ବିପଦଦେଖି ଚେତା ପସୁନି..ବନ୍ୟା ପାଣିରେ ଟଳମଳ ପଥର ଖଣି
ବିପଦଦେଖି ଚେତା ପସୁନି..ବନ୍ୟା ପାଣିରେ ଟଳମଳ ପଥର ଖଣି
ବିପଦଦେଖି ଚେତା ପସୁନି..ବନ୍ୟା ପାଣିରେ ଟଳମଳ ପଥର ଖଣି
: ଲଗାଣ ବର୍ଷା ଫଳରେ ଏବେ ବିଭିନ୍ନ ଖାଲ ସ୍ଥାନରେ ବଣ୍ୟାପାଣି ଜମିରହିଛି। ଯେଉଁଠାରେ ପିଲାମାନେ ବିପଦମୟ ଜଳକ୍ରୀଡ଼ା କରୁଛନ୍ତି। ପ୍ରତିବର୍ଷ ପଥର ଖଣିରେ ଜମାହୋଇ ରହିଥିବା ବଣ୍ୟା ପାଣିରେ ଜଳକ୍ରୀଡ଼ା କରି ଏକାଧିକ ଜୀବନ ଯାଉଛି। ଚଳିତବର୍ଷ ରାଜଧାନୀ ଉପକଣ୍ଠ ଅଳଶୁଆ, ପଥରଗାଡ଼ିଆ, ଦାରୁଠେଙ୍ଗ, କଳାରାହାଙ୍ଗ, ପଟିଆ, ଗାଡ଼କଣ, ରଙ୍ଗମାଟିଆ, ଭୋଟପଡ଼ା ସମେତ ଆହୁରୀ ଅନେକ ଗ୍ରାମାଞ୍ଚଳରେ ଥିବା ପଥର ଖଣି ଓ ଖାଲୁଆ ସ୍ଥାନରେ ବନ୍ୟା ପାଣି ଜମିରହିବା ନେଇ ଦେଖାଯାଏ କୃତ୍ରିମ ଜଳାସୟ। ଯେଉଁଠାରେ ସହର ଭିତର ପିଲା ଜଳକ୍ରୀଡ଼ା କରିବାପାଇଁ ଧାଇଁ ଯାଆନ୍ତି। ଏନେଇ ବିପଦ ଥିଲେ ମଧ୍ୟ କମସନରେଟ ପୁଲିସ୍ ପକ୍ଷରୁ ଜଳାସୟ ନିକଟରେ ସତର୍କ ସୂଚନା ଲଗାଯାଉ ନାହିଁ କିମ୍ବା ସେହି ସବୁ ସ୍ଥାନରେ ପୁଲିସ୍ ପାଟ୍ରୋଲିଂ କରୁ ନାହିଁ। ୨୦ ରୁ ୩୦ ଫୁଟ ଗଭିର ଏହି ସବୁ ସ୍ଥାନରେ ଜଳକ୍ରୀଡ଼ା ବିପଦ ମୟ ହୋଇଥିବାରୁ ଆଜି ଦାରୁଠେଙ୍ଗ ପଥରଖଣି ପାଣିରେ ଉତ୍ପାତହୋଇ ଗାଧୋଉଥିବା କିଛି ପିଲାଙ୍କୁ ସ୍ଥାନୀୟ ଲୋକ ତାଗିଦ କରିଛନ୍ତି। ଘଟଣାଅନୁଯାୟୀ ଶୈଳଶ୍ରୀବିହାର ଅଞ୍ଚଳର କିଛି ଯୁବକ ଆଜି ଦାରୁଠେଙ୍ଗ ଜଳାସୟ ନିକଟରେ ନିଶାପାନକରି ଖଣି ଉପରୁ ପାଣିକି ଡ଼ିଆଁ ମାରୁଥିଲେ। ଫଳରେ ଜଣେ ଯୁବକର ଗୋଡ଼ରେ ପଥର ବାଜି ଗଭିର ଆଘାତ ହୋଇଥିଲା। ଏହାଦେଖି ସ୍ଥାନୀୟଲୋକ ସେମାନଙ୍କୁ ସେଠାରୁ ପଳାଇବାପାଇଁ କହିବା ସହିତ ଆହତ ପିଲାକୁ ପାଣିରୁ ଉଦ୍ଧାରକରିଥିଲେ। କେବଳ ଦାରୁଠେଙ୍ଗ ନୁହେଁ ବରଂ ଭାଲୁଙ୍କା ଓ ଜୁଝଗଡ଼ ପଥରଖଣିରେ ମଧ୍ୟ ବସେ କିଛି ଦିନହେବ ଅମାନିଆଁ ଯୁବକମାନେ ନିଶାପାନକରି ଖଣିପାଣିରେ ଜଳକ୍ରୀଡ଼ା କରୁଛନ୍ତି ଯେଉଁମାନଙ୍କୁ ସେଠାରୁ ଘଉଡ଼େଇବାପାଇଁ ସ୍ଥାନୀୟ ଲୋକ ଚନ୍ଦକା ପୁଲିସକୁ ସୂଚନାଦେଇ ଦାଗିଦ କରୁଛନ୍ତି। ମାତ୍ର ଉକ୍ତ ଜଳାସୟ ନିକଟରେ ସୂଚନା ଫଳକ ଲଗାଗଲେ ଅମାନିଆଁମାନେ ସତର୍କ ହୋଇପାରନ୍ତେ ବୋଲି ଦାବିକରିଛନ୍ତି ରାଜଧାନୀ ଉପକଣ୍ଠ ସ୍ଥାନୀୟ ବାସିନ୍ଦା।

