କିସ୍ ପାଇଁ ଆଜି ମୁଁ ଆଦିବାସୀ ସମାଜର ସେଲିବ୍ରେଟି : Ommtv Kalinga Vikas
କିସ୍ ପାଇଁ ଆଜି ମୁଁ ଆଦିବାସୀ ସମାଜର ସେଲିବ୍ରେଟି : Ommtv Kalinga Vikas

କିସ୍ ପାଇଁ ଆଜି ମୁଁ ଆଦିବାସୀ ସମାଜର ସେଲିବ୍ରେଟି : Ommtv Kalinga Vikas
ଏଟୁଆ ମୁଣ୍ଡା ଯାହାର ନାମ କହିଲେ ବର୍ତମାନ ଆଦିବାସୀ ସମାଜର ଜଣେ ଜଣାଶୁଣା କଣ୍ଠଶିଳ୍ପୀ । କଳାରଯାତ୍ରା ତାଙ୍କର ଆରମ୍ଭ ହୋଇଥିବା କିସ୍ ଭୁବନେଶ୍ବରରୁ । ପାଠ ପଢ଼ିବା ସହିତ କଳାଜୀବନ ତାଙ୍କର ଆରମ୍ଭ ହୋଇଥିଲା କିସ୍ ପରିସରରେ। ଅଚ୍ୟୁତ ସାମନ୍ତଙ୍କ କୃପାରୁ ପାଠ ପଢ଼ିବାପାଇଁ କିସ୍ ମିଳିଲା, ପେଟକୁ ଖାଦ୍ୟ ଓ ମୁଣ୍ଡଗୁଞ୍ଜିବାକୁ ଛାତମିଳିଗଲା। ଏତିକିରେ ସରିଲା ନହିଁ ସାମନ୍ତ ସାର ଯୋଗେଇଦେଲେ କଳାଜୀବନର ଆଉ ଏକ ପାଠଧ୍ୟୟ। କିସ୍ କଳାବିଭାଗର ଶିକ୍ଷକମାନେ ବାଛିନେଲେ ଗୀତା ଗାଇବାପାଇଁ। ଥିରେ ଥିରେ ଏହି ଅଭ୍ୟାସ ମୋର ଏକପ୍ରକାର ବଡ଼ ଯାତ୍ରା ଭାବେ ପରିଚୟ ଆରମ୍ଭ କଲା। ଆଜି ଏହି ଏଟୁଆ ମୁଣ୍ଡା ଆଦିବାସୀ ସମାଜର ଜଣେ ଆଗଧାଡ଼ିର କଣ୍ଠଶିଳ୍ପୀ। ଏହି କଳାକାର ଯାତ୍ରା ପ୍ରକୃତରେ ସମୃଦ୍ଧ ଏବଂ ପରିବର୍ତ୍ତନକାରୀ ହୋଇଛି। ତୃତୀୟ ଶ୍ରେଣୀ ରେ ଛାତ୍ର ଭାବରେ କିସ୍ ରେ ଏଟୁଆର ଶିକ୍ଷାଗତ କାର୍ଯ୍ୟ ଆରମ୍ଭ କରିଥିଲି, ପରେ 2018 ମସିହାରେ ମୋର ଦଶମ ସମାପ୍ତ କରିଥିଲି। 2018 ମସିହାରେ। ମୁଁ ମୋର Diploma Civil engineering KIIT University ରେ ଆରମ୍ଭ କରିବାର ସୌଭାଗ୍ୟ ପାଇଲି, ଯାହା ମୋର ଶିକ୍ଷାଗତ ଯାତ୍ରାରେ ଆଉ ଏକ ଗୁରୁତ୍ଵପୂର୍ଣ୍ଣ ମାଇଲଖୁଣ୍ଟ ଆରମ୍ଭ ହେଲା। ଏନେଇ ଏଟୁଆକହେ ମୋର ଏକ ଛୋଟ ପରିବାର ଅଛି। ମୋ ପରିବାରରେ 6 ଜଣ ସଦସ୍ୟ ଏବଂ ଅଛନ୍ତି: ମୋ ବଡ଼ ଭାଇ ଲାଦୁରା ମୁଣ୍ଡା ମଝିଆ ଭାଇ ଅଜିତ ମୁଣ୍ଡା ଏବଂ ଦିଦିଙ୍କ ନାମ ଜାନ ମୁଣ୍ଡା ଏବଂ ମୁଁ ସବୁଠାରୁ ଛୋଟ ଏବଂ ମୋର ଦୁଇ ଭାଉଜ ମଧ୍ଯ ଅଛନ୍ତି । ମୁଁ ଛୋଟ ଥିବା ସମୟରେ ହିଁ ମୋର ମା ବାପା ଆରପାରିକୁ ଚାଲିଯାଇଥିଲେ। ମୋ ବାପା ମାଆ ନଥିବା ଦିନ ଠାରୁ ହିଁ ମୋର ଭାଇ ମାନେ ହି ମତେ ଛୋଟ ରୁ ବଡ଼ କରିଛନ୍ତି । ମୋ ପାଇଁ, ମୁଁ ପୁସ୍ତକ ପଢ଼ିବାକୁ ଭଲ ପାଏ। ମୁଁ ଗୀତ ଗାଇବାକୁ ମଧ୍ୟ ଅଧିକ ପସନ୍ଦ କରେ ଏବଂ ମୋ ବନ୍ଧୁମାନଙ୍କ ସହିତ ସମୟ ବିତାଇବା ମଧ୍ଯ ଉପଭୋଗ କରେ। ଆମେ ସମସ୍ତେ ଗୋଟିଏ ସ୍ଥାନରେ ରହିବାକୁ ଏବଂ ଏକାଠି ଗପସପ କରିବା କୁ ପସନ୍ଦ କରୁ ଆମର ପରିବାର ବହୁତ ନିକଟତର ଏବଂ ଆମେ ସର୍ବଦା ପରସ୍ପରକୁ ସମର୍ଥନ ଏବଂ ନେଉ ଯନ୍ତ୍ର ମୁଁ ସେହି ସମୟରେ ଓଡ଼ିଆ ଭାଷାରେ ମଧ୍ଯ କଥାବାର୍ତ୍ତା ଭଲଭାବରେ ଜାଣି ପାରିନଥୁଲି ମୁଁ ଆଦିବାସୀ ରେ ହିଁ କଥାବାର୍ତ୍ତା କରୁଥୁଲି ସାର୍ ମାନଙ୍କ ସହ ମଧ୍ୟ । ଧିରେ ଧୂରେ ମୁଁ କିସ୍ ର ଚାଲି ଚଳନ ଓଡ଼ିଆ ଭାଷାରେ ମଧ୍ୟ କଥାବାର୍ଭା ଶିଖୁଗଲି । ମୋର ଭାଇ ଭଉଣୀ ମାନେ କେହି ମଧ୍ୟ ପାଠ ପଢ଼ି ନାହାନ୍ତି। ମୁଁ ଗାଁ ସ୍କୁଲରେ ପାଠ ପଢ଼ିବା ସମୟରେ ମୋର ପାଖରେ ଲେଖୁବା ପାଇଁ ମଧ୍ୟ କଲମ ଖାତା କିଣିବା ପାଇଁ ଟଙ୍କା ପଇସା ନଥିଲା। ମୁଁ କିସ୍ ସ୍କୁଲ୍ ବିଷୟରେ ଆମ ସରପଞ୍ଚ ଦ୍ବାରା ଜାଣିବା କୁ ପାଇଥୁଲି କି ଭୁବନେଶ୍ବର ରେ କିସ ନାମକ ଆଦିବାସୀ ସ୍କୁଲ ଅଛି ଯେଉଁଥିରେ କି "ସଂପୂର୍ଣ୍ଣ ମାଗଣା । ତାହା ପରେ ମୁଁ ଲେଖାଇଥୁଲି। 2010ରେ କିସ୍ ସ୍କୁଲ୍ ରେ ନାମ ମୁଁ କିସ୍ ପାଇଁ ଗର୍ବିତ। ମୁଁ ବର୍ତମାନ ଜଣେ ଗାୟକ ହେବା ର ସୁଯୋଗ ମଧ୍ୟ ପାଇଛି। ମୁଁ ଛୋଟ ବେଳ ହିଁ ଗୀତ ଗାଇବାକୁ ପିସନ୍ଦ କରୁଥୁଲି । ଏଠାରେ ମୁଁ ମୋର ସମ୍ମାନଜନକ ଶିକ୍ଷକ ଏବଂ ପରାମର୍ଶଦାତାମାନଙ୍କଠାରୁ ଅମୂଲ୍ୟ ଜ୍ଞାନ ଏବଂ ମାର୍ଗଦର୍ଶନ ପାଇଛି। KISS-DU ରେ ମୁଁ ଏକ ଦଶନ୍ଧି ଅତିକ୍ରମ କରିବା ସହିତ, ମୁଁ ମୋର ଅଭିଜ୍ଞତାକୁ ଅତ୍ଯନ୍ତ କୃତଜ୍ଞତାର ସହିତ ପ୍ରତିଫଳିତ କରୁଛି । ସୁନ୍ଦରଗଡ଼ ଜିଲ୍ଲାର କଇଡା ବ୍ଲକ ଅନ୍ତର୍ଗତ ରୋଞ୍ଜଡା ଗାଁର ଏକ ସାଧାରଣ ପୃଷ୍ଠଭୂମିରୁ ଆସି, ଏହି ପ୍ରତିଷ୍ଠାନ ଦ୍ବାରା ପ୍ରଦାନ କରାଯାଇଥିବା ସୁଯୋଗଗୁଡ଼ିକ ମୋର କ୍ୟାରିୟର ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ଏକ ସଫଳତା ଯାହା ଥରେ ଚ୍ୟାଲେଞ୍ଜି ମନେ ହେଉଥିଲା।
