ସାଇବର ଠକେଇ ଉପରେ ସଚେତନତା କାର୍ଯ୍ୟକ୍ରମ ଚନ୍ଦ୍ରଶେଖରପୁର ବରିଷ୍ଠ ନାଗରିକ ସଂଘର ବୈଠକ : ଓମଟିଭି

ଚନ୍ଦ୍ରଶେଖରପୁର ଥାନା ଅର୍ନ୍ତଗତ ହାଉସିଂବୋର୍ଡ କଲୋନୀ ଠାରେ ଚନ୍ଦ୍ରଶେଖରପୁର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଏକ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସାଇବର ଠକେଇ ଉପରେ ସଚେତନତା କାର୍ଯ୍ୟକ୍ରମ ଚନ୍ଦ୍ରଶେଖରପୁର ବରିଷ୍ଠ ନାଗରିକ ସଂଘର ବୈଠକ : ଓମଟିଭି

ସାଇବର ଠକେଇ ଉପରେ ସଚେତନତା କାର୍ଯ୍ୟକ୍ରମ
ଚନ୍ଦ୍ରଶେଖରପୁର ବରିଷ୍ଠ ନାଗରିକ ସଂଘର ବୈଠକ : ଓମଟିଭି

(ରିପୋର୍ଟ : ସୁକାନ୍ତ ରାଉତ):  ଚନ୍ଦ୍ରଶେଖରପୁର ଥାନା ଅର୍ନ୍ତଗତ ହାଉସିଂବୋର୍ଡ କଲୋନୀ ଠାରେ
ଚନ୍ଦ୍ରଶେଖରପୁର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଏକ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ
ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ହାଡିବନ୍ଧୁ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ
ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜୋନ ଛଅ ଏସିପି ରମେଶ ଚନ୍ଦ୍ର ବିଶୋଇ
ଯୋଗଦେଇ କହିଥିଲେ ଆଜିକାଲି ସାମାନ୍ୟ ସଚେତନତା ଅଭାବରୁ ବରିଷ୍ଠ ନାଗରିକ ମାନେ
ସାଇବର ଠକାମିର ଶିକାର ହେଉଛନ୍ତି । ସାଇବର ଠକ ମାନେ ନୂଆ ନୂଆ ତରିକାରେ
ଠକୁଛନ୍ତି ସେଥିପାଇଁ ଆପଣମାନେ ସଚେତନ ରହିବାକୁ ପଡିବ । ବେନାମି କଲ୍ ନମ୍ବରକୁ
ଉଠାଇବେ ନାହିଁ, ବ୍ୟାଙ୍କ, ଇନ୍‌ସୁରାନ୍ସ, ଇଲେଟ୍ରି ଅଫିସ, ପ୍ୟାନ ଓ ଅଧାରର ନାମ ନେଇ
ଆସୁଥିବା କଲକୁ ତୁରନ୍ତ କାଟିଦେବେ, ସଂପୃକ୍ତ ସସ୍ଥା ସହିତ ଯୋଗାଯୋଗ କରିବେ କିମ୍ବା
ପୋଲିସର ଆଶ୍ରୟ ନେବେ । ଏଟିଏମ କାର୍ଡ ନମ୍ବର କାହାକୁ ଦେବେ ନାହିଁ କିମ୍ବା ଗୁପ୍ତ ନମ୍ବର
କହିବେ ନାହିଁ । ଘରେ ଅପରିଚିତ ଲୋକଙ୍କୁ ପୁରାଇବେ ନାହିଁ । ବିଶ୍ରାମ ନେବା ପୂର୍ବରୁ
କବାଟ ଭଲ ଭାବରେ ବନ୍ଦ କରିବେ । ବଜାରକୁ ଯିବା ସମୟରେ ସାବଧାନତା ଅବଲମ୍ବନ କରିବେ ।
କୌଣସି ଅସୁବିଧା ହେଲେ ତୁରନ୍ତ ୧୧୨ ନମ୍ବରକୁ ଯୋଗାଯୋଗ କରିବେ ନଚେତ ଥାନାକୁ
ଜଣାଇବେ । ସାମାନ୍ୟ ସାବଧାନତା ଅବଲମ୍ବନ କଲେ ଠକାମିର ଶିକାର ହେବେ ନାହିଁ ବୋଲି
ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର
ମାଝୀ, ଯୁବନେତା ମନୋଜ ସାହୁ ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ସଚେତନତା
ଉପରେ ଆଲୋଚନା କରିଥିଲେ । ବରିଷ୍ଠ ସଭ୍ୟ ପ୍ରଫୁଲ ସାମଲ ସ୍ୱାଗତ ଭାଷଣ ରଖିଥିଲାବେଳେ
ସଂଘର ସମ୍ପାଦକ ରବିନ୍ଦ୍ର ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ
ସ୍ଥାନୀୟ ଅଞ୍ଚଳର ବହୁ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ ।