Sabadhan Votar Madhura Bani : Ommtv
Madhura Bani
ନିର୍ବାଚନ ୨୦୨୪ ବିଗୁଲ ବାଜିବା ପୂର୍ବରୁ ସାବଧାନ : ମଧୁରବାଣୀ
ଭୁବନେଶ୍ୱର, ୧୭/୯(ଓମ): ପାଖେଇ ଆସୁଛି ନିର୍ବାଚନ । ୨୦୨୪ ରେ ଲଢ଼େଇ ହେବ ଜୋରଦାର । ନେତାଏ ପଗଡ଼ି ପିନ୍ଧିବାକୁ ଅଣ୍ଟା କସିଲେଣି । ଏହା ପୂର୍ବରୁ ଶାସନ
ଗାଦିରେଥିବା ଅଫିସରଠାରୁ ନେତା ସମସ୍ତେ ବିରୋଧୀ ମୁହଁକୁ ବନ୍ଦ କରିବାପାଇଁ କଳ ବଳ କୌଶଳ ଲଗେଇ କିଛିବି କରିବାପାଇଁ ପ୍ରସ୍ତୁତ । ବିରୋଧରେ ଯିଏ ମୁହଁ ଖୋଲିଲା
ସିଏ ସଫା । ପରିସ୍ଥିତି ଏପରି ହୋଇଛି ଯେ ସାଧାରଣ ଲୋକ କହିଲେଣି ଓଡ଼ିଶାରେ ଚାଲିଛି ତାମିଲି ଶାସନ । ଅଫିସର ରାଜକୁ ବିରୋଧ କରିବାପାଇଁ ଦଳ
ଭିତରେ କାଦୁଅ ଛଟାଛଟି ଆରମ୍ଭ ହୋଇଯାଇଛି । ହେଲେ କେହି କାଦୁଅ ପରିସ୍କାର ପାଇଁ ଆଗଭର ନୁହଁନ୍ତି । କିଛି ଚାଟୁକାର ରାଧେ ରାଧେ ତମର ଅଧେକୁ
ଆମର ଅଧେ ନିତି ଆପଣାଇ ହରିବୋଲ ପକେଇବାକୁ ଅନେଇ ବସିଛନ୍ତି । ରାଜ୍ୟବାସୀ କଥା ଯାହାହେଉ ଯେନେ
ତେନେ ଆମ ଗାଦି ସୁରକ୍ଷିତ ରହୁ ବୋଲି ଏକ ମନ୍ତ୍ର ଯପିବା ଆରମ୍ଭ କରିଛନ୍ତି ପାୱାର ଲେସ୍ ନେତା । ମୁଖିଆ ସବୁ
ଜାଣି ଅଜଣାହୋଇ ଆପଣମାନେ ଖୁସିତ ଜପ କରୁଛନ୍ତି । ଏଠି ରାଜନୀତିର ହରଡ଼ଘଣାରେ କେବଳ ପେସି ହୋଇ
ଯାଉଛନ୍ତି ଜନତା । ନା ଏକୂଳର ନା ସେକୂଳର ହୋଇପାରୁଛନ୍ତି କୁଜିନେତା । ଧୁମା ପ୍ରତିଶୃତିରେ ଯୋଜନା ଉପରେ
ଯୋଜନା ଚାଲିଛି । ଉପକୃତ ହେଉଛି କିଏ ତାହା ନା ହେଉଛି ସମୀକ୍ଷା, ନା ହେଉଛି ତଦନ୍ତ । ତେଲିଆ ମୁଣ୍ଡରେ ତେଲ
ଭଳି ପରିସ୍ଥିତିରେ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି । ବିରୋଧୀ ବିରୋଧକରିବାର ଅଭିନୟ ଜନତା ଠିକ୍ ବୁଝି
ପାରୁଛନ୍ତି । ହେଲେ କରିବେ କଣ । ସେଥିପାଇଁ ଜନତା ବର୍ତମାନ ନିଜ ଭୋଟ ଦାନ କ୍ଷମତାକୁ ଆପଣାଇ ଉଚିତ
ନିଷ୍ପତି ନେବେବୋଲି ନିଷ୍ପତି କରିଛନ୍ତି । ଦଳ ବଳ ନିର୍ବିଶେଷରେ ଭଲ ଲୋକ ପ୍ରତିନିଧିଙ୍କୁ ଚୟନକରିବାପାଇଁ ସାଧାରଣ ଲୋକ ଇଛା କରିଥିବା ବେଳେ ମୁଖିଆ ଯଦି ସବୁ
ପୁରୁଣା ଓ ନେତା ବଂଶଧରଙ୍କୁ ନହଟାଇବେ ଏଥର ଓଡ଼ିଶା ରାଜନୀତି ଅଙ୍କ ଟଳମଳ ହୋଇପାରେ ବୋଲି ଆଶଙ୍କା ରହିଛି । ସେଥିପାଇଁ ମୁଖିଆ ହୁଅନ୍ତୁ କିମ୍ବା ମୁଖିଆଙ୍କ ପାଖ
ଲୋକ ୨୦ ଡ଼ଙ୍ଗା ପାରହେବାପାଇଁ ବେଳହୁଁ ସାବଧାନ ହେବା ନିହାରି ଆବଶ୍ୟକ ରହିଛି । ଅନ୍ୟପକ୍ଷରେ ଜନତା ନିଜେ ନିଜ ବିବେକକୁ ପଚାରି ଯଦି ଉଚିତ ଦଳ ଓ ଉଚିତ
ନେତାକୁ ନିଜର ବହୁମୁଲ୍ୟ ମତଦାନ ନଦିଅନ୍ତି ତେବେ ଭୁକମାରି ଓ ଅଭାବି ପରିସ୍ଥିତି ୨୦୨୪ ପରେ ମାଡ଼ିଆସିବ । ଯାହାକୁ ନିୟନ୍ତ୍ରଣ କରିବା କାଠିକର ପାଠ ହୋଇପଡ଼ିବ ।