ସପ୍ଟୱେର୍ ଇଂଜିନିୟ ଶ୍ବେତାଙ୍କ ଆତ୍ମହତ୍ୟା ଘଟଣା, ତଦନ୍ତ ଆରମ୍ଭରୁ ଅଭିଯୁକ୍ତ ଫେରାର୍ : ଓମଟିଭି

ସପ୍ଟୱେର ଇଂଜିନିୟର ଶ୍ବେତାଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ମୃତକ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ମାମଲା ସଂଖ୍ୟା ୩୦୬ ରୁଜୁକରି ଘଟଣାର ତନାଘନା କରୁଥିବା ସୂଚନା ମିଳିଛି। ଏନେଇ ଆଜି ଥାନା ପକ୍ଷରୁ ସମ୍ବଲପୁର ପୁଲିସ୍‌କୁ ଯୋଗାଯୋଗ କରାଯାଇଛି। ସେଠ‌ାରେ ଅଭିଯୁକ୍ତ ସୌମ୍ୟଜିତ୍ ମହାପାତ୍ରଙ୍କ ଘରେ ସମ୍ବଲପୁର ପୁଲିସ୍ ପହଞ୍ଚିବା ପରେ ଅଭିଯୁକ୍ତ ଘରେ ନଥିବା ଜଣାପଡ଼ିଛି।

ସପ୍ଟୱେର୍ ଇଂଜିନିୟ ଶ୍ବେତାଙ୍କ ଆତ୍ମହତ୍ୟା ଘଟଣା, ତଦନ୍ତ ଆରମ୍ଭରୁ ଅଭିଯୁକ୍ତ ଫେରାର୍ : ଓମଟିଭି

ସପ୍ଟୱେର୍ ଇଂଜିନିୟ ଶ୍ବେତାଙ୍କ ଆତ୍ମହତ୍ୟା ଘଟଣା, ତଦନ୍ତ ଆରମ୍ଭରୁ ଅଭିଯୁକ୍ତ ଫେରାର୍ : ଓମଟିଭି

ଝିଅକୁ ନ୍ୟାୟ ମିଳୁ ବୋଲି ପରିବାରଲୋକଙ୍କ ଦାବି

(ରିପୋର୍ଟ:ଦିବ୍ୟଜିତ୍ ବେହେରା): ସପ୍ଟୱେର ଇଂଜିନିୟର ଶ୍ବେତାଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ମୃତକ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ମାମଲା ସଂଖ୍ୟା ୩୦୬ ରୁଜୁକରି ଘଟଣାର ତନାଘନା କରୁଥିବା ସୂଚନା ମିଳିଛି। ଏନେଇ ଆଜି ଥାନା ପକ୍ଷରୁ ସମ୍ବଲପୁର ପୁଲିସ୍‌କୁ ଯୋଗାଯୋଗ କରାଯାଇଛି। ସେଠ‌ାରେ ଅଭିଯୁକ୍ତ ସୌମ୍ୟଜିତ୍ ମହାପାତ୍ରଙ୍କ ଘରେ ସମ୍ବଲପୁର ପୁଲିସ୍ ପହଞ୍ଚିବା ପରେ ଅଭିଯୁକ୍ତ ଘରେ ନଥିବା ଜଣାପଡ଼ିଛି। ଏହି ଘଟଣା ପ୍ରକଟ ହେବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ପୁଲିସ୍ ଏକ ପ୍ରକାର ସ୍ପଷ୍ଟ କରିଛି। ଘଟଣାକୁ ପାଞ୍ଚ ଦିନ ବିତିଯାଇଥିଲେ ମଧ୍ୟ କୌଣସି ସନ୍ତୋଷ ଜନକ ଉତ୍ତର ନପାଇ ଶ୍ବେତାଙ୍କ ପରିବାରଲୋକ ତାଙ୍କ ଝିଅକୁ ଆଇନ୍ ଉଚିତ୍ ନ୍ୟାୟ ପ୍ରଦାନ କରୁବୋଲି ଏକ ଭିଡ଼ିଓ ଜାରିକରିଛନ୍ତି। ଏସବୁକୁ ଆଖିଆଗରେ ରଖି ପୁଲିସ୍ ଘଟଣାର ଚେର ପର୍ଯ୍ୟନ୍ତ ପହଞ୍ଚିବାପାଇଁ ଚେଷ୍ଟା ଚଲାଇଥିବା ପ୍ରକାଶକରିଛି।

ପ୍ରେମିଯୁଗଳଙ୍କ ଅଡ଼ିଓ ଭାଇରାଲ...

‌ଶ୍ବେତାଙ୍କ ମୃତ୍ୟୁ ପରେ ଏବେ ତାଙ୍କର ଯୁବକ ବନ୍ଧୁ ସହିତ କଥାବାର୍ତା ନେଇ ହୋଇଥିବା ଅଡ଼ିଓ ଭାଇରାଲ୍ ହେବାରେ ଲାଗିଛି। ଏହି ଅଡ଼ିଓରୁ ସ୍ପଷ୍ଟ ଜଣାପଡ଼ୁଛି ଉଭୟଙ୍କ ମଧ୍ୟରେ ବ୍ରେକ ଅପ୍ ହେବାପରେ ମାମଲା ବିଗିଡ଼ି ଯାଇଥିଲା। ‌ଶ୍ବେତା ତାଙ୍କ ପ୍ରେମ ସୌମ୍ୟଙ୍କୁ ଫେରି ପାଇବାପାଇଁ ଆକୁଳ ନିବେଦନ କରୁଛନ୍ତି। ପାଲଟା ସ‌ୌମ୍ୟ ତାଙ୍କଠାରୁ ପିଛା ଛଡ଼ାଇବାପାଇଁ ମଧ୍ୟ ବାରମ୍ବାର କହୁଛନ୍ତି। ଉଭୟଙ୍କ ମଧ୍ୟରେ ଗଢ଼ିଉଠିଥିବା ପ୍ରେମର ଶେଷସୀମା ସଂମ୍ପର୍କରେ ହଠାତ୍ ‌ପୂର୍ଣ୍ଣଛେଦ ପଡ଼ିଯିବାପରେ ଜୀବନର ଚରମ ନିଷ୍ପତି ନେଇ ‌‌‌ଶ୍ବେତା ଇଚ୍ଛା କରିଛନ୍ତି। ଶେଷରେ ସେ ସୌମ୍ୟଙ୍କୁ ଦାୟୀକରି ତାଙ୍କ ଡ଼ାଇରିରେ କିଛି ଗୁପ୍ତ କଥା ଲେଖି ଆତ୍ମହତ୍ୟାର ବାଟକୁ ବାଛିଥିବା ଜଣାପଡ଼ୁଛି।

ମାନାବାଧୀକାର କମିଶନରେ ଅଭିଯୋଗ କଲା ଏନପିଏଲପି......

ଏହି ଘଟଣାରେ ‌ଶ୍ବେତାଙ୍କ ପରିବାରଲୋକଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ମାନାବାଧୀକାର କମିଶନଙ୍କ ନିକଟରେ ଦାବି କରିଛି ନ୍ୟାୟ ପାଇଁ ଲଢ଼େଇ ପରିବାର (ଏନପିଏଲପି) । ଏହାର ସଭାପତି ସୁବ୍ରତ କୁମାର ଦାଶ ଏନେଇ କେନ୍ଦ୍ରଟିମକୁ ତଦନ୍ତକରିବାପାଇଁ ଆବେଦନ କରିଛନ୍ତି। ତାଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ବାବଦକୁ ୩୦ ଲକ୍ଷ ଟଙ୍କା ପ୍ରଦାନ କରିବା ଓ ନ୍ୟୟ ପ୍ରଦାନ କରିବାକୁ ଦାବିକରିଛନ୍ତି।

‌‌ଶ୍ବେତାଙ୍କ ମା’ ଭିଡ଼ିଓ ଜାରି କରି ନ୍ୟାୟ ଭିକ୍ଷାକଲେ.........

ଘଟଣାର ୫ଦିନ ବିତିଯାଇଥିଲା ବେଳେ ଭଦ୍ରକର ଝିଅ ଇନ୍‌ଫୋସିଟିର ସପ୍ଟୱେର ଇଂଜିନିୟର ଶ୍ବେତା ଆଉ ନାହାଁନ୍ତି ବୋଲି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ତାଙ୍କ ପରିବାରଲୋକ। ଏନେଇ ଦୁଇ ଲଗାତାର ତିନିଦିନ ଅଚେତ ହୋଇ ରହିବାପରେ ଆଜି ମୃତକଙ୍କ ମା’ ଏକ ଭିଡ଼ିଓ ଜରିଆରେ ଭୁବଶ୍ବେର କମିଶନରେଟ୍ ପୁଲିସ୍‌କୁ ନିଜ ଝିଅର ଆତ୍ମହତ୍ୟା ଘଟଣାପଛରେ ଥିବା ଅଭିଯୁକ୍ତକୁ ଦଣ୍ଡ ମିଳୁବୋଲି ପ୍ରକାଶକରିଛନ୍ତି। ସେ ତାଙ୍କ ଏକମାତ୍ର ଅଲିଅଳି ଝିଅକୁ ହରାଇ ସ୍ତବ୍ଦ ହୋଇଯାଇଥିବା କହିଛନ୍ତି। ତା’ର ଖୁସିପାଇଁ ସବୁ ଚେଷ୍ଟାକରି ନିରାସ ହେବାପରେ ଅଭିଯୁକ୍ତ ତାଙ୍କ ଝିଅକୁ ବ୍ୟାକମେଲ୍ କରୁଥିବାରେ ଝିଅ ଏପରି କରିଥିବ ବୋଲି କହିଛନ୍ତି ଶ୍ବେତାଙ୍କ ମା.