ପୁଣି ଫେରିଲା ମ୍ୟୁଜିକ ଆଲବମ୍ …ସୋସିଆଲ ମିଡ଼ିଆ ଟ୍ରେଣ୍ଡିଂରେ ନାହିଁ ଓଡ଼ିଆ ସିନେମା ଗୀତ : Ommtv.in

ପୁଣି ଫେରିଲା ମ୍ୟୁଜିକ ଆଲବମ୍ …ସୋସିଆଲ ମିଡ଼ିଆ ଟ୍ରେଣ୍ଡିଂରେ ନାହିଁ ଓଡ଼ିଆ ସିନେମା ଗୀତ

ପୁଣି ଫେରିଲା ମ୍ୟୁଜିକ ଆଲବମ୍ …ସୋସିଆଲ ମିଡ଼ିଆ ଟ୍ରେଣ୍ଡିଂରେ ନାହିଁ ଓଡ଼ିଆ ସିନେମା ଗୀତ : Ommtv.in

ପୁଣି ଫେରିଲା ମ୍ୟୁଜିକ ଆଲବମ୍ …ସୋସିଆଲ ମିଡ଼ିଆ ଟ୍ରେଣ୍ଡିଂରେ ନାହିଁ ଓଡ଼ିଆ ସିନେମା ଗୀତ : Ommtv.in

ଭୁବନେଶ୍ବର, ୧୬/୩ (Ommtv : MadhuraBani): ସୋସିଆଲ ମିଡ଼ିଆ ଟ୍ରେଣ୍ଡିଂରେ ଆଉ ନାହିଁ ଓଡ଼ିଆ ଚଳଚ୍ଚିତ୍ର ଗୀତ। ଏବେ ଯେଉଁଠି ଦେଖିବ ସେଇଠି ଓଡ଼ିଆ ମ୍ୟୁଜିକ ଆଲବମ୍ ପୁଣିଥରେ କବଜା କରିଛି ତା’ର ପୂର୍ବସ୍ଥାନ। ଏଥିରୁ ପ୍ରମାଣିତ ହୋଇଛି କୋଟି କୋଟି ଅର୍ଥ ବ୍ୟୟରେ ନିର୍ମାଣ ହେଉଥିବା ଓଡ଼ିଆ ଚଳଚ୍ଚିତ୍ର ଏବଂ ତା’ର ହିଟ୍ ଗୀତ ଆଉ ଟ୍ରେଣ୍ଡିଂ ସ୍କୋରିଂକରିପାରୁ ନାହିଁ। ଫଳରେ ଓଲିଉଡ଼ ପ୍ରଯୋଜକ ନିଜ ଫିଲ୍ମକୁ ଓଟିଟିରେ ପ୍ରସାରଣ କଲେ ମଧ୍ୟ ଭଲ ଅର୍ଥ ଆୟକରିବା ହୋଇପଡ଼ିଛି କଷ୍ଠକର। ସେହି ଅନୁପାତରେ ଯଦି ଦେଖାଯାଏ ଓଡ଼ିଆ ମ୍ୟୁଜିକ ଭିଡ଼ିଓ କେବଳ ଓଡ଼ିଶାରେ ସିମିତ ନରହି ଦେଶର ବିଭିନ୍ନ ସ୍ଥାନରେ ଟ୍ରେଣ୍ଡିଂ ହେବାରେ ଲାଗିଛି। ଏମିତିକି କିଛି ସୁପର ହିଟ୍ ମ୍ୟୁଜିକ ଆଲବମ୍ ଗୀତ ବିଦେଶରରେ ମଧ୍ୟ ଟ୍ରେଣ୍ଡିଂ ହେଉଛି। ଯାହାକୁ ‌ଓଟିଟିରେ ରିଲିଜକରି ଆଲବମ୍ ପ୍ରଯୋଜକ ଦୁଇ ଗୁଣ ଆୟ କରୁଛନ୍ତି। ଓଆରସି ଗବେଷଣାରୁ ଜଣାପଡ଼େ ସୋସିଆଲ ମିଡ଼ିଆରେ ବହୁଳ ପରିମାଣରେ ଭାଇରାଲ ହୋଇଥିବା ଗୀତ ଗୁଡ଼ିକ ମଧ୍ୟରୁ ଅଧିକାଂଶ ହେଉଛି ମ୍ୟୁଜିକ ଭିଡ଼ିଓ ଗୀତ। ଯେଉଁ ଗୁଡ଼ିକ ମଧ୍ୟରୁ ପଶ୍ଚିବ ଓଡ଼ିଶାର ଗୀତ ଏକ ନମ୍ବରେ ରହିଛି। ଏହାପରେ ଓଡ଼ିଆ, ଆଦିବାସୀ ଦେଶୀଆ, ଶାନ୍ତାଳ ଭାଷାର ଅନେକ ହିଟ୍ ଗୀତ ମଧ୍ୟ ଟ୍ରେଣ୍ଡି ହୋଇଛି। ‌ଉଦାହରଣ ‌ସୂରୁପ ‘ତୋ ଦୁଆରେ ହେବ ଚାଙ୍ଗୁ ମାଡ଼, ଧାକୁଲଧାକୁଲ ର୍ହାଟ, ସେଦିନୁ ମୁଁ ହୁନୁ ହୁନୁ, ପିଅର ସୁନାର ଝୁମୁକା, ନବୁକି ସମ୍ବଲପୁର, ଝଲମଲ, ଏଗୁଣ୍ଡା, ରସ ଜାମୁଡ଼ାଲି, ଅଳତା ମାଖି, କୁଲଫି ରାଣୀ, ତତେ ମିସ୍ କରୁଛେଁ ବାରମ୍ବାର ଏବଂ ତୁଇ ମଛଲୀ ଜଲକି ରାନୀ ଇତ୍ୟାଦି। ଓଡ଼ିଆ ମ୍ୟୁଜିକ ଆଲବମ୍ ଭୋଜପୁରି ଓ ପଞ୍ଜାବୀ ମ୍ୟୁଜିକ ଆଲବମ୍ ଭଳି ଏବେ ସବୁକ୍ଷେତ୍ରରେ କ୍ୟାଲିଟି ହେଉଥିବା ଏକ ଶୂତ୍ରରୁ ଜଣାପଡ଼ିଛି। ଯାହା ଅନୁପାତରେ ଓଡ଼ିଆ ଫିଲ୍ମ ଗୀତ ଟ୍ରେଣ୍ଡିଂ ଦୌଡ଼ରେ ନାହିଁ। ଅନ୍ୟଏକ ପକ୍ଷରେ ଦେଖିବାକୁ ଗଲେ ପ୍ରତି ମାସରେ ଓଡ଼ିଶାର କିଛି ମିମ୍ମସ୍ ମଧ୍ୟ ରାଜ୍ୟର କୋଣ ଅନୁକୋଣରେ ଭାଇରାଲ ହେଉଛି । ଉଦାହରଣ ସୌରୁପ ‘ମାଲ ପିଏଙ୍ଗେ, ଓଉ ରାଇତା ଏବଂ ଡ଼ାଲେମା ଡ଼ାଲେମା ଭଳି ଗୀତ ନିକଟରେ ଏବେ ଟ୍ରେଣ୍ଡିଂର ଚରମ ସୀମାରେ ପହଞ୍ଚି ପାରିଛି। ତେବେ ଆମେ ଆଶା କରୁଛୁ ଆଗାମି ଦିନରେ ଏହି ଆଲବମ୍ ନିର୍ମାତା ମାନଙ୍କ ନିକଟରୁ ଆମ ଫିଲ୍ମ ନିର୍ମାତା କିଛି ଶିକ୍ଷନ୍ତୁ ଓ ଜ୍ଞାନ ଆହାରଣ କରନ୍ତୁ। ଫଳରେ ଜ୍ଞାନ ପାଇଲେ ଜ୍ଞାନ ଆହରଣ କଲେ ଜ୍ଞ‌ାନୀହୋଇପାରିବେ ଆମ ଓଡ଼ିଆ ଚଳଚ୍ଚିତ୍ର କଳାକାର ଓ ପ୍ରସ୍ତୁତକର୍ତା। ଭଲକରି ପଢ଼ିବେ ମଧୁରବାଣୀ ଦେହକୁ ନବ‌ନି ଟାଣି। (ରିପୋର୍ଟ:  ବିଦ୍ୟାଧର ବାରିକ (ମଧୁ)