ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ସରକାରୀ ବାସଭବନ ପ୍ରତିଷ୍ଠା ଅଲ୍ ଓଡିଶା ମିନିଟ୍ରକ ମାଲିକ ସଂଘ ପକ୍ଷରୁ ଅଭିନନ୍ଦନ: Ommtv
ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ସରକାରୀ ବାସଭବନ ପ୍ରତିଷ୍ଠା ଅଲ୍ ଓଡିଶା ମିନିଟ୍ରକ ମାଲିକ ସଂଘ ପକ୍ଷରୁ ଅଭିନନ୍ଦନ: Ommtv
ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ସରକାରୀ ବାସଭବନ ପ୍ରତିଷ୍ଠା
ଅଲ୍ ଓଡିଶା ମିନିଟ୍ରକ ମାଲିକ ସଂଘ ପକ୍ଷରୁ ଅଭିନନ୍ଦନ: Ommtv

ଭୁବନେଶ୍ବର : ରାଜ୍ୟ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନାଙ୍କର ଆଜି ନୂତନ ସରକାରୀ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି ମାଙ୍ଗଳିକ କାର୍ଯ୍ୟକ୍ରମରେ ଅଲ ଓଡିଶା ମିନିଟ୍ରକ ମାଲିକ ମହାସଂଘର କର୍ମକର୍ତା ମାନଙ୍କୁ ସାମିଲ ହେବାପାଇଁ ମାନନୀୟ ମନ୍ତ୍ରୀ ମହୋଦୟଙ୍କ ତରଫରୁ ନିମନ୍ତ୍ରଣ କରାଯାଇଥିଲା | ନିମନ୍ତ୍ରଣକୁ ସମ୍ମାନ ଜଣାଇ ମହାସଂଘର ସଭାପତି ବଳରାମ ମହାପାତ୍ର, ସମ୍ପାଦକ ରଂଜିତ କୁମାର ମିଶ୍ର, ସହ ସମ୍ପାଦକ ଶାନ୍ତନୁ କୁମାର ଚୌଧୁରୀ, ଯୁଗ୍ମ ସମ୍ପାଦକ -ରାଜୀବ ପରିଡା, ଉପସଭାପତି ଉମେଶ ଚନ୍ଦ୍ର ସାହୁ, କେଶବ ଚନ୍ଦ୍ର ସାହୁ, କାର୍ଯ୍ୟକାରୀ ସଭାପତି ବିରଞ୍ଚି କୁମାର ସାହୁ କୋଷାଦକ୍ଷ ରାକେଶ କୁମାର ସିନ୍ହା, ଏକଜିକ୍ୟୁଟିଭ ସଦସ୍ୟ ଅମରଜିତ ସ୍ୱାଇଁଙ୍କ ,ଅରୁଣ ଦାସ, ଭାସ୍କର ମହାରଣା, ମୁନୁ ନାଏକ, ଦିଲୀପ ମହାପାତ୍ର, ନିଶିକାନ୍ତ ସାମଲ, ଚନ୍ଦନ ପାତ୍ର ଓ ଜଗନ୍ନାଥ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇ ମନ୍ତ୍ରୀ ମହୋଦୟଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ମହାସଂଘର ସଦସ୍ୟମାନେ ଗାଡି ମାଲିକମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ସବୁ ସମସ୍ୟାର ସମାଧାନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।
