ମତଦାନ ଦିବସରେ ଅତି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ 8 ଟା ରୁ ସମୁଦାୟ 16 ଗୋଟି ବୁଥ୍ ରେ ପୋଲିଂ ଆରମ୍ଭ ହୋଇଥିଲା। ଏନ୍ଏସି ର ସମୁଦାୟ 9863 ଭୋଟର ମାନଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ଯା 5046 ଓ ମହିଳା ସଂଖ୍ୟା 4817 ଅଛି। ସେଥି ମଧ୍ୟରୁ 8641 ଭୋଟର ମତଦାନ କରିଛନ୍ତି। 4329 ପୁରୁଷ ଓ 4312 ମହିଳା ଭୋଟର ମତଦାନ କରି ସମୁଦାୟ ଭୋଟର ସଂଖ୍ୟାର 88 % ମତଦାତା ମତଦାନ ସାବ୍ୟସ୍ତ କରିଛନ୍ତି। 16 ଟି ବୁଥ ପାଇଁ ଅଧିକାରୀ ଓ କର୍ମଚାରୀ 100 ଜଣ ନିୟୋଜିତ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ 4 ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ। ହିନ୍ଦୋଳ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶିବାନନ୍ଦ ସ୍ଵାଇଁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନିର୍ବାଚନ ଅବାଧ ନିରପେକ୍ଷତା ପରିଲକ୍ଷିତ ହୋଇଥିଲା। ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ, ଓ ଜିଲ୍ଲା ଏସ୍,ପି, ଜ୍ଞାନରଞ୍ଜନ ମହାପାତ୍ର ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ। ଗୁଇନ୍ଦା ବିଭାଗ ଅତିରିକ୍ତ ଏସ୍,ପି, ଯଶୋବନ୍ତ ସାମଲ ମଧ୍ଯ ତିନି ଦିନ ଧରି ହିନ୍ଦୋଳ ରେ ରହି ପରିସ୍ଥିତି ଅନୁଧ୍ୟାନ କରିଥିଲେ।ହିନ୍ଦୋଳ ଉପଖଣ୍ଡ ପୁଲିସ ଅଧିକାରୀ ପ୍ରଦୀପ କୁମାର ଜେନା ଙ୍କ ନେତୃତ୍ଵରେ 4 ଟି ପାଟ୍ରୋଲିଂ ଟିମ୍ ସଜାଗ ରହିଥିଲେ।କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଘଟି ନଥିବାରୁ ହିନ୍ଦୋଳ ବାସୀ ସନ୍ତୋଷ ପ୍ରକାଶ କରିଛନ୍ତି। ଆସନ୍ତା 5 ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ।#Ommtv #Omtv #Kalingacinearts #Dhenkanal #Hindol #Odisha #India #NBPC #BJD #BJP #Congress