Kiit Nahani Pari regional auditions concluded in Bhubaneswar

Kiit Nahani Pari regional auditions concluded in Bhubaneswar

Kiit Nahani Pari regional auditions concluded in Bhubaneswar

ଚଳିତ ବର୍ଷ କିଟ୍‍ ନହ୍ନିପରୀ ରୌପ୍ୟ ଜୟନ୍ତୀ

ଭୁବନେଶ୍ୱରରେ କିଟ୍ ନହ୍ନିପରୀ ଆଞ୍ଚଳିକ ଅଡିସନ ଶେଷ

ଡିସେମ୍ବରରେ ହେବ ଗ୍ରାଣ୍ଡ ଫିନାଲେ

ପୁରସ୍କାର ରାଶି ୫୬ ଲକ୍ଷକୁ ବୃଦ୍ଧି

ଭୁବନେଶ୍ୱର, ୨ ।୧୧: କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆର ୨୫ତମ ସଂସ୍କରଣ ପାଇଁ ଆଞ୍ଚଳିକ ଅଡିସନ୍ ରବିବାର ଭୁବନେଶ୍ୱରଠାରେ ଶେଷ ହୋଇଛି। କିଟ୍ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ଅଡ଼ିସନ୍‌ରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୧୩ ରୁ ୧୫ବର୍ଷ ବୟସର ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଡିସେମ୍ବର ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଏହାର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ। ଆଜି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ବିଚାରକ ଭାବେ ଓଲିଉଡ୍‍ ତାରକା ପୁନମ ମିଶ୍ର ଓ ସୂର୍ଯ୍ୟମୟୀ ମହାପାତ୍ର, ଲେଭେଲ୍‍ ରୋସନର ମୁଖ୍ୟ ରୋଷନ ସାହୁ, ବିଶିଷ୍ଟ ଫଟୋଗ୍ରାଫର ଅଖିଳ ରଞ୍ଜନ, ଡ. ତ୍ରିପୁରା ମିଶ୍ର ଓ ବାଉରୀ ରାଉଳ ପ୍ରମୁଖ ଯୋଗ ଦେଇଥିବା ବେଳେ କୋର କମିଟି ସଦସ୍ୟ ମଳୟ ମହାପାତ୍ର ଓ ଡ. ଶ୍ରଦ୍ଧାଞ୍ଜଳି ନାୟକ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, କିଟ୍ ନହ୍ନିପରୀ ବିଜେତାମାନଙ୍କ ପାଇଁ ମୋଟ ୫୬ ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଛି। ନହ୍ନି ପରୀ ଟାଇଟଲ୍ ବିଜେତାଙ୍କୁ ନଗଦ ୧୦ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଆକାରରେ ପ୍ରଦାନ କରାଯିବାକୁ ଥିବା ବେଳେ ସେ କିଟ୍‌ରେ ପାଠ ପଢ଼ିଲେ ତାଙ୍କର ଶହେ ପ୍ରତିଶତ ଫି' ଛାଡ଼ ଅର୍ଥାତ୍ ସର୍ବାଧିକ ୧୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି ଛାଡ଼ ହେବ। ପ୍ରଥମ ରନର୍ସ ଅପ୍‌ଙ୍କୁ ନଗଦ ୫ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବା ସହ ଏବଂ ସେ କିଟ୍‌ରେ ପାଠ ପଢିଲେ ସର୍ବାଧିକ ୯ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି' ଛାଡ଼ କରାଯିବ। ଦ୍ୱିତୀୟ ରନର୍ସ ଅପ୍ ପାଇଁ ୩ଲକ୍ଷ ଟଙ୍କା ନଗଦ ଅର୍ଥରାଶି ସହ ସର୍ବାଧିକ ୯ଲକ୍ଷ ଟଙ୍କା ପର୍ଯ୍ୟନ୍ତ, ପୁରସ୍କାର ପ୍ରଦାନ କରାଯିବ।

ସେହିପରି ପ୍ରତିଯୋଗିତାର ମିସ୍ ରାପୁଞ୍ଜେଲ୍‌, ମିସ୍ ଫଟୋଜେନିକ୍‌, ମିସ୍ ସେଲ୍‌ଫି (ଫେସ୍‌ବୁକ୍‌ରେ ସର୍ବାଧିକ ଲାଇକ୍‌), ମିସ୍ ଫେସନ୍ ଗାର୍ଲ, ମିସ୍ ୱିଜ୍‍ କିଡ଼୍‌, ମିସ୍ ସିଣ୍ଡେଲା, ମିସ୍ ଉର୍ବଶୀ, ମିସ୍ କ୍ୟାଟ୍‌ୱାକ୍‌, ମିସ୍ ମୋନାଲିସା ଏବଂ ମିସ୍ ଆକ୍‌ଟିଭ୍ ଆଦି ବିଭିନ୍ନ ବର୍ଗରେ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଥିବା ପ୍ରତିଯୋଗୀଙ୍କ ପାଇଁ ପ୍ରତ୍ୟେକଙ୍କୁ ୨୦ ହଜାର ଟଙ୍କାର ଅର୍ଥିକ ପୁରସ୍କାର ବ୍ୟବସ୍ଥା ରହିଛି ୨୦୦୧ ମସିହାରେ କେନ୍ଦୁଝରରୁ ଆରମ୍ଭ ହୋଇଥିବା କିଟ୍ ନହ୍ନିପରୀ ପ୍ରତିଯୋଗିତା ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପୃଷ୍ଠପୋଷକତା ଓ ପରାର୍ମଶ କ୍ରମେ ଏବେ ସମଗ୍ର ଦେଶରେ ବେଶ୍ ପ୍ରସିଦ୍ଧି ଲାଭ କରିଛି

This year marks the silver jubilee of Kiit Nahanipari.

Kiit Nahani Pari regional auditions concluded in Bhubaneswar

The grand finale will be held in December.

Prize money increased to 5.6 lakhs

Bhubaneswar , 2.11: The regional auditions for the 25th edition of Kiit Nahani Pari Little Miss India concluded in Bhubaneswar on Sunday. Many contestants aged 13 to 15 from different parts of Odisha participated in the auditions held at the KIiT premises. Its grand finale will be held in Bhubaneswar from December 21 to 23. Kit and Kiss founder Achyut Samant was present at the event today and encouraged the contestants. Hollywood stars Poonam Mishra and Suryamayee Mohapatra were the judges , Level Roshan Sahu, head of Roshan Sahu , eminent photographers Akhil Ranjan , Dr. Tripura Mishra and Bauri Rawal were present while core committee members Malay Mohapatra and Dr. Shraddhanjali Nayak were present.

It is worth noting that a total of Rs 56 lakh has been reserved for the winners of the Kit Nahani Pari. The winner of the Nahani Pari title will be given a cash prize of Rs 10 lakh, while if he studies in Kiit, his fee will be waived 100 percent, i.e. up to a maximum of Rs 18 lakh. The first runner-up will be given a cash prize of Rs 5 lakh, and if he studies in Kiit, his fee will be waived up to a maximum of Rs 9 lakh . The second runner-up will be given a cash prize of Rs 3 lakh , up to a maximum of Rs 9 lakh .

Similarly, there is a cash prize of Rs 20,000 each for the contestants who have excelled in various categories of the competition like Miss Rapunzel , Miss Photogenic , Miss Selfie (Most Likes on Facebook) , Miss Fashion Girl , Miss Wiz Kiid , Miss Cinderella, Miss Urvashi , Miss Catwalk , Miss Monalisa and Miss Active . The Kiit Nahanipari competition, which started in Keonjhar in 2001, has now gained popularity across the country with the support and guidance of renowned educationist and social worker and founder of Kiit and Kiss, Achyut Samanta .