ପଲ୍ଲି ଉନ୍ନୟନ ସେବା ସମିତିରେ ‘ମଧୁରବାଣୀ’ କାର୍ଯ୍ୟକ୍ରମର ଶୁଭାରମ୍ଭ : Ommtv

Madhurabani

ପଲ୍ଲି ଉନ୍ନୟନ ସେବା ସମିତିରେ ‘ମଧୁରବାଣୀ’ କାର୍ଯ୍ୟକ୍ରମର ଶୁଭାରମ୍ଭ : Ommtv

ପଲ୍ଲି ଉନ୍ନୟନ ସେବା ସମିତିରେ ‘ମଧୁରବାଣୀ’ କାର୍ଯ୍ୟକ୍ରମର ଶୁଭାରମ୍ଭ : Ommtv

 : ବିଏମସି ୱାର୍ଡ଼ ନମ୍ବର ୪ ନହରକଣ୍ଟା ସ୍ଥିତ ପଲ୍ଲି ଉନ୍ନୟନ ସେବା ସମିତି (ପିୟୁସିସି) ଶିକ୍ଷାନୁଷ୍ଠାନରେ ଆଜି ଅନୁଷ୍ଠିତ ହୋଇଯାଇଛି ‘ମଧୁରବାଣୀ’ କାର୍ଯ୍ୟକ୍ରମର ଶୁଭାରମ୍ଭ। ଏହି ଅବସରରେ ଶିକ୍ଷାନୁଷ୍ଠାନର ପ୍ରାର୍ଥନାସଭା ଗୃହରେ ଅଢ଼େଇ ଶହ ଛାତ୍ରୀ ଗୋଟିଏ ସ୍ଥାନରେ ଏକାଠି ‌ହୋଇ ମୋଟିଭେଟର ବିଦ୍ୟାଧର ବାରିକଙ୍କ ମୋଟିଭେସନାଲ୍ କାର୍ଯ୍ୟକ୍ରମ ‘ମଧୁରବାଣୀ’କୁ ଶୁଣିଥିଲେ। ଭଲମଣିଷ କିଭଳି ହେବା ବିଷୟ ନେଇ ଅନୁଷ୍ଠିତ ୱାନ୍ ଟୁ ୱାନ୍ କାର୍ଯ୍ୟକ୍ରମରେ ଛାତ୍ରୀମାନେ ବର୍ତ୍ତମାନ ସମୟରେ କିଭଳି ଜୀବନଶୈଳି ହେବା ଉଚିତ ତାହାନେଇ ଅନେକ ପ୍ରଶ୍ନ ପଚାରିଥିଲେ। ଯାହାର ଉତ୍ତରରେ ଶ୍ରୀ ବାରିକ ବିଭିନ୍ନ ପ୍ରକାର ଗପମାଧ୍ୟମରେ ଉଦାହରଣଦେଇ ପିଲାଙ୍କ ଉତ୍ତର ଦେଇଥିଲେ। କାର୍ଯ୍ୟକ୍ରମରେ ସମାଜସେବୀ ତଥା ଆଇନଜିବୀ ଜୋସ୍ନାମୟୀ ପରିଡ଼ା ମୁଖ୍ୟ ଅତିଥିଭାବେ ଯୋଗ‌ଦେଇ ପିଲାମାନଙ୍କୁ ଗୁରୁଭକ୍ତି ବିଷୟରେ ବୁଝାଇ‌ଥିଲେ। କିଟ୍ ଓ କିସ୍ ପ୍ରତିଷ୍ଠାତାଙ୍କ ମାନସ ଚିନ୍ତନ ଆର୍ଟଅଫ୍ ଗିଭିଂକୁ ମଧ୍ୟ ବିଦ୍ୟାଧର ବାରିକ ପିଲାମାନଙ୍କ ବୁଝାଇଥିଲେ। କିଟ୍ ଓ କିସ୍ ଅନୁ‌ଷ୍ଠାନ ବିଷୟରେ କିଛି କହିବା ସହ ସାମନ୍ତ ସାରଙ୍କ ଜୀବନୀ ବିଷୟରେ ସେ ଧାରଣାଦେଇଥିଲେ। ଶିକ୍ଷାବିତ ଲିନା ‌ମିଶ୍ର ସମ୍ମାନିତ ଅତିଥି, ନିଉ ଭୁବନେଶ୍ବର ପ୍ରେସ୍ କ୍ଲବ୍ ସଭାପତି ସ୍ମରଜିତ୍ ଆର୍ଯ୍ୟ, ଉପଦେଷ୍ଟା ରଶ୍ମିତା ଖଟୁଆ ଅନ୍ୟତମ ଅତିଥିଭାବେ କାର୍ଯ୍ୟକ୍ରମରେ ଯୋଗଦେଇଥି‌ଲେ। ଶିକ୍ଷାନୁଷ୍ଠାନର ସମ୍ପାଦିକ ସ୍ବାତୀ ସୁଚିସ୍ମିତା ପାତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରି ସଭାକାର୍ଯ୍ୟକୁ ପରିଚାଳନା କରିବା ସହିତ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସଭାଶେଷରେ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣକରିଥିଲେ। ଶେଷରେ ଅତିଥିମାନେ ପିଲାମାନଙ୍କୁ ମି‌ଠା ବଣ୍ଟନକରିଥିଲେ।  

The launch of the 'Madhurvani' program has been held today at the Pally Vibhagwa Seva Samiti (PUCC) Educational Institution in BMC Ward No. 4, Naharkanta. On this occasion, 500 students gathered in the prayer hall of the educational institution and listened to the motivational program 'Madhurvani' by Motivator Vidyadhaar Barik. In the one-to-one program on how to be a good person, the students asked many questions about how to live their lives nowadays. In response to which Mr. Barik made various speeches Social worker and lawyer Josnamayi Parida attended the program as the chief guest and explained to the children about Gurubhakti. Educationist Lina Mishra was the guest of honor, New Bhubaneswar Press Club President Smarjit Arya, Adviser Rashmita Khatua attended the program as one of the guests. The editor of the school, Swati Suchismita Pote introduced the guests and conducted the meeting and the principal of the school thanked all the guests at the end of the meeting. Finally, the guests distribute sweets to the children