ବାପା ଶବକୁ ଧରି ପୁଅ ହଟହଟା ଶିଖରଚଣ୍ଡି ବିଏମସି ମୁକ୍ତିଧାମ ମଶାଣିରୁ ଫେରିଲା ଶବ : www.ommtv.in

ବାପା ଶବକୁ ଧରି ପୁଅ ହଟହଟା ଶିଖରଚଣ୍ଡି ବିଏମସି ମୁକ୍ତିଧାମ ମଶାଣିରୁ ଫେରିଲା ଶବ

ବାପା ଶବକୁ ଧରି ପୁଅ ହଟହଟା  ଶିଖରଚଣ୍ଡି ବିଏମସି ମୁକ୍ତିଧାମ ମଶାଣିରୁ ଫେରିଲା ଶବ : www.ommtv.in

ବାପା ଶବକୁ ଧରି ପୁଅ ହଟହଟା

ଶିଖରଚଣ୍ଡି ବିଏମସି ମୁକ୍ତିଧାମ ମଶାଣିରୁ ଫେରିଲା ଶବ : www.ommtv.in

 : ବାପାର ଶବକୁ ମଶାଣିକୁ ନେଇ ହନ୍ତସନ୍ତହୋଇ ଶେଷରେ ଫେରିଲା ପୁଅ। ଶ୍ମଶାନରେ ଅବ୍ୟବ୍ୟସ୍ଥାଦେଖି ବାପାର ଶବକୁ ପୋଡ଼ି ନପାରି ଶେଷରେ ଶ୍ମଶାନରୁ ବାପା ଶବକୁ ଫେରାଇ ଆଣିଲେ ପୁଅ ସୁଶାନ୍ତ ସାହୁ। ତାଙ୍କ ବାପା ଶୈଳଶ୍ରୀବହାର ବାସିନ୍ଦା ରାଧାଚରଣ ସାହୁଙ୍କ ଚିକିତ୍ସାଧିନ ଅବସ୍ଥାରେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ବରଣ କରିବାପରେ ପରିବାରଲୋକ ଅନ୍ତିମସଂସ୍କାର ପାଇଁ ଶିଖରଚଣ୍ଡି ବସ୍ତି ନିକଟ ଜଳିମୁଣ୍ଡା ସାହିର ବିଏମସି ଶ୍ମଶାନ ମୁକ୍ତିଧାମକୁ ନେଇଆସିଥିଲେ। ସେଠାରେ ଶବ ଦାହ କରିବା ସମୟରେ ହଠାତ୍ ବିଦ୍ୟୁତ୍ କଟିଯାଇଥିଲା। ଫଳରେ ଶବ ଦାହ କରୁଥିବା କର୍ମଚାରୀମାନେ ଜେନେରେଟରକୁ ଚଲାଇବାପାଇଁ ଚେଷ୍ଟାକରି ବିଫଳ ହୋଇଥିଲେ। ଘଣ୍ଟାଘଣ୍ଟାଧରି ଶବ ଚୁଲା ଭିତରେ ରହିବାପରେ ପରିବାରଲୋକ ହନ୍ତସନ୍ତ ହୋଇ ଶବକୁ ପୁଣି ସ୍ବର୍ଗ ରଥ ଗାଡ଼ିରେ ରଖି ସତ୍ୟନଗର ଶ୍ମସାନକୁ ନେଇଯାଇଥିଲେ। କୋରନାକାଳରେ ଶବ ପୋଡ଼ିବାପାଇଁ ବିଏମିସି ଶିଖରଚଣ୍ଡି ବସ୍ତି ଜଳିମୁଣ୍ଡା ସାହି‌ରେ କୋଟି କୋଟି ଟଙ୍କା ଖର୍ଚ୍ଚକରି ନିର୍ମାଣକରିଥିଲା ବିୁଦ୍ୟତ୍ ଚାଳିତ ଶ୍ମଶାନ। ଯେଉଁଠାରେ ମାନୁଆଲ ଶବ ଦାହ ବ୍ୟବସ୍ଥା ବା କାଠରେ ଶବ ଦାହ କରିବାପାଇଁ କୌଣସି ବନ୍ଦବସ୍ତ ରହିନାହିଁ। ଧୂମଧାମରେ ବିଏମସି ବଡ଼ବାବୁମାନେ ଏହାକୁ ଉଦଘାଟନ କରିଥିଲେ କିନ୍ତୁ ହାତଗଣତି କେତୋଟି ଶବ ଦାହପରେ ବର୍ତମାନ ଏହା ଅକାମି ହୋଇଯାଇଛି। ଅଚଳ ଶ୍ମଶାନକୁ ଗଣ୍ଡାଗଣ୍ଡା ସୁରକ୍ଷାକର୍ମୀ ଓ ଶବଦାହ କର୍ମଚାରୀ ବେତନ ନେଇ ଜଗି ବସିଛନ୍ତି। ହେଲେ ଶବ ପୋଡ଼ିବାରେ ଅସୁବିଧା ନେଇ କେହି ବରିଷ୍ଠ ଅଧିକାରୀଙ୍କୁ ଅଭିଯୋଗ କରୁନାହାଁନ୍ତି। ଫଳରେ ହନ୍ତସନ୍ତ ହେଉଛନ୍ତି ମୃତକଙ୍କ ପରିବାଲୋକ। ଏଠାରେ ବିଦ୍ୟୁତ ଚାଲିଗଲେ ଘଣ୍ଟାଘଣ୍ଟା ଧରି ଅଧାପୋଡ଼ା ଶବ ପଡ଼ିରହୁଛି। ଜେନେରେଟର ମଧ୍ୟ ଅକାମି ହୋଇଯାଇ ଥିବାରୁ ବିଦ୍ୟୁତ ବ୍ୟତିତ ଅନ୍ୟ ବିକଳ୍ପ ଏଠାରେ କରାଯାଇନାହିଁ। ଏପରି ଅବସ୍ଥାରେ ହଟହଟା ହୋଇ ବିଏମିସିର ଏପରି ଯୋଜନାକୁ ଘୋର ନିନ୍ଦାକରୁଛନ୍ତି ଶବଦାହ କରିବାପାଇଁ ଆସୁଥିବା ପରିବାରବର୍ଗ।