ଶିଖରଚଣ୍ଡିରେ ହାତୀ ପଲ… ପାଣିଟାଙ୍କି, ଅଳିଆ କୁଣ୍ଡ ଭାଙ୍ଗିଲେ ହନୁମାନ ପାହାଡ଼ରେ ରହିଲେ : Ommtv

ଶିଖରଚଣ୍ଡିରେ ହାତୀ ପଲ… ପାଣିଟାଙ୍କି, ଅଳିଆ କୁଣ୍ଡ ଭାଙ୍ଗିଲେ ହନୁମାନ ପାହାଡ଼ରେ ରହିଲେ : Ommtv

ଶିଖରଚଣ୍ଡିରେ ହାତୀ ପଲ…  ପାଣିଟାଙ୍କି, ଅଳିଆ କୁଣ୍ଡ ଭାଙ୍ଗିଲେ ହନୁମାନ ପାହାଡ଼ରେ ରହିଲେ : Ommtv

ଶିଖରଚଣ୍ଡିରେ ହାତୀ ପଲ…

ପାଣିଟାଙ୍କି, ଅଳିଆ କୁଣ୍ଡ ଭାଙ୍ଗିଲେ ହନୁମାନ ପାହାଡ଼ରେ ରହିଲେ : Ommtv

ଚନ୍ଦ୍ରଶେଖରପୁର, ୮/୧୨ (Omm): ବର୍ତ୍ତମାନ ପିକ୍‌ନିକ୍‌ର ସମସୟ। ଯାହାନେଇ ଶିଖରଚଣ୍ଡିରେ ପ୍ରତିଦିନ ଭୋଜିପାଇଁ ଭିଡ଼ ଜମୁଛି। ଏଭଳି ସମୟରେ ଶିଖରଚଣ୍ଡି ମୁହାଁ ହୋଇଛନ୍ତି ୫ଜଣିଆ ହାତୀ ପଲ। ଚନ୍ଦକା ଡମପଡ଼ା ଅଭୟାରଣ୍ୟରୁ ଭରତପୁର ଜଙ୍ଗଲ ଦେଇ ଆସିଥିବା ଏହି ୪ଟି ମାଇ ହାତୀ ଓ ଗୋଟିଏ ଦନ୍ତା ହାତୀ ପ୍ରାୟ ତିନିଦିନ ହେଲା ଶିଖରଚଣ୍ଡି ଛାଡ଼ି କୁଆଡ଼େ ଯାଉନାହାଁନ୍ତି। ଶିଖରଚଣ୍ଡି ପାହାଡ଼ ନିକଟ ହନୁମାନ ପାହାଡ଼ରେ ବିଶାଳ ପାଣିଟାଙ୍କି କାର୍ଯ୍ୟହେଉଥିଲା ବ‌େଳେ ସେହି ପାହାଡ଼ର ବଡ଼ ଗଛଭିତରେ ହାତୀମାନେ ଦିନରେ ବିଶ୍ରାମ ନେଉଛନ୍ତି। ଅର୍ଥ ନିର୍ମିତ ଟାଙ୍କିରେ ଗଛିତଥିବା ପାଣିକୁ ପିଉଛନ୍ତି ଏବଂ ଗାଧୋଉଛନ୍ତି। ହାତୀ ପଲ ରାତୀରେ ଶିଖରଚଣ୍ଡି ପାହାଡ଼କୁ ଚାଲିଆସି ଉତ୍ପାତ ହେଉଥିବା ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ହାତୀମାନେ ଚାଲିଆସି ଗୋଟିଏ ପାଣିଟାଙ୍କି, ଅଳିଆ କୁଣ୍ଡ, ନିର୍ମାଣଧିନ କୋଠାକାର୍ଯ୍ୟ ସ୍ଲାପ୍ ଏବଂ ପାଚେରି ଭାଙ୍ଗିଦେଇଛନ୍ତି। ହାତୀ ପଲଙ୍କୁ ଦେଖି ସୁରକ୍ଷାକର୍ମିମାନେ ପ୍ରାଣବିକଳରେ ପାହାଡ଼ ଉପର ମନ୍ଦିର ନିକଟକୁ ଦୌଡ଼ି ପଳାଇବାରୁ ଅଳ୍ପକେ ବର୍ତିଯାଇଥିଲେ। ପ୍ରାୟ ସକାଳ ପର୍ଯ୍ୟନ୍ତ ହାତୀମାନେ ଶିଖରଚଣ୍ଡି ପାହାଡ଼ରେ ଉତ୍ପାତ କରୁଥିବାରୁ ସୁରକ୍ଷାକର୍ମୀମାନେ ପାହାଡ଼ତଳ ମୁଖ୍ୟ ଫାଟକକୁ ବନ୍ଦରଖି ପର୍ଯ୍ୟଟକମାନଙ୍କୁ ଉପରକୁ ଯିବାପାଇଁ ବାରଣକରିଥିଲେ। ଏହି ସମୟରେ ଗୋଟିଏ ସ୍ବତନ୍ତ୍ର ବନବିଭାଗ ଦଳ ଘଟଣାସ୍ଥଳରେ ପହଞ୍ଚି ହାତୀମାନଙ୍କୁ ଘଉଡ଼େଇବା କାର୍ଯ୍ୟକରିଥିଲା। ଯାହାଫଳରେ ହାତୀମାନେ ନିକଟ ହନୁମାନ ପାହାଡ଼କୁ ଚାଲିଯାଇ ଦିନ ତମାମ ସେଠାରେ ରହିଥିଲେ।

ସ୍ଥାନୀୟଲୋକ ଓ ପର୍ଯ୍ୟଟକ ଭୟଭୀତ, ହାତୀପାଇଁ ନିର୍ମାଣକାର୍ଯ୍ୟ ଧିମା…

ପଥରଗାଡ଼ିଆ, ଗଣେଶଘାଟ, କିସ୍ ରୋଡ଼, ଚୁନୁକୋଳି ବସ୍ତି ଏବଂ ମାଇଣ୍ଡ ଟ୍ରି ଆଖପାଖରେଥିବା କିଛି ଘରୋଇ ଅନୁଷ୍ଠାନର ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ହାତୀ ପଲ ରାତିରେ ସ୍ଥାନୀୟ ଅଞ୍ଚଳରେ ବୁଲାବୁଲି କରୁଥିବାରୁ ଲୋକମାନେ ସଂଧ୍ୟାହେଲେ ଘରୁ ବାହାରୁ ନାହାଁନ୍ତି। ବନବିଭାଗ ହାତୀମାନଙ୍କୁ ଭରତପୁର ଜଙ୍ଗଲ କିମ୍ବା ଚନ୍ଦକା ଡ଼ମପଡ଼ା ଅଭୟାରଣ୍ୟ ଦିଗକୁ ଘଉଡ଼ାଇବାରେ ବିଫଳ ହୋଇଥିବାରୁ ଲୋକମାନେ ବନବିଭାଗ ଉପରେ ଆଉ ଭରସାକରୁ ନାହାଁନ୍ତି। ଅନ୍ୟପକ୍ଷରେ ଭତରପୁର ଟ୍ରେଞ୍ଜ ପୋତି ହୋଇଯାଇଥିବାରୁ ହାତୀମା‌‌ନେ ନିର୍ଦୋନ୍ଦରେ ବାହାରକୁଆସି ଚଲାବୁଲା କରୁଛନ୍ତି ଏବଂ ଯିବାକୁ ମନପଳାଉ ନାହାଁନ୍ତି। ଅନ୍ୟପକ୍ଷରେ ଜଣେ ବନ କର୍ମଚାରୀଙ୍କ ସୂଚନା ଅନୁଯାୟୀ ପନିପରିବା ଚାଷ ଏବଂ ହାଣ୍ଡିଆ ବାସ୍ନା ସହିତ ଶିଖରଚଣ୍ଡିରେ ପିଇବା ପାଣି ହାତୀମାନଙ୍କୁ ସେହି ସ୍ଥାନ ଛାଡ଼ି ଯିବାପାଇଁ ଦେଉନାହିଁ। ଫଳରେ ହାତୀମାନେ ରାତିରେ ବୁଲାବୁଲିକରି ଦିନରେ ଶିଖରଚଣ୍ଡି ନିକଟ ମହାବୀର ପାହାଡ଼ରେ ରହିଯାଉଛନ୍ତି। ଯେଉଁ କାରଣପାଇଁ ସେଠାରେ ଚାଲିଥିବା ନିର୍ମାଣଧିନ ବିଶାଳ ପାଣିଟାଙ୍କି କାର୍ଯ୍ୟପାଇଁ ଶ୍ରମିକମାନେ ଭୟଭିତ ହୋଇ ଧିମାଗତିରେ କାମ କରୁଛନ୍ତି।