ଫିଲଡ଼କୁ ଫେରିଲେକି ପ୍ରିୟ..? ପୂର୍ବତନ ବିଧାୟକଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ : ଓମଟିଭି

Are you back in the field PRIYA..? Former MLA's Friends Reunion Program: OMMTV

ଫିଲଡ଼କୁ ଫେରିଲେକି ପ୍ରିୟ..? ପୂର୍ବତନ ବିଧାୟକଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ : ଓମଟିଭି

ଫିଲଡ଼କୁ ଫେରିଲେକି ପ୍ରିୟ..? ପୂର୍ବତନ ବିଧାୟକଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ : ଓମଟିଭି

ଏକ ହଜାରରୁ ଅଧିକ ଯୁବକ ଓ ଯୁବତୀଙ୍କୁ ନେଇ ପୂର୍ବତନ ବିଧାୟକଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆଜି ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳିରେ ସୃଷ୍ଟିକରିଛି ହଟ୍ଟଚମଟ। ଆଉ ମାତ୍ର କିଛି ମାସ ପରେ ବାଜିବ ନିର୍ବାଚନ ବିଗୁଲ। ୨୦୨୪ ପାଇଁ  ସଜବାଜହେଲେ ପ୍ରାର୍ଥୀ। ହେଲେ ଏହା ପୂର୍ବରୁ ଏବେ ସ୍ପଷ୍ଟ ଦେଖାଯାଇଛି ରଣ ପ୍ରସ୍ତୁତି।  ଏହାକୁ ଦୃଷ୍ଟି ରେ ରଖି ପ୍ରାୟ କିଛିମାସ ପୂର୍ବରୁ ଦଳୀୟ ଟିକେଟ ହାତେଇବା ପାଇଁ ନେତାମାନେ ଏବେଠାରୁ ନିଜନିଜ ସମର୍ଥନ କର୍ମୀ ଓ ଶୁଭେଛୁଙ୍କୁ ଧରି ନିଜ ନିର୍ବାଚନମଣ୍ଡଳୀରେ ଅନେକ କାର୍ଯ୍ୟକ୍ରମ କରିବା ଆରମ୍ଭ କରିଲେଣି। ଏପରିକି ସେମାନେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆଳରେ ସମର୍ଥକଙ୍କୁ ଧରି ଭୋଜିଭାତର ଆୟୋଜନ କରିବା ସହ ଉପର ବାବୁମାନଙ୍କୁ ନିଜର ପରାକ୍ରମ ପରୋକ୍ଷରେ ଦେଖାଇବା ଆରମ୍ଭ କରିଛନ୍ତି। ଗତ ନିର୍ବାଚନରେ ଦଳୀୟ ଟିକେଟରୁ ବଂଚିତ ହୋଇଥିବା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଗତକିଛି ମାସ ହେବ ଉତ୍ତର ନିର୍ବାଚନ ମଣ୍ଡଳୀର ବ୍ରତ ଘରଠାରୁ ଆରମ୍ଭ କରି ପୂଜାପର୍ବ ଆଦିରେ ଯୋଗ ଦେବାସହ ନିଜ ସମର୍ଥକଙ୍କ ଦ୍ଵାରା ସୋସିଆଲ ମିଡ଼ିଆ ଦ୍ୱାରା ପ୍ରଚାର ପ୍ରସାର କରିବା ଆରମ୍ଭ କରିଚାଲିଛନ୍ତି l ଆଜି ପ୍ରିୟବାବୁ ବନ୍ଧୁ ମିଳନ ଆଳରେ ନୀଳାଦ୍ରୀବିହାର ଠାରେ ଥିବାଗ୍ରାଣ୍ଡ ଲୁମ୍ବିନିରେ ଏକ ଗ୍ରାଣ୍ଡ ଭୋଜିଭାତର ଆୟୋଜନ କରିଥିଲେ l

ଯେଉଁଥିରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ଏକ ହଜାରରୁ ଅଧିକ ଯୁବକ ଯୋଗଦେଇଥିଲେ l କିନ୍ତୁ ଏହି କାର୍ଯ୍ୟକ୍ରମରେ କୌଣସି ବିଜେଡି ନେତାଙ୍କର ଦେଖାନଥିଲା l ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ଜନପ୍ରତିନିଧି ଆଗକୁ ପ୍ରିୟବାବୁ ଟିକେଟ ପାଇବା ପାଇଁ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ କରିଥିବା କହୁଛନ୍ତି l ଅନେକ ନିଜ ନାମ ଗୋପନ ରଖି କହିଛନ୍ତି ପ୍ରିୟ ଆଗାମୀ ନିର୍ବାଚନରେ ନିଶ୍ଚିନ୍ତ ବିଜେଡି ଟିକେଟରୁ ଉତ୍ତରରେ ଲଢ଼ିବେ ନଚେତ ସେ ଟିକେଟ ନ ପାଇଲେ ସ୍ୱାଧୀନରେ ଲଢ଼ିବାକୁ ପଛାଇବେ ନାହିଁ l ଆଜିର ବନ୍ଧୁ ମିଳନ କାର୍ଯ୍ୟକ୍ରମ କୋଉ ଉଦେଶ୍ୟରେ କରାଯାଇଥିବା ନେଇ ପ୍ରିୟଦର୍ଶୀ ମିଶ୍ର କୁହନ୍ତି ତାଙ୍କର ପ୍ରତିବର୍ଷ ଜନ୍ମଦିନ ଯୁବକ ମାନେ ପାଳନ କରନ୍ତି l ଗତ ୩ ବର୍ଷଧରି କରୋନା ଯୋଗୁ ଏହି କାର୍ଯ୍ୟକ୍ରମ ବନ୍ଦ ଥିଲା l କିନ୍ତୁ ଚଳିତ ବର୍ଷ ପିଲାମାନେ ଜିଦିକରି ଏହି କାର୍ଯ୍ୟକ୍ରମ କରିଛନ୍ତି। ମାତ୍ର ଉତ୍ତର ଅଞ୍ଚଳରେ ପ୍ରିୟଙ୍କ ଲୋକପ୍ରିୟତାକୁନେଇ ଭ‌ୋଟରଙ୍କ ସାକରାତ୍ମକ ମନୋଭାବ ବଢ଼ିଛି ବୋଲି କିଛି ସ୍ଥାନୀୟ ବରିଷ୍ଠନାଗରିକ ମତପ୍ରକାଶ କରିଛନ୍ତି। ନିଜ ପ୍ରିୟ ନେତାକୁ ପୁଣି ପୁରୁଣାସ୍ଥାନରେ ଫେରିପାଇବାପାଇଁ ସେମାନେ ସ୍ବତନ୍ତ୍ର ରଣନୀତି ଖସଡ଼ା ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି ବୋଲି ଜଣାଇଛନ୍ତି। ରାଜ୍ୟରେ ନବୀନ ହାୱା ଚାଲିଥିଲାବେଳେ ଲୋକପ୍ରତିନିଧି ବିଜେଡ଼ି ଟିକେଟକୁ ଏକମାତ୍ର ଢ଼ାଳ ଭାବର ବ୍ୟବହାର କରୁଛନ୍ତି ଯାହାନେଇ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳିରେ କେଉଁ ପାଣି କୁଆଡ଼େ ଯାଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ। ହେଲେ କିଛି କୁଜି ନେତା ଏବେଠାରୁ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁନେଇ ସୋସିଆଲ ମିଡ଼ିଆରେ ଯୁଦ୍ଧକରିବା ଆରମ୍ଭ କରିଥିବା ଦେଖି ଜଗତେ କେବଳ ଜନହସିଲାଭଳି କାମ କରୁଛନ୍ତି।  

Are you back in the field  PRIYA..? Former MLA's Friends Reunion Program: OMMTV

The friend meeting program of the former MLA involving more than a thousand young men and women has created a stir in North Bhubaneswar constituency today. And in just a few months the election bugle will sound. Candidates for 2024 If this is already clear, the preparation of the spring has already been shown. In view of this, some months ago, the leaders have started organizing many programs in their constituencies by holding their own supporters and well-wishers to grab the party ticket. They have even started showing their power to the upper echelons by holding parties and gathering supporters under the friendship program. Former MLA Priyadarshi Mishra, who was voted out of the party ticket in the last election, has been campaigning through social media through his supporters for the past few months, starting from the vow house of North Constituency.Today Priyobabu hosted a grand party at Grand Lumbini in Niladribihar to meet friends.In which more than a thousand local youths participated l but no BJJ leader showed up in this program l about which some public representatives in the local area are saying that they have organized this friendship program to get the Priyobabu ticket. He will not hesitate to fight freely unless he gets a ticket Priyadarshi Mishra says that today's friend meeting program was organized on the occasion of Kou Udesh. Every year the youth celebrate her birthday. The program was closed for the last 3 years due to corona virus. But this year the children insisted on this program. But some local senior citizens have expressed the opinion that the positive attitude of the voters has increased due to the popularity of Priyo in the northern region. They said that they have started preparing a special strategy to bring back their beloved leader. While the new wave is going on in the state, the People's Representative is using the Bjedi ticket as the only way to know where the water is going in the Bhubaneswar North Constituency in the coming days. Seeing that some Kuji leaders have started fighting on social media over this friendship program, the world is only acting as a public figure.