ପଢ଼ିବ ମଧୁରବାଣୀ.. ଦେହକୁ ନେବନି ଟାଣି, ଭୁବନେଶ୍ବର ପୁଲିସକୁ ଘାରିଛି ଶନି, ପାଳିପଡ଼ିଛି ହେବ ଖିନ୍‌ବିନି : Ommtv

ପଢ଼ିବ ମଧୁରବାଣୀ.. ଦେହକୁ ନେବନି ଟାଣି, ଭୁବନେଶ୍ବର ପୁଲିସକୁ ଘାରିଛି ଶନି, ପାଳିପଡ଼ିଛି ହେବ ଖିନ୍‌ବିନି : Ommtv

ପଢ଼ିବ ମଧୁରବାଣୀ.. ଦେହକୁ ନେବନି ଟାଣି, ଭୁବନେଶ୍ବର ପୁଲିସକୁ ଘାରିଛି ଶନି, ପାଳିପଡ଼ିଛି ହେବ ଖିନ୍‌ବିନି : Ommtv

ପଢ଼ିବ ମଧୁରବାଣୀ.. ଦେହକୁ ନେବନି ଟାଣି, ଭୁବନେଶ୍ବର ପୁଲିସକୁ ଘାରିଛି ଶନି, ପାଳିପଡ଼ିଛି ହେବ ଖିନ୍‌ବିନି : Ommtv

ଭୁବନେଶ୍ବର: (Ommtv.in) : ପୁଲିସ୍ ନିଯୁକ୍ତି ହୋଇଥାଏ ପ୍ରଥମେ ସାଧାରଣ ଲୋକଙ୍କ ସମସ୍ୟା ବୁଝିବା ପାଇଁ। ପରେ ସମାଜରେ ଶାନ୍ତି ଶୃଙ୍ଖଳା ଓ ତା’ପରେ ବଡ଼ବଡ଼ିଆ ନେତାମନ୍ତ୍ରୀଙ୍କ ସୁରକ୍ଷା ବିଷୟରେ ଚିନ୍ତାକରିବା ପାଇଁ। ମାତ୍ର ଏବେ କଥାଟା ପୁରା ଓଲଟା ହୋଇପଡ଼ିଛି । ରାଜ୍ୟସାରା କଥା ଲେଖିବାକୁ ସମୟ ନଥିବାରୁ ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପି ଫଳାଫଳ କହିଲା ଭଳି ବେଶିବାଟ ନଯାଇ ଭୁବନେଶ୍ବର ପୁଲିସ୍ କଥା ମଧୁରବାଣୀରେ ପଦେ ଲେଖୁଛି। କଥାରେ ଅଛି ‘ଚାକିରି କରିବ ପୁଲିସ୍ ଆଉ ମାଛ ଖାଇବ ଇଲିସି୍’। ଏଠି ଭୁବନେଶ୍ବର ମାଟିକୁ ଯେଉଁ ପୁଲିସ୍ ବାବୁ ଆସିଲେ ସିଏ ଥାନାରୁ ନିଜ ମାଛ ବେପାରଟା ଆପେ ପାଇଯାଉଛନ୍ତି। ସେଥିପାଇଁ ଖାଲି ଆବଶ୍ୟକରହିଛି ଅଭିଜ୍ଞତା। କେଉଁଠାରୁ କେତେ ମାସକୁ ଆସିବ ଥାନାର ଗୋଟିଏ ପିଆଦାକୁ ହାତ ମୁଠାରେ ରଖିଦେଲେ ବାବୁମାନେ ନାଲେନାଲ। ଏସବୁ କେବଳ ଥାନା ବାବୁମାନଙ୍କ ସ୍ଥରରେ ହୁଏ ନାହିଁ। ବଡ଼ବଡ଼ିଆ ଚୁଳରୁ ମୂଳ ପର୍ଯ୍ୟନ୍ତ ଏହି ଦିଆନିଆରେ ସାମିଲ। ଯେଉଁ ସବୁ ବିଷୟରେ ଡ଼ିପାଟମେଣ୍ଟର ପରିଚାଳକ ଅଧିକାରୀମାନେ ବେସ ଭଲଭାବରେ ଜାଣନ୍ତି। ମାତ୍ର କେହି କାହାର କିଛି କ୍ଷତି ନକରିଲା ଭଳି ‘ରାଧେ ରାଧେ ଆମର ଅଧେକୁ ତମର ଅଧେ’ ସ୍ଥିତିରେ ଚୁପ ରହିଯାଆନ୍ତି। ଶେଷରେ ‌ଦଶା ଭୋଗନ୍ତି ସାଧାରଣ ଜନତା। ‌ଏମିତି ପୁଲିସ୍ ବାବୁ ମାନଙ୍କର କୃତଗ୍ନତାର ଅନେକ ଉଦାହରଣ ପ୍ରତିଦିନ ଖବରକାଗଜରେ ପ୍ରକାଶ ପାଉଛି। କେଉଁଠି ବାବୁ ବାବୁଆଣିମାନେ ଲାଞ୍ଜ ନେଇ ଧରା ପଡ଼ିଲେଣି ତ ପୁଣି କେବେ କଳାକାରନାମାର ପର୍ଦାଫାସହୋଇ ଚାକିରିରୁ ବିଦା ହେଲେଣି। ମାମୁଁ ଯାହା ବାହାରକୁ ଦେଖାଯାଆନ୍ତି ତାହା ଉପରକୁ ନୁହେଁ। ନିକଟର ସତେଜ ଉଦାହରଣ ଭରତପୁର ଥାନା ଆଇଆଇସି ଅର୍ଜିଥିବା ଉପହାର। ତା’ କଲାକର୍ମର ଫଳ ନିଶ୍ଚିନ୍ତ। ବିଲଡ଼ର, ପାର୍କିଂ, ଜବରଦଖଲକାରୀ, ଜମିମାଫିଆ, ଠିକାଦାର ଓ ଜମାଦାରମାନଙ୍କଠାରୁ ଯେତିକି ପାଇଥିଲେ ସେସବୁର ଭିଡ଼ିଓ ଏବେ ଭାଇରାଲ ହେଉଛି। ହେଲେ ତା’ପୂର୍ବରୁ ମହାପ୍ରଭୂ ସୁଧ ସହିତ ମୂଳଦେଇ ବମ୍ପର ଅଫରଦେଇଦେଲେ। ସେନା ବାନ୍ଧବି ନିର୍ଯ୍ୟାତନା ଘଟଣାରେ କେତେ ସତ ଥାଉ କି ନଥାଉ କିନ୍ତୁ ଆଇଆଇସି ବାବୁ ଜମାରୁ ଭଲ ଲୋକ ନୁହଁନ୍ତି ବୋଲି ଆଖପାଖ ଲୋକ କହୁଛନ୍ତି। ଏମିତି ସ୍ଥିତିରେ କେବଳ ଡ଼ିପାର୍ଟମେଣ୍ଟ ଲୋକ ବ୍ୟତିତ ଆଉ କେହି କୁମ୍ଭୀର କାନ୍ଦଣା କାନ୍ଦୁ ନାହାଁନ୍ତି। ଭିତିରିଆ କିଛି ଅଧିକାରୀ କହୁଛନ୍ତି ଯାହାହୋଇଛି ଭଲ ହୋଇଛି। ଶଳାକୁ ପାନେ ଦରକାରଥିଲା। ଏକାବେଳେ ସବୁଖାଇଦେବ ବୋଲି ଭାବୁଥିଲା। ମାତ୍ର ଏହି ଘଟଣାପରେ ଭୁବନେଶ୍ବର ପୁଲିସ୍ ରାଜ୍ୟର ନାମକୁ ବଦନାମ କରିଦେଲା। ଜାତୀୟ ସ୍ଥରରେମଧ୍ୟ ଛି..ଛି ଲୋକକହିଲେ। କିଛି ଫୋନ୍ ଆମକୁ ବି ଆସିଲା। ହେଲେ ଆମେ କହିଲୁ ସେନା - ପୁଲିସ୍ କଳି ସେମାନେ ଜାଣିଥିବେ। ଆମେତ କେବେ ଦେଖିନାହୁଁ ସାଧାରଣଲୋକପାଇଁ ଏମିତି ପାଲା ହେବା। ଯି‌ଏ ଗିଳିଛି ସିଏ ହଗିବ। ଏଠି ଖସିଗଲେ ସେଠି ଭୋଗିବ। ଚକାଆଖି ‌ସବୁଦେଖୁଛି। ସେଥିପାଇଁ ପୁଲି୍ସବାଲାଙ୍କ ବର୍ତମାନ ଚିକଣ ଚାକଣ ହୋଇଥାଏ। ଚାକିରି ସରିଗଲେ ଗୋଡ଼ ଧରା ପରିସ୍ଥିତି ହୋଇଯାଏ। ସେତିକି ଯିଏ ବୁଝିପାରିଲା ସେ ଭଲ ମଣିଷ ହେଲା ନହେଲ ଗଲା। ଯେତେ ତଣ୍ଟିଚିପି କଳା ଧନ ଅର୍ଜିଲେ କଣ ହେବ ଦିନ ଆସିବ ସବୁ ସଫା ହୋଇଯିବ। ମଧୁରବାଣୀରେ ଏଥରକ ଏତିକି ଆଉ କିଛି ନୂଆ ପ୍ରସଙ୍ଗ ସହ ପୁଣି ଆସିବି ଆପଣଙ୍କ ‘ମଧୁ’।