ପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ଏଡ଼ିୟୁ ଗୋଦାରର ନାଟକୀୟ ମୁକ୍ତିଲାଭ : ଓମଟିଭି

ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ଭୁବନେଶ୍ବର ଏବଂ କଟକ ସହରର ବିଭିନ୍ନ ମଲ୍ଟି ସ୍କୁଲ ଓ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଥିବା ବହୁ ଚର୍ଚ୍ଚିତ ଫିଚର ଚଳଚ୍ଚିତ୍ର ଅଭିୟୁ ଗୋଦାର ପାଇଁ ଭୁବନେଶ୍ବର ସ୍ଥିତ ଚଳଚ୍ଚିତ୍ର ନିର୍ମାତା ସଂସ୍ଥା ସୃଷ୍ଟିକ ଆର୍ଟହାଉସ୍ ପକ୍ଷରୁ ଆଜି ସ୍ଥାନୀୟ ପ୍ରେସ୍ କ୍ଲବ୍ ଆନୁକୁଲ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଓଡ଼ିଶାରେ ମୁକ୍ତିଲାଭ କରିବାର ପରବର୍ତ୍ତୀ

ପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ଏଡ଼ିୟୁ ଗୋଦାରର ନାଟକୀୟ ମୁକ୍ତିଲାଭ : ଓମଟିଭି

ପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ଏଡ଼ିୟୁ ଗୋଦାରର ନାଟକୀୟ ମୁକ୍ତିଲାଭ : ଓମଟିଭି


ଭୁବନେଶ୍ୱର, ୨୪ ଅଗଷ୍ଟ ୨୦୨୨(ରିପୋର୍ଟ : ସ୍ମୃତି ରଂଜନ ଦାସ) : ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ଭୁବନେଶ୍ବର ଏବଂ କଟକ ସହରର ବିଭିନ୍ନ ମଲ୍ଟି ସ୍କୁଲ ଓ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଥିବା ବହୁ ଚର୍ଚ୍ଚିତ ଫିଚର ଚଳଚ୍ଚିତ୍ର ଅଭିୟୁ ଗୋଦାର ପାଇଁ ଭୁବନେଶ୍ବର ସ୍ଥିତ ଚଳଚ୍ଚିତ୍ର ନିର୍ମାତା ସଂସ୍ଥା ସୃଷ୍ଟିକ ଆର୍ଟହାଉସ୍ ପକ୍ଷରୁ ଆଜି ସ୍ଥାନୀୟ ପ୍ରେସ୍ କ୍ଲବ୍ ଆନୁକୁଲ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଓଡ଼ିଶାରେ ମୁକ୍ତିଲାଭ କରିବାର ପରବର୍ତ୍ତୀ ସପ୍ତାହରେ ଏହି ଚଳଚ୍ଚିତ୍ରଟି କୋଲକାତା ଏବଂ ମୁମ୍ବାଇ ସର୍କଲରେ ମୁକ୍ତିଲାଭ କରିବ । ଏତଦ୍‌ବ୍ୟତୀତ, ଏହି ଚଳଚ୍ଚିତ୍ରଟି ଇଣ୍ଡନର ସୀମିତ ସ୍ଥାନରେ ମୁକ୍ତିଲାଭ କରିବା ସହିତ ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡ଼ାରେ ମଧ୍ୟ ଏହା ଆଭାସୀ ମାଧ୍ୟମରେ ମୁକ୍ତିଲାଭ କରିବ । ପ୍ରଖ୍ୟାତ ଅଭିନେତ୍ରୀ ଅନୁ ଚୌଧୁରୀ, ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଅମଧ୍ୟ ଭଟ୍ଟାଚାର୍ଯ୍ୟ, ପ୍ରଖ୍ୟାତ ଅଭିନେତା ଚୌଧୁରୀ ବିକାଶ ଦାସ ଏବଂ ପ୍ରଯୋଜକ ସ୍ଵସ୍ତିକ ଚୌଧୁରୀ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ ସମ୍ବୋଧୃତ କରିଥିଲେ । ଏହି ଅବସରରେ ଅଭିନେତ୍ରୀ ଅନୁ ଚୌଧୁରୀ କହିଥିଲେ, “ଦର୍ଶକଙ୍କ ପସନ୍ଦ ମୁତାବକ ଓଡ଼ିଆ ସିନେମାରେ ଅତି ଉଚ୍ଚକୋଟୀର ବିଷୟବସ୍ତୁ ସୃଷ୍ଟି ହେବା ଜରୁରୀ ଅଟେ । ଏହି ଚଳଚ୍ଚିତ୍ରର ନାଟକୀୟ ଯାତ୍ରାକୁ ଉପସ୍ଥାପିତ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ମୋର ଆଶା ଦେଶର କୋଣ ଅନୁକୋଣରେ ଥିବା ପ୍ରତିଟି ଓଡ଼ିଆ ଦର୍ଶକ ଏହି ଚଳଚ୍ଚିତ୍ରକୁ ଦେଖୁବେ ଏବଂ ଏହାକୁ ପ୍ରଚୁର ଭଲ ପାଇବା ଦେବେ । ଏହିପରି ଏକ ସହଭାଗୀତାରେ ଅନୁବନ୍ଧିତ ହୋଇଥିବାରୁ ମୁଁ ନିଜକୁ ଗର୍ବିତ ମନେକରେ ।” ସାମ୍ବାଦିକମାନଙ୍କୁ ସମ୍ବୋଧୂତ କରିବା ଅବସରରେ ଅମତ୍ତ ଭଟ୍ଟାଚାର୍ଯ୍ୟ କହିଥିଲେ, “ ଏହି ସିନେମା ଅର୍ନ୍ତଜାତୀୟ ସ୍ତରରେ ସ୍ବୀକୃତି ହାସଲ କରିବା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଅଟେ । ହେଲେ ପୁରସ୍କାର ଏବଂ ସମ୍ମାନଠାରୁ ଆହୁରି ଖୁସି ଅନୁଭୂତ ହୁଏ ନିଜ ରାଜ୍ୟର ଲୋକମାନଙ୍କ ପାଖକୁ ଏହା ଆଣିପାରିବା ।