ଏକାମ୍ର ଆୟକର ଆବାସ ଉଦ୍‌ଘାଟନ ; Ommtv.in

ଏକାମ୍ର ଆୟକର ଆବାସ ଉଦ୍‌ଘାଟନ

ଏକାମ୍ର ଆୟକର ଆବାସ ଉଦ୍‌ଘାଟନ ; Ommtv.in

ଏକାମ୍ର ଆୟକର ଆବାସ ଉଦ୍‌ଘାଟନ ; Ommtv.in

 ଆଜି ଗାଡ଼କଣସ୍ଥିତ ‌ଗୁରୁ କେଳୁଚରଣ ମହାପାତ୍ର ପାର୍କ ନିକଟରେ ଉଦ୍‌ଘାଟିତ ହୋଇଯାଇଛି ଏକାମ୍ର ଆୟକର ଆବାସ । ଏହି ଅବସରରେ ଆୟକର ବିଭାଗ କେନ୍ଦ୍ରୀୟ ଏବଂ ଓଡ଼ିଶା କ୍ଷେତ୍ରର ବରିଷ୍ଠ ଅଧିକାରୀମାନେ ଅତିଥିଭାବେ ଯୋଗଦେଇ ଆବାସକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଗତ ୩ବର୍ଷ ଧରି ଏହି ଆବାସ ଓ କାର୍ଯ୍ୟାଳୟ କାମ ଗାଡ଼କଣରେ ଚାଲିଥିଲା। ଆଜି ଉଦ୍‌ଘାଟନ ପରେ କର୍ମଚାରୀମାନଙ୍କ ମଧ୍ୟରେ ଘରଗୁଡ଼ିକୁ ବଣ୍ଟନ କରାଯିବ ବୋଲି ଅଧିକାରୀମାନେ ମତବ୍ୟକ୍ତ କରିଛନ୍ତି। ଆଜି ଅପରାହଣରେ ନୂଆଦିଲ୍ଲୀର ଆଇଆରଏସ ଅଧ୍ୟକ୍ଷ କେନ୍ଦ୍ରାୟ ପ୍ରତ୍ୟକ୍ଷ କର ବୋର୍ଡ଼ ନିତିନ ଗୁପ୍ତା ମୁଖ୍ୟ ଅତିଥିଭାବେ ଯୋଗଦେଇ ଏକାମ୍ର ଆୟକର ଆବାସର ଶୁଭ ଉଦ୍‌ଘାଟନ କରିଥିଲେ। ସେହିଭଳି ସମ୍ମାନିତ ଅତିଥିଭାବେ ଦିଲ୍ଲୀର ଆଇଆରଏସ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ଦେବେନ୍ଦ୍ର ନାରାୟଣ କର, ଆଇଆରଏସ ପ୍ରଧାନ ଆୟକର ମହାନିର୍ଦେଶକ ସିମାଞ୍ଚଳ ଦାଶ, ବିହାର ଓ ଝାଡ଼ଖଣ୍ଡର ଆଇଆରଏସ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ଏବଂ ଓଡ଼ିଶା କ୍ଷେତ୍ର ଆଇଆରଏସ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ମୋରା ଭୁପାଳ ରେଡ଼ୀ ଯୋଗଦେଇ କାର୍ଯ୍ୟକ୍ରମରେ ଅନୁଷ୍ଠିତ ସଭାରେ ଉପସ୍ଥିତରହି ରାଜ୍ୟର ରାଜଧାନୀ ଭୁବନେଶ୍ବରର ଗାଡ଼କଣ ଭଳି  ଏକ ଶାନ୍ତ ପରିବେଶରେ ର୍ନିମାଣ ହୋଇଥିବା ଏକାମ୍ର ଆୟକର ଆବାସ କିପରି କାଳକ୍ରମେ ଯୋଜନା କରାଯାଇ କର୍ମଚାରୀଙ୍କ ନିମନ୍ତେ ଆବାସ ଓ କାର୍ଯ୍ୟାଳୟ କରାଯାଇଥିଲା ତାର ପ୍ରାମାଣିକ ତଥ୍ୟଭିତିକ ଏକ ଅଡ଼ିଓ ଭିଜୁଆଲ ପ୍ରୋଜେକ୍ଟ ପର୍ଦଶନ କରିଥିଲେ। ଏଡି ଅବସରରେ ଅନୁଷ୍ଠାନ ପକ୍ଷରୁ କିଛି କୃତି କର୍ମଚାରୀମାନଙ୍କୁ ଅତିଥିମାନେ ପୁରସ୍କୁତକରିଥିଲେ।