ଖରାଦିନେ ପଶୁପକ୍ଷୀଙ୍କ ସେବାରେସ ମାଜସେବୀ ପ୍ରତାପ ସାହୁ: Ommtv
ଖରାଦିନେ ପଶୁପକ୍ଷୀଙ୍କ ସେବାରେସ ମାଜସେବୀ ପ୍ରତାପ ସାହୁ: Ommtv

ଖରାଦିନେ ପଶୁପକ୍ଷୀଙ୍କ ସେବାରେସ ମାଜସେବୀ ପ୍ରତାପ ସାହୁ: Ommtv
ଭୁବନେଶ୍ୱର, ୯.୪. : ସାରା ବିଶ୍ବରେ ଜଳବାୟୁ ପରିବର୍ତ୍ତନ ଫଳରେ ତାପମାତ୍ରା ଏତେ ମାତ୍ରାରେ ବୃଦ୍ଧି ପାଉଛି ଯେ, ମଣିଷ କ’ଣ
ପଶୁପକ୍ଷୀ ମଧ୍ଯ ଗ୍ରୀଷ୍ମପ୍ରବାହରେ ରକ୍ଷା ପାଇପାରୁ ନାହାଁନ୍ତି । ଆଜିର ଦୁନିଆରେ ସ୍ବାର୍ଥପର ମଣିଷମାନେ ନିଜର ସ୍ଵାର୍ଥ ପାଇଁ ଗଛସବୁ କାଟିଦେବା
ଫଳରେ ଶହ ଶହ ଗଛ ବଳି ପଡୁଛନ୍ତି | ଶିଳ୍ପ ପ୍ରତିଷ୍ଠା, କଳ କାରଖାନା ପ୍ରତିଷ୍ଠା ଓ ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ ପାଇଁ କେଉଁ ଅନାଦି କାଳରୁ
ରହିଆସିଥୁବା ବିରାଟକାୟ ଗଛସବୁକୁ କାଟି ଦିଆଯାଉଛି । ଫଳରେ ଜୈବ ବିବିଧତା ଧ୍ୱଂସାଭିମୁଖୀ । ଜଙ୍ଗଲ ଧ୍ଵଂସ ଫଳରେ ରାଜ୍ୟରେ ଦେଖା
ଦେଇଛି ଅନେକ ସମସ୍ୟା । ସୃଷ୍ଟି ହେଉଛି ବିଶ୍ଵତାପନ ଆଉ ବୃଦ୍ଧି ପାଉଛି ପୃଥିବୀର ତାପମାତ୍ରା । ଗ୍ଲୋବାଲ ୱାମିଂର ପ୍ରଭାବ ମଣିଷ ଓ
ପଶୁପକ୍ଷୀଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ଦେଖାଦେଇଛି ଭୂତଳ ଜଳସ୍ତର ହ୍ରାସ, ତାପମାତ୍ରା ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟମୁଖୀ
ସବୁଜିମା ଜୀବଜଗତକୁ ଠେଲି ଦେଇଛି ।
ସାଧାରଣତଃ ମାର୍ଚ୍ଚମାସ ଠାରୁ ସାରାଦେଶରେ ତାପମାତ୍ରା ସର୍ବନିମ୍ନ ୪୦ ଡିଗ୍ରୀରୁ ଆରମ୍ଭ ହୋଇ ୫୦ରୁ ୫୫ଡିଗ୍ରୀ ଅତିକ୍ରମ
କରିଥାଏ । ଫଳରେ ଅସହ୍ୟ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଧନୀଶ୍ରେଣୀର ଲୋକମାନେ ଶୀତତାପ ନିୟନ୍ତ୍ରିତ ଘରେ ରହୁଥିବା ବେଳେ
ମଧ୍ୟବିତ୍ତ ଓ ଗରିବଲୋକମାନେ ଯେନତେନ ପ୍ରକାରଣେ ଥଣ୍ଡାପାଣି ପିଇ ମୁଣ୍ଡ ଗୁଞ୍ଜି ରହିଯାଆନ୍ତି । କିନ୍ତୁ ପ୍ରକୃତି ସହିତ ତାଳ ଦେଇ ଜୀବନ
ଯାପନ କରୁଥିବା ପଶୁପକ୍ଷୀ, କୀଟପତଙ୍ଗମାନଙ୍କ କେହି ସାହା ଭରସା ନଥାନ୍ତି । ସେମାନେ ଡହ ଡହ ଖରାରେ ପାଣି ଟୋପେ ପିଇବା ପାଇଁ
ଡହଳ ବିକଳ ହେଉଥିବା ବେଳେ ଏହାକୁ ଦେଖି ପ୍ରତାପ ସାହୁ ପଶୁପକ୍ଷୀଙ୍କ ସେବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଶ୍ରୀଯୁକ୍ତ ସାହୁ ରାଜଧାନୀ
ଭୁବନେଶ୍ଵରର ଖଣ୍ଡଗିରି, ଧଉଳିଗିରି, ଡମପଡ଼ା, ନିଳାଦ୍ରୀ ବିହାର ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡ଼ିକରେ ପକ୍ଷୀମାନଙ୍କ ପାଇଁ ବଡ଼ ବଡ଼ ଗଛ
କୋରଡ଼ରେ ମାଟିପାତ୍ରରେ ପାଣି ରଖୁଥାନ୍ତି ଏବଂ ପଶୁମାନଙ୍କ ପାଇଁ ରାସ୍ତାକଡ଼ରେ ମଧ୍ଯ ପାଣିର ବ୍ୟବସ୍ଥା କରିଥାନ୍ତି । କେବଳ ରାଜଧାନୀ
ନୁହେଁ ଶ୍ରୀ ସାହୁଙ୍କ ନିଜ ଗାଁ କଟକ ଜିଲ୍ଲା ମଣିଜୋରିଠାରେ ବଡ଼ ବଡ଼ ବରଗଛଗୁଡ଼ିକରେ ପକ୍ଷୀମାନଙ୍କ ପାଇଁ ପାଣିର ବ୍ୟବସ୍ଥା କରିଥାନ୍ତି ।
ଏହାବ୍ୟତୀତ ଶ୍ରୀ ସାହୁ ପୁରୀ, କୋଣାର୍କ ଓ କେନ୍ଦ୍ରାପଡ଼ାରେ ମଧ୍ୟ ପଶୁପକ୍ଷୀଙ୍କ ପାଇଁ ପାଣିର ବ୍ୟବସ୍ଥା କରିବା ପାଇଁ ଲକ୍ଷ୍ୟ ରଖୁଛନ୍ତି |
ଏ ନେଇ ଶ୍ରୀଯୁକ୍ତ ସାହୁ କୁହନ୍ତି, ଯେ ଏହି ପାଣି ରଖୁବା ଫଳରେ କୁଣ୍ଡାଖୁଆ ଚଢେଇ, ବଣି, କାଉ, ପାରା, ଧବଧବଳିଆ, କାଠହଣା
ଚଢେଇ, ଗୁଣ୍ଡୁଚିମୂଷା, ଏଣ୍ଡୁଅ, ନେଉଳ ବିଭିନ୍ନ ପ୍ରକାର ପକ୍ଷୀ ଓ ସରୀସୃପ ପାଣି ପିଇବା ସହ ସୁଳ ଭାବରେ ବୁଲା ଗୋରୁଗାଈ, ବୁଲା ଷଣ୍ଢ,
ବୁଲା କୁକୁର, ଛେଳିମେଣ୍ଢା ଭଳି ପଶୁମାନେ ପାଣି ପିଇ ଥକ୍କା ମେଣ୍ଟାଇଥାନ୍ତି । ସେମାନେ ପାଣି ପିଇବା ଫଳରେ ମୋତେ ବହୁତ ଆନନ୍ଦ
ଲାଗିଥାଏ । ଖରାଦିନେ ପ୍ରାୟ ୫୦୦ ଜାଗାରେ ପଶୁପକ୍ଷୀଙ୍କ ପାଇଁ ପାଣି ରଖୁବାର ଯୋଜନା ଅଛି ଶ୍ରୀ ସାହୁ କୁହନ୍ତି । ସେ ଆହୁରି କହିଛନ୍ତି
ଯେ, ଅନେକ ସମୟରେ ଗଛରେ ଚଢିଲା ବେଳେ ତଳେ ପଡ଼ିଯିବା ସହ ମାଟିପାତ୍ର ଭାଙ୍ଗି ଯାଇଥାଏ । ହେଲେ ଏହାକୁ ଖାତିର ନକରି
ପୁନର୍ବାର ଗଛରେ ଚଢି ପାଣିର ବ୍ୟବସ୍ଥା କରିଥାନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି ।