ସମ୍ପାଦକୀୟ ମଧୁର ବାଣୀରେ ଏଥର ଅଣ ପୁରୁଷିଆଙ୍କ କଥା : ବିଦ୍ୟାଧର ବାରିକ (ମଧୁ) (ଓମଟିଭି)

ବେକାରୀ ଏତେ ପରିମାଣର ବଢ଼ିଯାଇଛି ଯେ, ରୋଜଗାର ପାଇଁ ମଣିଷ ଏତେ ତଳକୁ ଖସିଗଲାଣି ତାହାର ସିମା ନାହିଁ। କିଏ ନିଜକୁ ସବୁଠାରୁ ନିମ୍ନ କାମ କରିବାପାଇଁ ମଧ୍ୟ ଲଜ୍ୟା କରୁନାହିଁ। ଭଲକଥା ।

ସମ୍ପାଦକୀୟ ମଧୁର ବାଣୀରେ ଏଥର ଅଣ ପୁରୁଷିଆଙ୍କ କଥା : ବିଦ୍ୟାଧର ବାରିକ (ମଧୁ) (ଓମଟିଭି)

ସମ୍ପାଦକୀୟ ମଧୁର ବାଣୀରେ ଏଥର ଅଣ ପୁରୁଷିଆଙ୍କ କଥା : ବିଦ୍ୟାଧର ବାରିକ (ମଧୁ)

(ଓମ): ବେକାରୀ ଏତେ ପରିମାଣର ବଢ଼ିଯାଇଛି ଯେ, ରୋଜଗାର ପାଇଁ ମଣିଷ ଏତେ ତଳକୁ ଖସିଗଲାଣି ତାହାର ସିମା ନାହିଁ। କିଏ ନିଜକୁ ସବୁଠାରୁ ନିମ୍ନ କାମ କରିବାପାଇଁ ମଧ୍ୟ ଲଜ୍ୟା କରୁନାହିଁ। ଭଲକଥା । ଆମର କଥାରେ ଅଛି ପେଟ ପୋସ ନାହିଁ ଦୋଷ। କାମ ଛୋଟ ହେଉ କିମ୍ବା ବଡ଼। ଭଲ ଦୁଇ ପଇସା ‌ଆସିବାଟା ସବୁବେଳେ ପାଇଁ ଭଲକଥା। ହେଲେ ରୋଜଗାର ପାଇଁ ନିଜକୁ ଅଣ ପୁରୁଷିଆ କରିଦେବା କେତେ ଯୁକ୍ତିଯୁକ୍ତ ତାହାର ବିଚାର କରନ୍ତୁ ଆପଣ। ପରସ୍ପରକୁ କାଦୁଅ ଛଟା ଛଟି ହେବା ଫଳରେ ସବୁକିଛି ଅସଲ କଥା ପଦାକୁ ପଳାଇଆସେ। ଠିକ୍ ସେମିତି ଘଟିଛି ରାଜଧାନୀରେ। ରାଜଧାନୀରେ ରହି ପେଟ ପୋସୁଥିବା ଓ ନିଜକୁ କିନ୍ନର ବୋଲି କହିହେଉଥିବା କିଛି କିନ୍ନର ଏବେ ଛକାପଞ୍ଚାରେ। ସେମାନେ ପୁରୁଷ ନା କିନ୍ନର ତାହାନେଇ ଜନତା ଏବେ ଚିନ୍ତାରେ। ଭିକାରିଙ୍କିକ ଟଙ୍କାଏ‌ ଦେଉନଥିବା ଲୋକ ରାସ୍ତା ଉପରେ କିନ୍ନର ଦେଖିଲେ ୧୦ ଟଙ୍କିଆ ବାହାର କରି ଆର୍ଶିବାଦ ନେଇଥାଏ। ହେଲେ ଏବେ ଜଣାପଡ଼ିଲାଣି କୁଆଡ଼େ ଓଡ଼ିଶାରେ କିନ୍ନର ହେବାପାଇଁ ପୁରୁଷ ମାନେ ଦିଲି ମୁମ୍ବାଇ ଯାଇ ତଳ ଉପର ଅପୋରେସନ୍ କରାଇ କିନ୍ନର ହୋଇଯାଉଛନ୍ତି। ବାଃ ତାପରେ ଦିନରେ ବସନ୍ତ ରାତିରେ ବାସନ୍ତି। ଏକଥା ଆମେ କହୁନୁ। ଖୋଦ ରାଜରାସ୍ତାରେ କିଛି କିନ୍ନର ସେମାନଙ୍କ ମୁଖିଆଙ୍କ ବିରୋଧର ଏପରି ବିରୋଧର ସ୍ବର ଉଠାଇଛନ୍ତି। ଅଭିଯୋଗ ଅନୁଯାୟୀ ସେମାନେ କିନ୍ନର ନୁହଁନ୍ତି। ସେମାନେ ବିବାହିତ ପକ୍କା ପୁରଷ। ସ୍ତ୍ରୀ ହାତ ଧରି ବାହା ହୋଇଛନ୍ତି ଛୁଆ ବି କରିଛନ୍ତି। ତା’ପରେ ସାମାଜିକ ସାଧାରଣ ରିତି ନିତିରୁ କୌଣସି ସୁବିଧା ସୁଯୋଗ ନପାଇ ଡ଼ାକ୍ତରି ସହଯୋଗରେ ନିଜକୁ କିନ୍ନର ସଜାଇ ସରକାରଠାରୁ ବେସରକାର ପର୍ଯ୍ୟନ୍ତ ସବୁଠାରୁ ସୁବିଧା ସୁଯୋଗ ପାଇ ଚାଲିଛନ୍ତି। ଏମିତି ହେଲେ ଅନେକ ବେରୋଜଗାର ବେକାର ଯୁବକ ନିଜକୁ କିନ୍ନର ସଜାଇବା ପାଇଁ ପ୍ରସ୍ତୁତ ଅଛନ୍ତି। ଏମାନଙ୍କ ମୁଖିଆଗିରି ଆଗରେ ପ୍ରକୃତ ଭଗବାନଙ୍କ ଅଧାଗଢ଼ା କିନ୍ନର ସାମାଜିକ ସୁବିଧା ସୁଯୋଗ ପାଇବାଠାରୁ ବଞ୍ଚିତ ହୋଇଛନ୍ତି। ଅନ୍ୟ ପକ୍ଷରେ ଯେଉଁମାନଙ୍କ ନାମରେ ଅଭିଯୋଗ ଆସୁଛି। ସେ ରାଜନିତିଆ ଓ ପୁଞ୍ଚିପତିଙ୍କ ବଳରେ ଅସଲି ମାନଙ୍କଉପରେ ନିଜର ନକଲି ‌ତାତି ଦେଖାଇ ପାଟି ଚୁପ୍ କରିଦେବାକୁ ଚେଷ୍ଟା ଚଲାଇଛନ୍ତି। ଯାହାହେଉ ପୁରୁଷ କି ନାରୀ ହୋଇ ଯାହା କରି ପାରିଲନି ରେଡ଼ିମେଡ଼ କିନ୍ନର ହୋଇ ତାହା କରାଇଦେଉଛ। ମା’ହୋଇ ଭଲ ରାଜନୀତି କରୁଛ। ହେଲେ ତମ କରତୁତପାଇଁ ପରେ ରହିବ ମଧୁର ବାଣୀ ଦେହକୁ ନେବନି ଜମାରୁ ଟାଣି। ଜୟ ଜଗନ୍ନାଥ।